Home / ରାଜନୀତି / ଆଗାମୀ ଚନ୍ଦନ ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ।

ଆଗାମୀ ଚନ୍ଦନ ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ।

ଆଗାମୀ ଅକ୍ଷୟ ତୃତୀୟା ରୁ ଆରମ୍ଭ ହେବ ଶ୍ରୀଜୀଉ ମାନଙ୍କ ଚନ୍ଦନ ଯାତ୍ରା।ନରେନ୍ଦ୍ର ପୋଖରୀରେ ଚାପ ଖେଳ।ଚଳିତ ମାସ ୨୩ ତାରିଖରୁ ମଇ ମାସ ୧୨ ତାରିଖ ପର୍ଯ୍ୟନ୍ତ ଏହା ଅନୁଷ୍ଠିତ ହେବ।ତେଣୁ ଏହାକୁ ଶୃଙ୍ଖଳିତ ଭାବେ ପରିଚାଳନା ପାଇଁ ଏକ ପ୍ରସ୍ତୁତି ବୈଠକ ଆଜି ଅପରାହ୍ନ ରେ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା।ଏଥିରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ସମର୍ଥ ବର୍ମା ଚନ୍ଦନ ଯାତ୍ରା କୁ ଅତ୍ୟନ୍ତ ଶୃଙ୍ଖଳା ର ସହ ସମ୍ପର୍ଣ୍ଣ ପାଇଁ ପ୍ରତ୍ୟେକ ବିଭାଗ ନିଷ୍ଠାପର ଭାବେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ।ରାସ୍ତା ମରାମତି, ନିରବଚ୍ଛିନ୍ନ ବିଦ୍ୟୁତ ବ୍ୟବସ୍ଥା, ଠାକୁରଙ୍କ ଯିବା ଆସିବା ରାସ୍ତା ଅବରୋଧ ନ ହେବା,ରାସ୍ତା ଆଲୋକୀକରଣ, ନରେନ୍ଦ୍ର ପୋଖରୀ ର ସୌନ୍ଦର୍ଯ୍ୟ କରଣ ଓ ଶ୍ରଦ୍ଧାଳୁ ଙ୍କ ଦର୍ଶନ ପାଇଁ ଆଇନ ଶୃଙ୍ଖଳା ବ୍ୟବସ୍ଥା କୁ ସଠିକ ଭାବେ ପରିଚାଳନା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା।ରୀତିନୀତି ହେଉଥିବା କାର୍ଯ୍ୟ ରେ ଯେପରି ଅସୁବିଧା ନ ହୁଏ ସେଥିପ୍ରତି ଉପଯୁକ୍ତ ବ୍ୟବସ୍ଥା ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଥିଲା। ମହାଜନ,ବିମାନବଡୁ, ମନ୍ଦିର କମାଣ୍ଡର ଓ ବିଭିନ୍ନ ନିର୍ମାଣ କାରୀ ସଂସ୍ଥା ପରସ୍ପର ମଧ୍ୟରେ ସମନ୍ୱୟ ରଖି କାର୍ଯ୍ୟ କୁ ତ୍ୱରାନ୍ୱିତ କରିବା ସହ ଚନ୍ଦନ ଯାତ୍ରା ରେ ଯେପରି ସାମାନ୍ୟ ଅସୁବିଧା ନ ହୁଏ ସେଥିପ୍ରତି ସତର୍କ ରହିବାକୁ ଜିଲ୍ଲାପାଳ ତାଗିଦ କରିଥିଲେ।ସେହିପରି ବିଗତ ବର୍ଷ ମାନଙ୍କରେ ଅଗ୍ନିଶମ ବିଭାଗର କାର୍ଯ୍ୟ କୁ ସମସ୍ତେ ପ୍ରଶଂସା କରିବା ସହ ଚନ୍ଦନ ଯାତ୍ରା ସମୟରେ ଅଦିନିଆ ଝଡର ଆଶଙ୍କା ଥିବାରୁ ସେଥିପାଇଁ ଅଧିକ ସତର୍କତା ର ସହ କାର୍ଯ୍ୟ କରିବା, କର୍ମଚାରୀ ନିୟୋଜନ କରିବାକୁ ପରାମର୍ଶ ଦିଆଯାଇଥିଲା।ରଥଖଳା ପ୍ରସ୍ତୁତି,ସୁରକ୍ଷା, ବ୍ୟାରିକେଡ ନିର୍ମାଣ, ରାସ୍ତା ଲେଭଲିଂ କରିବା ଇତ୍ୟାଦି ସମ୍ବନ୍ଧ ରେ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଥିଲା।ଏହି ବୈଠକରେ ଏସ ପି ଡା କନୱର ବିଶାଲ ସିଂ, ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ, ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ କୈଳାସ ଚନ୍ଦ୍ର ନାୟକ, ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା, ନିତୀ ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ, ଉପଜିଲ୍ଲାପାଳ ଭବତାରଣ ସାହୁ, ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟ, ବରିଷ୍ଠ ସେବାୟତ, ବିଭିନ୍ନ ବିଭାଗର ଅଧିକାରୀ ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply