Home / ସଂସ୍କୃତି ଓ ପରମ୍ପରା / ପ୍ରଥମ ପାଳି ଯାତ୍ରା ପାଇଁ ମା ମଙ୍ଗଳା ମନ୍ଦିର ଉତ୍ସବ ମୁଖର

ପ୍ରଥମ ପାଳି ଯାତ୍ରା ପାଇଁ ମା ମଙ୍ଗଳା ମନ୍ଦିର ଉତ୍ସବ ମୁଖର

କାକଟପୁର : ଆରମ୍ଭ ହୋଇ
ଯାଇଛି ପବିତ୍ର ଚୈତ୍ରମାସ। ଆଜି ଠାରୁ ପୁରୀ ଜିଲ୍ଲା କାକଟପୁର ର ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳା ଙ୍କ ମନ୍ଦିର ରେ ଆରମ୍ଭ ହେଉଛି ଏକ ମାସ ବ୍ୟାପୀ ପ୍ରସିଦ୍ଧ ଝାମୁଯାତ୍ରା। ଆଜି ମନ୍ଦିର ରେ ନେତୋତ୍ସବ କରାଯାଇ ପ୍ରଥମ ପାଳି ଯାତ୍ରା ଅନୁଷ୍ଠିତ ହେବ। ଦୁଇ ବର୍ଷ ଥିବା କୋଭିଡ କଟକଣା ହଟିବା ପରେ ଚଳିତ ବର୍ଷ ଲକ୍ଷାଧିକ ଭକ୍ତ ଙ୍କ ସମାଗମ ହେବା ଅନୁମାନ କରାଯାଉଛି। ମା ଙ୍କ ମନ୍ଦିର ରେ ସମସ୍ତ ପାଳି ଯାତ୍ରା ଓ ପ୍ରସିଦ୍ଧ ଝାମୁ ଯାତ୍ରା କିପରି ଶାନ୍ତି ଶୃଙ୍ଖଳା ର ସହ ଅନୁଷ୍ଠିତ ହେବ ସେଥିନେଇ ମଙ୍ଗଳା ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।ମଙ୍ଗଳା ମନ୍ଦିର ଟ୍ରଷ୍ଟବୋର୍ଡ ପକ୍ଷରୁ
ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି କହିଛନ୍ତି କାକଟପୁର ତହସିଲଦାର ତଥା ମଙ୍ଗଳା ମନ୍ଦିର ଟ୍ରଷ୍ଟ ବୋର୍ଡର ସଭାପତି ବିରଞ୍ଚି ନାରାୟଣ ବେହେରା ।ମଙ୍ଗଳା ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ କୈଳାଶ ଚନ୍ଦ୍ର ଦାଶ କହିଛନ୍ତି ଯେ, ପ୍ରାତଃ ୪ଟା ମନ୍ଦିର ଦ୍ଵାର ଖୋଲାଯାଇ ମା ଙ୍କ ଦୈନନ୍ଦିନ ନୀତି ଅନୁଷ୍ଠିତ ହେବା ପରେ ମନ୍ଦିର ପହୁଡ଼ ଖୋଲାଯିବ। ଦୂର ଦୁରାନ୍ତ ରୁ ଆସୁଥିବା ଭକ୍ତ ମାନଙ୍କର ଶୃଙ୍ଖଳିତ ଦର୍ଶନ ପାଇଁ ଭକ୍ତ ମାନଙ୍କୁ ବ୍ୟାରିକେଡ଼ ମଧ୍ୟରେ ମନ୍ଦିରର ପୂର୍ବ ଦ୍ୱାର ଦେଇ ପ୍ରବେଶ କରାଯିବ ଏବଂ ଉତ୍ତର ଦ୍ୱାର ଦେଇ ପ୍ରସ୍ଥାନ କରାଯିବ । ସେହିପରି ଟ୍ରାଫିକ ବ୍ୟବସ୍ଥାକୁ ତ୍ବରାନିତ କରାଯିବା ସହ ମନ୍ଦିର ଭିତରେ, ବାହାରେ ପୋଲିସ ଫୋର୍ସ ମୁତୟନ କରାଯିବା,ଭକ୍ତଙ୍କ ସହାୟତା ପାଇଁ ସୂଚନା କେନ୍ଦ୍ର ଓ ମେଡିକାଲ କ୍ୟାମ୍ପ, ପାନୀୟଜଳ ର ସୁବନ୍ଦୋବସ୍ତ କରାଯିବା ଏବଂ ଅଗ୍ନିଶମ ବିଭାଗ ପକ୍ଷରୁ ଭକ୍ତ ମାନଙ୍କ ଉପରେ ପାଣି ସିଞ୍ଚନ କରାଯିବା ସହିତ ସମସ୍ତ ପ୍ରକାର ସହଯୋଗ କରାଯିବା କୁ ବ୍ୟବସ୍ଥା ହୋଇଛି। ବୈଠକନିଷ୍ପତ୍ତି ନିଆଯାଇଛି l ଆଜି ପ୍ରଥମ ପାଳି ଯାତ୍ରା ରେ କମଳ ଲୋଚନ ଦିକ୍ଷୀତ ପାଳିଆ ସେବକ ଭାବେ ଓ ରଘୁନାଥ ଦିକ୍ଷୀତ ପୂଜାପଣ୍ଡା ଭାବେ କାର୍ଯ୍ୟ କରିବା ସ୍ଥିର ହୋଇଛି। ପ୍ରଥମ ପାଳି ଯାତ୍ରା ପାଇଁ ମା ମଙ୍ଗଳା ଙ୍କ ମନ୍ଦିର ସହିତ ସମଗ୍ର କାକଟପୁର ଅଞ୍ଚଳ ଉତ୍ସବ ମୁଖର ହୋଇଉଠିଛି।

SPREAD YOUR LOVE WITH YOUR FRIENDS AND FAMILY

Leave a Reply