Home / ସ୍ୱାସ୍ଥ୍ୟ / ଶିଶୁ ସ୍ନାୟୁରୋଗ ଏବଂ  ଅପସ୍ମାରରୋଗର ଚିହ୍ନଟ ଓ ପରୀକ୍ଷା ଶିବିର

ଶିଶୁ ସ୍ନାୟୁରୋଗ ଏବଂ  ଅପସ୍ମାରରୋଗର ଚିହ୍ନଟ ଓ ପରୀକ୍ଷା ଶିବିର

ପୁରୀ ତା ୨୧.୦୪.୨୦୨୩ ରିଖ ରାଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଅନୁକୂଲ୍ୟରେ, ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟ, ପୁରୀ ଠାରେ  ଏକ ଶିଶୁ ସ୍ନାୟୁରୋଗ ଏବଂ  ଅପସ୍ମାରରୋଗ ର ଚିହ୍ନଟ ଓ ପରୀକ୍ଷା ଶିବିର ନାରାୟଣ ହସ୍ପିଟାଲ, ମୁମ୍ବାଇ ସହାୟତାରେ ଅନୁଷ୍ଠିତ ହୋଇଯାଇଛି | ଏହି ପରୀକ୍ଷା ଶିବିରରେ ଆର ବି ଏସ କେ ମାଧ୍ୟମରେ ପଞ୍ଜିକୃତ ହୋଇଥିବା ୫୫ ଜଣ ଶିଶୁଙ୍କୁ ନାରାୟଣ ହସ୍ପିଟାଲ, ମୁମ୍ବାଇରୁ ଆସିଥିବା ଶିଶୁ ସ୍ନାୟୁରୋଗ ବିଶେଷଜ୍ଞ ଡାକ୍ତର Pradnya Gadgil ଏବଂ ଶିଶୁ ସ୍ନାୟୁରୋଗ ଶଲ୍ୟ ଚିକିତ୍ସକ ଡାକ୍ତର ସୌରଭ ସାମନ୍ତରାୟଙ୍କ ଦ୍ୱାରା ପରୀକ୍ଷା ଓ ଚିକିତ୍ସା କରାଯିବ ସହ ସେଥିମଧ୍ୟରୁ ୧୧ ଜଣଙ୍କୁ ନାରାୟଣ ହସ୍ପିଟାଲ ମୁମ୍ବାଇକୁ ପଠାଯାଇ ଉନ୍ନତ ସ୍ନାୟୁଶଲ୍ୟ ଚିକିତ୍ସା କରାଯିବା ପାଇଁ ସ୍ଥିରୀକୃତ କରାଯାଇଅଛି | ପୁରୀ ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟର ଶିଶୁରୋଗ ବିଶେଷଜ୍ଞ ଡାକ୍ତର Archana Pattnaik ଙ୍କ ପ୍ରତ୍ୟକ୍ଷ  ତତ୍ତ୍ୱାବଧାନରେ ଏହି ଶିଶୁମାନଙ୍କୁ ମୁମ୍ବାଇରୁ ଆସିଥିବା ଦୁଇ ସ୍ନାୟୁରୋଗ ବିଶେଷଜ୍ଞ ଚିକିତ୍ସା କରିଥିଲେ |

ଏହି କାର୍ଯ୍ୟକ୍ରମକୁ ଜ଼ିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରିଣୀ ଡାକ୍ତର ସୁଜାତା ମିଶ୍ର ଏବଂ DMO (MS) ଡାକ୍ତର ପ୍ରାଣବଶଙ୍କର ଦାସ  ଉଦଘାଟନ କରି ଜ଼ିଲ୍ଲା ସ୍ୱାସ୍ଥ୍ୟବିଭାଗ ଦ୍ୱାରା ଆର ବି ଏସ କେ ଏବଂ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା  ମାଧ୍ୟମରେ ଶିଶୁ ସ୍ନାୟୁରୋଗ ଏବଂ  ଅପସ୍ମାରରୋଗ କୁ ଚିକିତ୍ସା କରିବାର ଏହା ଏକ ବଳିଷ୍ଠ ପଦକ୍ଷେପ ବୋଲି କହିବାସହ ନାରାୟଣ ହସ୍ପିଟାଲରୁ ଆସିଥିବା ଦୁଇ ଡାକ୍ତରଙ୍କୁ ସାଧୁବାଦ ଜଣାଇଥିଲେ | ଡାକ୍ତର Pradnya Gadgil ଏବଂ ଡାକ୍ତର ସୌରଭ ସାମନ୍ତରାୟ ମଧ୍ୟ ଜ଼ିଲ୍ଲା ସ୍ୱାସ୍ଥ୍ୟବିଭାଗ ଏବଂ ଆର ବି ଏସ କେ ଦ୍ୱାରା ଏଭଳି ଉଦ୍ୟମକୁ ଭୁଇୟସୀ ପ୍ରଶଂସା କରିବା ସହ DEIC ମାଧ୍ୟମରେ ମିଳୁଥିବା ଚିକିତ୍ସା ପଦ୍ଧତିକୁ ମଧ୍ୟ ପ୍ରଶଂସା କରିଥିଲେ | ଏହାପରେ ନାରାୟଣ ହସ୍ପିଟାଲର ଦୁଇ ଡାକ୍ତରଙ୍କ ଦ୍ୱାରା ଆର ବି ଏସ କେ ଡାକ୍ତରମାନଙ୍କୁ CME ମାଧ୍ୟମରେ ଶିଶୁ ସ୍ନାୟୁରୋଗ ଏବଂ  ଅପସ୍ମାରରୋଗ ଚିହ୍ନଟ ନିମନ୍ତେ ଉପଯୁକ୍ତ ତଥ୍ୟ ପ୍ରଦାନ କରିଥିଲେ |

ଏହିକାର୍ଯ୍ୟକ୍ରମକୁ ନାରାୟଣ ହସ୍ପିଟାଲର ଅନ୍ୟଦୁଇ ସହଯୋଗୀ ପୃଥ୍ୱୀରାଜ ବଳିୟାରସିଂ, ବିରାଟ ବର୍ମା, ଓଡିଶା ଆର ବି ଏସ କେ ପ୍ରତିନିଧି ପ୍ରଶାନ୍ତ ଦାସ, ପୁରୀ ଜ଼ିଲ୍ଲା ଆର ବି ଏସ କେ ପରିଚାଳକ ପ୍ରଶାନ୍ତ ପରିଜା, ଡାକ୍ତର ଜୟନ୍ତ କୁମାର ଉପାଧ୍ୟୟ, ଡାକ୍ତର ଶୈଳବାଳା ଦାସ, ଦେବସ୍ମିତା ପତି, ପ୍ରିୟଦର୍ଶିନୀ ମହାନ୍ତି ଓ ଅନ୍ୟ DEIC କର୍ମକର୍ତ୍ତା ମାନେ ପରିଚାଳିତ କରିଥିଲେ |

 

SPREAD YOUR LOVE WITH YOUR FRIENDS AND FAMILY

Leave a Reply