Home / ସଂସ୍କୃତି ଓ ପରମ୍ପରା / ଶୀତଳଷଷ୍ଠୀ ରେ ଶିବବିବାହ : ଜିଉଁନ୍ତି ଗ୍ରାମ ଉତ୍ସବ ମୁଖର

ଶୀତଳଷଷ୍ଠୀ ରେ ଶିବବିବାହ : ଜିଉଁନ୍ତି ଗ୍ରାମ ଉତ୍ସବ ମୁଖର

କାକଟପୁର ତା 24/05,,ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଧିନସ୍ଥ ଜିଉଁନ୍ତି ଗ୍ରାମର ପ୍ରସିଦ୍ଧ ଶୈବପୀଠ ଶ୍ରୀ ଶ୍ରୀ ଈଶ୍ୱରନାଥ ମହାଦେବଙ୍କ ପୀଠରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ଶୀତଳଷଷ୍ଠୀ ତିଥି ରେ ପାରମ୍ପରିକ ପ୍ରଥା ନୁସାରେ ଶିବବିବାହ ଉତ୍ସବ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି l ଆଜି ସକାଳୁ ହାଣ୍ଡି ମଙ୍ଗୁଳା, ଦିଅଁ ମଙ୍ଗୁଳା, ଶିବପାର୍ବତୀଙ୍କ ମହାସ୍ନାନ, ବାଟବରଣ ନିତୀ ପରେ ପ୍ରଥମ ବରଣ, ଦ୍ଵିତୀୟ ବରଣ ହୋଇଥିଲା l ପରେ ହରି ବୋଲ, ହୁଳହୁଳି ଶବ୍ଦ ମଧ୍ୟରେ ଶିବ -ପାର୍ବତୀ ଙ୍କ ବିବାହ କାର୍ଯ୍ୟ ସମ୍ପାଦନ ହୋଇଥିଲା l ପଣ୍ଡିତ ରୋଶନ କର ଏବଂ ପଣ୍ଡିତ ବିଶ୍ୱନାଥ ମିଶ୍ର ବିବାହ କାର୍ଯ୍ୟ ସମ୍ପାଦନ କରିଥିବା ବେଳେ ମନ୍ଦିରର ବଡ଼ପଣ୍ଡା ପ୍ରଫୁଲ୍ଲ ଚନ୍ଦ୍ର ପଣ୍ଡା ପୁରୋହିତ କାର୍ଯ୍ୟ ତୁଲାଇଥିଲେ l ବରପିତା ଭାବେ ଦେବେନ୍ଦ୍ର ଦାଶ ଓ କନ୍ୟାପିତା ଭାବେ ଶରତ ଚନ୍ଦ୍ର ପଣ୍ଡା ଦାୟିତ୍ୱ ନିଭାଇଥିଲେ l ଶିବ -ପାର୍ବତୀ ଙ୍କ ବିବାହ କାର୍ଯ୍ୟକ୍ରମକୁ ସ୍ଥାନୀୟ ଅଞ୍ଚଳର ଅଗ୍ରଣୀ ଅନୁଷ୍ଠାନ ଗୋପବନ୍ଧୁ ଯୁବ ସାମାଜିକ ସଂଗଠନ ର ସମସ୍ତ କର୍ମକର୍ତ୍ତା ପରିଚାଳନା କରିଥିଲେ l ଉକ୍ତ ବିବାହ କାର୍ଯ୍ୟରେ ଗ୍ରାମର ଶତାଧିକ ଶ୍ରଦ୍ଧାଳୁ ଯୋଗ ଦେଇ ଶିବ ପାର୍ବତୀଙ୍କ ଆଶୀର୍ବାଦ ଭିକ୍ଷା କରିବା ସହିତ ପ୍ରସାଦ ସେବନ କରିଥିଲେ l ଗୁରୁବାର ସନ୍ଧ୍ୟାରେ ଶିବ ପାର୍ବତୀ ଙ୍କ ଚଳନ୍ତି ପ୍ରତିମାକୁ ଏକ ସୁସଜ୍ଜିତ ମଣି ବିମନରେ ବସାଇ ନଗର ପରିକ୍ରମା କରାଯିବାପରେ ପୁନର୍ବାର ମନ୍ଦିରକୁ ଫେରାଇ ଅଣାଯିବ ବୋଲି ସଂଗଠନର ଉପଦେଷ୍ଟା ପୂର୍ଣଚନ୍ଦ୍ର ଖଣ୍ଡୁଆଳ ପ୍ରକାଶ କରିଛନ୍ତି l

SPREAD YOUR LOVE WITH YOUR FRIENDS AND FAMILY

Leave a Reply