Home / ରାଜନୀତି / ଆରପାରିରେ ଯୁଧିଷ୍ଟିର ସାମନ୍ତରାୟ

ଆରପାରିରେ ଯୁଧିଷ୍ଟିର ସାମନ୍ତରାୟ

samantrai

ଆଉ ନାହାଁନ୍ତି ପିପିଲି ଡେଲାଙ୍ଗ ର ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ଯୁଧିଷ୍ଠିର ସାମନ୍ତରାୟ । ପିପିଲି ନିର୍ବାଚନ ମଣ୍ଡଳୀରେ ଥିଲେ ସେ ସମସ୍ତଙ୍କର ପ୍ରିୟ କେଦାର ବାବୁ। ରାଜନୀତି ଏବଂ ସେବା କ୍ଷେତ୍ରରେ ତାଙ୍କର ଥିଲା ଅନେକ ପାରଦର୍ଶିତା। ଜନସାଧାରଣ ଙ୍କ ସୁଖ ଦୁଃଖର ସାଥୀ ଥିଲେ ସେ। ପ୍ରତ୍ୱେକ ଦିନ ସକାଳେ ହେଉ ଅବା ସନ୍ଧ୍ୟାରେ ପିପିଲି ବଜାରରେ ଗୋଟେ ନିଆରା ଦୃଶ୍ୟ ଦେଖିବାକୁ ମିଳେ ଶ୍ରୀଯୁକ୍ତ ସାମନ୍ତରାୟ ଏକ କାଠ ଚୌକି ପକାଇ ଏକ ନିର୍ଦ୍ଧିଷ୍ଟ ସ୍ଥାନରେ ବସନ୍ତି ଜନ ସାଧାରଣଙ୍କ ସୁବିଧା ଅସୁବିଧା ଏବଂ ଦୁଖ ଶୁଣିବା ପାଇଁ ଏବଂ ନିଜର ପାରୁ ପର୍ୟ୍ୟନ୍ତ ଚେଷ୍ଟା କରନ୍ତି ତାର ସମାଧାନ ପାଇଁ। ଆଇନ ଶୃଙ୍ଖଳା କ୍ଷେତ୍ରରେ ମଧ୍ୟ ତାଙ୍କର ଅନେକ ଜ୍ଞାନ ଥିଲା। ଆଜି ଏଭଳି ଦରଦି ହୃଦୟର ଜନ ନେତା ଙ୍କ ନିଧନରେ ଅଞ୍ଚଳ ରେ ଶୋକର ଛାୟା ଖେଳିଯାଇଛି, ନିଜର ପ୍ରିୟ ନେତାଙ୍କୁ ହରାଇ ଦୁଃଖରେ ଭାଙ୍ଗିପଡି ଛନ୍ତି ପ୍ରିୟଜନ। ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ସେହି ଅମର ଆତ୍ମାଙ୍କର ସଦଗତି ନିମନ୍ତେ ପ୍ରାର୍ଥନା ସହିତ ତାଙ୍କ ପରିବାରକୁ ପ୍ରଭୁ ସାହା ହେବା ପାଇଁ ପ୍ରାର୍ଥନା କରିଛନ୍ତି ଅଞ୍ଚଳ ବାସୀ

SPREAD YOUR LOVE WITH YOUR FRIENDS AND FAMILY

Leave a Reply