Home / ଶିକ୍ଷା / ଶୁକପୋଖରୀ ସତ୍ୟନାରାୟଣ ଉଚ୍ଚବିଦ୍ୟାଳୟ ର 1993 ମସିହା ମାଟ୍ରିକ ବ୍ୟାଚ ଛାତ୍ର ଛାତ୍ରୀ ମାନଙ୍କର ବନ୍ଧୁ ମିଳନ ଉତ୍ସବ

ଶୁକପୋଖରୀ ସତ୍ୟନାରାୟଣ ଉଚ୍ଚବିଦ୍ୟାଳୟ ର 1993 ମସିହା ମାଟ୍ରିକ ବ୍ୟାଚ ଛାତ୍ର ଛାତ୍ରୀ ମାନଙ୍କର ବନ୍ଧୁ ମିଳନ ଉତ୍ସବ

କାକଟପୁର ବ୍ଲକ ଅନ୍ତର୍ଗତ ଶୁକପୋଖରୀ ସତ୍ୟନାରାୟଣ ଉଚ୍ଚବିଦ୍ୟାଳୟ ର 1993 ମସିହା ମାଟ୍ରିକ ବ୍ୟାଚ ଛାତ୍ର ଛାତ୍ରୀ ମାନଙ୍କର ବନ୍ଧୁ ମିଳନ ଉତ୍ସବ ମା ରାମଚଣ୍ଡୀ ପୀଠରେ ଅନୁଷ୍ଠିତ ହୋଇଯାଇଛି l ଦୀର୍ଘ ତିରିଶି ବର୍ଷ ପରେ ସମସ୍ତ ଛାତ୍ର ଛାତ୍ରୀ ଏକାଠି ହୋଇ ନିଜ ନିଜ ର ପୁରୁଣା ସ୍ମୃତି କୁ ସାଉଁଟି ଥିଲେ l ପୁରାତନ ଛାତ୍ର ହରିହର ଙ୍କ ପୌରହିତରେ ଆୟୋଜିତ ଉତ୍ସବ ରେ ଶିକ୍ଷକ ବସନ୍ତ ସ୍ୱାଇଁ, ପର୍ଶୁରାମ ବେହେରା, ସନ୍ତୋଷ ସାହୁ, ବିଶ୍ୱରଞ୍ଜନ ଦାଶ, ରାଜ କିଶୋର ଜେନା, ଦିଲୀପ ସ୍ୱାଇଁ, ଅଶୋକ ବେହେରା, ପ୍ରମୋଦ ଦାଶ ଙ୍କୁ ଉପଢୌକନ, ପୁଷ୍ପ ଗୁଚ୍ଛ ଦେଇ ଛାତ୍ର ଛାତ୍ରୀ ମାନେ ସମ୍ବର୍ଦ୍ଧିତ କରିଥିଲେ l ଶିକ୍ଷକ ମାନେ  ଛାତ୍ର ଛାତ୍ରୀ ମାନଙ୍କୁ ଆର୍ଶୀବାଦ କରିବା ସହ ଦୀର୍ଘ ତିରିଶ ବର୍ଷ ତଳର ଶିକ୍ଷା ଦାନ କରିବା କ୍ଷେତ୍ରରେ ନିଜ ନିଜ ଭୁମିକା ଉପରେ ବକ୍ତ୍ୟବ ରଖିଥିଲେ l ଛାତ୍ର  ମିଲନ,
ତୁଷାର, ସୁସାର, ମିଟୁ, ନାରଣ, କିଶୋର, ପ୍ରମୋଦ, ରାଜେଶ, ବୈଂଶୀଧର, ପ୍ରତାପ, ପବିତ୍ର, ଅଧୀର, ଦୁର୍ଗା ଛାତ୍ରୀ ମମତା, କଳ୍ପନା, ଚାରୁଲତା, ଜ୍ୟୋସ୍ନା ରାଣୀ, ମନସ୍ବିନୀ, ମଳୟ, ଗୀତା, ପ୍ରଣତି, ତୃପ୍ତି ପ୍ରତିମା ପ୍ରମୁଖ ଶତାଧିକ ଛାତ୍ର ଛାତ୍ରୀ ଏହି ବନ୍ଧୁ ମିଳନ ରେ ଯୋଗ ଦେଇଥିଲେ l ପରେ ନୈଶ ଭୋଜି ର ଆୟୋଜନ କରାଯାଇଥିଲା

SPREAD YOUR LOVE WITH YOUR FRIENDS AND FAMILY

Leave a Reply