Home / ମୁଖ୍ୟ ଖବର / ଉପକୂଳ ଅଞ୍ଚଳରେ ଗ୍ରୀଷ୍ମ ପ୍ରବାହ 40 ଡିଗ୍ରୀ ଟପିଲା,ଜନ ଜୀବନ ଅସ୍ତ ବ୍ୟସ୍ତ

ଉପକୂଳ ଅଞ୍ଚଳରେ ଗ୍ରୀଷ୍ମ ପ୍ରବାହ 40 ଡିଗ୍ରୀ ଟପିଲା,ଜନ ଜୀବନ ଅସ୍ତ ବ୍ୟସ୍ତ

ଉପକୂଳ ଅଞ୍ଚଳରେ ଗ୍ରୀଷ୍ମ ପ୍ରବାହ 40 ଡିଗ୍ରୀ ଟପିଲା,ଜନ ଜୀବନ ଅସ୍ତ ବ୍ୟସ୍ତ
କାକଟପୁର ତା 18/04,ଗତ କିଛି ଦିନ ହେଲା ରାଜ୍ୟରେ ଅସହ୍ୟ ଗୁଳୁଗୁଳି ସାଙ୍ଗକୁ ପଶ୍ଚିମ ଓଡିଶାରେ 42 ଡିଗ୍ରୀରୁ ଉର୍ଦ୍ଧ ତାପମାତ୍ରା ଟପିଥିବାବେଳେ ଉପକୂଳ ଅଞ୍ଚଳ ମଧ୍ୟ ଏଥିରୁ ବାଦ ପଡିନି l ପାଣିପାଗ ବିଭାଗର ଅନୁମାନ ଅନୁଯାୟୀ ଉପକୂଳ ଅଞ୍ଚଳ କାକଟପୁର ଓ ଅସ୍ତରଙ୍ଗ ଅଞ୍ଚଳରେ ରେକର୍ଡ ଛୁଇଁଛି l ସକାଳ ୮ ଘଟିକା ଠାରୁ ଅସହ୍ୟ ଗୁଳୁଗୁଳି ଗରମ ସାଙ୍ଗକୁ ତାତି ପବନ ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇଛି l ସେପଟେ ପ୍ରାଚୀ ନଦୀ ଶୁଷ୍କ ପଡିଥିବାବେଳେ ଗୃହପାଳିତ ପଶୁମାନେ ପାଣିନଥିବାରୁ ଆକୁଳ ବ୍ୟାକୁଳ ହେଉଛନ୍ତି l ମା ମଙ୍ଗଳା ମନ୍ଦିର କୁ ଆସୁଥିବା ଭକ୍ତ ଓ ଯାତ୍ରୀ ମାନେ ଆବଶ୍ୟକୀୟ ଜଳଉତ୍ସ ନଥିବାରୁ ପାର୍କିଙ୍ଗ ଠାରୁ ମନ୍ଦିର ପର୍ଯ୍ୟନ୍ତ ପିଇବା ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି l ଯଦିଓ ଦୁଇ ଦୁଇ ଟା ଟିୟୁବ୍ ୱେଲ ଅଛି ତାହା ଯାତ୍ରୀ ମାନଙ୍କ ପାଇଁ ପର୍ଯ୍ୟାପ୍ତ ହୋଇପାରୁନାହିଁ l କାକଟପୁର ବଜାର ଠାରୁ ୨ କିଲୋମିଟର ମଧ୍ୟରେ ଜଳଛତ୍ର କିମ୍ବା ଥଣ୍ଡାପାନୀୟ ଜଳ ବ୍ୟବସ୍ଥା ବିଭାଗ ପକ୍ଷରୁ କରାଯାଇନଥିବାବେଳେ ଲୋକମାନେ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି l ପୁରୀ ଜିଲ୍ଲାପାଳ ଓ ସ୍ଥାନୀୟ ପ୍ରଶାସନ ଏ ଦିଗରେ ବିହିତ ପଦକ୍ଷେପ ନେବାକୁ ସାଧାରଣରେ ଦାବୀ ହୋଇଛି l

SPREAD YOUR LOVE WITH YOUR FRIENDS AND FAMILY

Leave a Reply