Home / ଶିକ୍ଷା / ବିଜେଡ଼ି ସଂଗଠନ ସମ୍ପାଦକଙ୍କ ସତ୍ୟବାଦୀ ଗସ୍ତ

ବିଜେଡ଼ି ସଂଗଠନ ସମ୍ପାଦକଙ୍କ ସତ୍ୟବାଦୀ ଗସ୍ତ

ସାକ୍ଷୀଗୋପାଳ ତା ବିଜୁ ଜନତା ଦଳ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଆଜି ସତ୍ୟବାଦୀ ଗସ୍ତରେ ଆସିଥିଲେ l ଆସନ୍ତା 19 ତାରିଖ ଦିନ ରାଜ୍ୟ ସରକାରଙ୍କ  ଫାଇଭ ଟି ସଚିବ ଭି କେ ପାଣ୍ଡିଆନ ସତ୍ୟବାଦୀ ଗସ୍ତରେ ଆସିବେ l ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟ ପରିସରରେ ଏକ ଜନସଭାକୁ ସମ୍ବୋଧିତ କରିବେ l ଏକ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ l ଏଥି ନିମନ୍ତେ ପ୍ରାରମ୍ଭିକ ପ୍ରସ୍ତୁତି, ସଭା ସ୍ଥଳ  , ସଭା ମଞ୍ଚ ନିର୍ମାଣ ଓ ଜନସାଧାରଣଙ୍କ ଗମନାଗମନ ବ୍ୟବସ୍ଥାର ଅନୁଧ୍ୟାନ କରିଥିଲେ l ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ, ସତ୍ୟବାଦୀ ବ୍ଲକ ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡା, ସତ୍ୟବାଦୀ ବ୍ଲକ ବିଜେଡ଼ି ସଭାପତି ପ୍ରମୋଦ କୁମାର ରାଉତରାୟ ଓ ପେଣ୍ଠପଡା ସରପଞ୍ଚ ଚିନ୍ମୟ କୁମାର ରାଉତଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ l ଫଟୋ ୧ l

SPREAD YOUR LOVE WITH YOUR FRIENDS AND FAMILY

Leave a Reply