Home / ମୁଖ୍ୟ ଖବର / କାକଟପୁରରେ ନୂତନ ପେଟ୍ରୋଲ ପମ୍ପ ଉଦଘାଟିତ

କାକଟପୁରରେ ନୂତନ ପେଟ୍ରୋଲ ପମ୍ପ ଉଦଘାଟିତ

29962abc f806 478e 86b7 85256d1c3e3a

କାକଟପୁର ତା 25/4, ଗତ ରବିବାର ଦିନ କାକଟପୁର ବ୍ଲକ ଛକ ଠାରେ ଭାରତ ପେଟ୍ରୋଲିୟମର ବିଶ୍ୱାଳ ଏନର୍ଜି ପେଟ୍ରୋଲ ପମ୍ପ ମହାସମାରୋହରେ ଉଦଘାଟିତ ହୋଇଯାଇଛି l ଏହି ନୂତନ ପେଟ୍ରୋଲ ପମ୍ପ କୁ ଅବସର ପ୍ରାପ୍ତ ବ୍ୟାଙ୍କ ପରିଚାଳକ ତଥା ଯୋଗାଗୁରୁ ଲକ୍ଷ୍ମୀଧର ବିଶ୍ୱାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ l ସମ୍ମାନିତ ଅତିଥି ଭାବେ କାକଟପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀଧର ନାୟକ, ଭାରତ ପେଟ୍ରୋଲିୟମର ଉଚ୍ଚ ପଦାଧିକାରୀ ଯଥା ଅଙ୍କୁର କୁମାର ମିଶ୍ର, ସୌମ୍ୟ ଜୈନ, ଅଭିଷେକ ପଲ, ବିଶ୍ୱାଳ ଏନର୍ଜିର ସତ୍ବାଧୀକାରୀ ନିରଞ୍ଜନ ବିଶ୍ୱାଳ ଯୋଗଦାନ କରି ପେଟ୍ରୋଲ ପମ୍ପଟି ସର୍ବସାଧାରଣ ଗ୍ରାହକ, ବସ ଟ୍ରକ ମାଲିକ ଓ କୃଷକ ମାନଙ୍କର ଆବଶ୍ୟକତାକୁ ପୂରଣ କରିପାରିବ ବୋଲି ମତବ୍ୟକ୍ତ କରିଥିଲେ l କାକଟପୁର ଓ ଅସ୍ତରଙ୍ଗ ଅଞ୍ଚଳରେ ଅନେକ ପେଟ୍ରୋଲ ପମ୍ପ ଥିଲେ ମଧ୍ୟ ଏହି ବିଶ୍ୱାଳ ଏନର୍ଜି ପେଟ୍ରୋଲ ପମ୍ପଟି ସବୁ ପ୍ରକାର ଗ୍ରାହକଙ୍କର ଆବଶ୍ୟକତାକୁ ପୂରଣ କରିବାସହିତ ତେଲର ଶୁଦ୍ଧତା ଓ ମାନ ଉପରେ ସ୍ୱତନ୍ତ୍ର ଧ୍ୟାନ ଦେବବୋଲି ଶ୍ରୀ ବିଶ୍ୱାଳ ପ୍ରକାଶ କରିଥିଲେ l

SPREAD YOUR LOVE WITH YOUR FRIENDS AND FAMILY

Leave a Reply