Home / ସଂସ୍କୃତି ଓ ପରମ୍ପରା / ସରକାର ଓ ପର୍ଯ୍ୟଟକ ଙ୍କ ଦୃଷ୍ଟି ଆଢ଼ୁଆଳରେ ପ୍ରାଚୀ ଉପତ୍ୟକା ର ପୁରାତନ ଐତିହ୍ୟ।

ସରକାର ଓ ପର୍ଯ୍ୟଟକ ଙ୍କ ଦୃଷ୍ଟି ଆଢ଼ୁଆଳରେ ପ୍ରାଚୀ ଉପତ୍ୟକା ର ପୁରାତନ ଐତିହ୍ୟ।

କାକଟପୁର: ପ୍ରତିବର୍ଷ ଏପ୍ରିଲ ୧୮ ତାରିଖ ରେ ପାଳିତ ହୋଇଥାଏ ବିଶ୍ୱ ଐତିହ୍ୟ ଦିବସ। ଆଜି ବି ରାଜ୍ୟ ର ବିଭିନ୍ନ ସ୍ଥାନ ରେ ଏହି ଦିବସ ଧୁମଧାମ ରେ ପାଳିତ ହୋଇଛି। ତେବେ ପୁଣ୍ୟତୋୟା ପ୍ରାଚୀନଦୀ ର ଉପତ୍ୟକା ରେ ରହିଥିବା ଶହ ଶହ ଐତିହ୍ୟ ଆଜି ସରକାର ଓ ପର୍ଯ୍ୟଟକ ଙ୍କ ଦୃଷ୍ଟି ଆଢ଼ୁଆଳରେ ରହି ଅବହେଳିତ ଅବସ୍ଥାରେ ଅଛି। ଯାହାକୁ ଦେଖିଲେ ବିଶ୍ଵ ଐତିହ୍ୟ ଦିବସ ପାଳନ ଯେ ଏକ ପ୍ରଚାର ସର୍ବସ୍ୱ କାର୍ଯ୍ୟ ଏହା ନିଶ୍ଚିତ ହୋଇଯାଇଛି। ଗବେଷକ ଡଃ.ରାଧାଚରଣ ପଣ୍ଡା ଙ୍କ ପ୍ରାଚୀ ନଦୀର ଐତିହାସିକ ବିଭବ ପୁସ୍ତକ ରେ ଦର୍ଶାଯାଇଛି ଯେ,ପ୍ରାଚୀନଦୀ ଅତୀତ ରେ ମହାନଦୀ ର ମୁଖ୍ୟ ଶାଖାନଦୀ ଥିଲା। ପ୍ରାୟ ୧୭ଶ ଶତାବ୍ଦୀ ପର୍ଯ୍ୟନ୍ତ ପ୍ରାଚୀ ନଦୀ ସୁନାବ୍ୟା ଥିଲା। ଏହି କାରଣରୁ
ଅଭିଭକ୍ତ କଟକ, ପୁରୀ ଓ ଖୋର୍ଦ୍ଧା ଜିଲ୍ଲା ର ଜନସାଧାରଣ ମାନଙ୍କ ଗମନାଗମନ ର ମୁଖ୍ୟପଥ ପ୍ରାଚୀ ନଦୀ ଥିଲା। ସେଥିପାଇଁ ନଦୀ ର ଉଭୟ ପାଶ୍ଵ ରେ ଜନବସତି ସହିତ
ବିଭିନ୍ନ ମଠ, ମନ୍ଦିର, ଆଶ୍ରମ, ବୌଦ୍ଧ
ବିହାର ମାନ ଗଢି ଉଠିଥିଲା। ସେ ସମୟ ରେ ଉତ୍କଳୀୟ ଶିଳ୍ପୀ ମାନେ କମନୀୟ, ସୂକ୍ଷ୍ମକାରୁକାର୍ଯ୍ୟ ପୁର୍ଣ୍ଣ
ମୂର୍ତ୍ତି ଓ ମନ୍ଦିର ଗଢ଼ିବାରେ ଓସ୍ତାଦ ଥିଲେ। ଖ୍ରୀଷ୍ଟପୂର୍ବ ସମୟ ରୁ ସପ୍ତଦଶ ଶତାବ୍ଦୀ ମଧ୍ୟରେ ପ୍ରାଚୀ ଉପତ୍ୟକା ଅଞ୍ଚଳ ରେ ଶହ ଶହ ଐତିହ୍ୟ
ନିର୍ମାଣ ହୋଇଥିବା ଐତିହାସିକ ଶ୍ୟାମସୁନ୍ଦର ତ୍ରିପାଠୀ ତାଙ୍କ ଗବେଷଣାତ୍ମକ ଗ୍ରନ୍ଥ ରେ ପ୍ରକାଶ କରିଛନ୍ତି। ପ୍ରାଚୀ ଉପତ୍ୟକା ରେ ଦ୍ୱାଦଶ ଶମ୍ଭୁ, ଦ୍ୱାଦଶ ମାଧବ, ଦ୍ୱାଦଶ
ଶକ୍ତିପୀଠ ରହିଥିବାବେଳେ ଏକାଧିକ ସଂଖ୍ୟା ରେ ବୌଦ୍ଧ,ଜୈନ, ବୈଷ୍ଣବ, ଇସଲାମ,ଧର୍ମାବଲମ୍ବୀଙ୍କ ପୀଠ, ବିହାର, ଉପାସନାସ୍ଥଳୀ ଦେଖିବାକୁ
ମିଳେ। ପ୍ରାଚୀନଦୀ ଉପତ୍ୟକାରେ ରେ ରହିଥିବା ପୁରାତନ ଐତିହ୍ୟ ଓ କୀର୍ତ୍ତିରାଜି ଅତୀତ ଓଡ଼ିଶା ର ଜୀବନ୍ତ ଇତିହାସ ବୋଲି କହିଛନ୍ତି ପ୍ରାଚୀ ଗବେଷକ ପଣ୍ଡିତ ତ୍ରିଲୋଚନ ମିଶ୍ର। ପ୍ରାଚୀ ଉପତ୍ୟକା ରେ ରହିଥିବା ପୁରାତନ ଐତିହ୍ୟ ଓ କୀର୍ତ୍ତିରାଜି ସମ୍ପର୍କ ରେ ଏକ ସୂଚନା ପତ୍ରିକା ପ୍ରସ୍ତୁତ କରାଯିବା ସହିତ ଏହି ଅଞ୍ଚଳ କୁ ଏକ ଆଧ୍ୟାତ୍ମିକ ପର୍ଯ୍ୟଟନ ସ୍ଥଳୀ ସର୍କିଟ ଘୋଷଣା କରିବାକୁ ସାଧାରଣରେ ଦାବି ହେଉଛି।

SPREAD YOUR LOVE WITH YOUR FRIENDS AND FAMILY

Leave a Reply