Home / ସଂସ୍କୃତି ଓ ପରମ୍ପରା / ରଥ ପଥ ଜଗନ୍ନାଥ ସାରସ୍ଵତ ସମ୍ମାନ ରେ ସନ୍ତୋଷ ଦାଶ ସମ୍ମାନୀତ।

ରଥ ପଥ ଜଗନ୍ନାଥ ସାରସ୍ଵତ ସମ୍ମାନ ରେ ସନ୍ତୋଷ ଦାଶ ସମ୍ମାନୀତ।

କାକଟପୁର: କଟକ ର କୈବଲ୍ୟ ସାହିତ୍ୟ ସଂସଦ ପକ୍ଷରୁ ଆଜି ଚହଟେଶ୍ୱର ଶମ୍ଭୁ ମନ୍ଦିର ପରିସର ରେ ରାଜ୍ୟସ୍ତରୀୟ ରଥ ପଥ ଜଗନ୍ନାଥ ସାହିତ୍ୟ ମହାସଭା ତଥା ବିଶ୍ଵ ରେକର୍ଡ ପାଳନ ମହୋତ୍ସବ ଅନୁଷ୍ଠିତ ହୋଇଥିଲା। ଏହି ଅବସର ରେ ରାଜ୍ଯସ୍ତରୀୟ କବି ସମ୍ମିଳନୀ, କବିତା ପାଠୋତ୍ସବ, କବିତା ରେ ଜଗନ୍ନାଥ ଆଲୋଚନାଚକ୍ର, ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହି ଉତ୍ସବ ରେ କାକଟପୁର ପ୍ରେସ କ୍ଲବ ର ସଭ୍ୟ ବରିଷ୍ଠ ସାମ୍ବାଦିକ ସନ୍ତୋଷ ଦାଶ, ମିଡ଼ିଆ ଫୋରମ ର ମାନସ ସାମଲ, ଶିକ୍ଷାବିତ ହୃଦାନନ୍ଦ ଶାସମାଲ ଓ ସହଧର୍ମିଣୀ ସୁନନ୍ଦା ରାଉତ ଏବଂ ବରିଷ୍ଠ ଶିକ୍ଷାବିତ ତଥା ଶିକ୍ଷୟତ୍ରୀ ଦିପ୍ତିମୟୀ ମହାନ୍ତି ଙ୍କୁ ରଥ ପଥ ଜଗନ୍ନାଥ ସାରସ୍ଵତ ସମ୍ମାନ ରେ ସମ୍ମାନୀତ କରାଯାଇଥିଲା। ଏହି ଉତ୍ସବ ରେ ଅତିଥି ଭାବେ ଯୋଗ ଦେଇଥିବା ପଣ୍ଡିତ ନୀଳକଣ୍ଠ ରାଉତ
ଶ୍ରୀ ଦାଶ ଙ୍କୁ ଏକ ମେଡାଲ ଓ ମାନପତ୍ର ଦେଇ ସମ୍ମାନିତ କରିଥିଲେ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply