କାକଟପୁର ପୁରୀ ଜିଲ୍ଲା ଅସ୍ତରଙ୍ଗ ବନାଞ୍ଚଳ ରେ ଥିବା ୫ଟି ହାଚେରୀ ରେ ବିରଳ ଅଲିଭ ରିଡଲେ କଇଁଛ ଅଣ୍ଡା ଫୁଟିବା ପ୍ରକ୍ରିୟା ଜାରି ରହିଛି । ବନାଞ୍ଚଳ ଅନ୍ତର୍ଗତ ଡାଳୁଅକଣି , ଜାହାନିଆ , ଗଙ୍ଗାଦେବୀ ମୁହାଣ ଓ ଦେବୀନାଶି , ଆଇସଲ୍ୟାଣ୍ଡ ପ୍ରଭୃତି ହାଚେରୀ ରୁ ବନପାଳ ଇଂ ସବୀର ସାହୁ,ବିରଜା ମହାପାତ୍ର ଙ୍କ ତତ୍ୱାବଧାନ ରେ ମେ ମାସ ୨୭ ତାରିଖ ପର୍ଯ୍ୟନ୍ତ ୭୬୧ ବସାରୁ ୬୫ ହଜାର ୯୭୪ ଟି ଅଣ୍ଡା ସଂଗ୍ରହ ହୋଇଥିବାବେଳେ ସେଥିରୁ ୩୩ ହଜାର ୬୫୭ଟି ଅଣ୍ଡା ଫୁଟିବା ପରେ ଶାବକ ଗୁଡିକୁ ସୁରକ୍ଷିତ ଭାବେ ସମୁଦ୍ରରେ ଛଡାଯାଇଥିବା ସବୀରସାହୁ ସୂଚନା ଦେଇଛନ୍ତି । ତେବେ କିଛି ବର୍ଷ ହେବ ଅସ୍ତରଙ୍ଗ ଉପକୂଳକୁ ପାରିପାର୍ଶିକ ପରିସ୍ଥିତି ଯୋଗୁଁ କଇଁଛଙ୍କ ଆଗମନରେ ଭଟ୍ଟା ପରିଲକ୍ଷିତ ହେଉଥିବା ପରିବେଶବିତ୍ ମାନଙ୍କୁ ବ୍ୟଥିତ କରିଛି । ସାମୁଦ୍ରିକ କଟକଣା କଡାକଡି ଯୋଗୁଁ ଓଡ଼ିଶାର ଅନ୍ୟତମ ପ୍ରମୁଖ ଅଣ୍ଡାଦାନସ୍ଥଳୀ ଗହୀରମଥା ଓ ଋଷିକୂଲ୍ୟା ବେଳାଭୂମିରେ କଇଁଛଙ୍କ ଗଣ ଅଣ୍ଡାଦାନ ବୃଦ୍ଧିପାଉଥିବା ବେଳେ ଅସ୍ତରଙ୍ଗ ଠାରେ କିଛି ମାଫିଆ ଙ୍କ ପାଇଁ ଗଣ ଅଣ୍ଡାଦାନ ଆଉ ପୂର୍ବ ପରି ହେଉନାହିଁ। ୧୯୮୧ ମସିହାରେ ପ୍ରଥମେ ଅସ୍ତରଙ୍ଗ ଦେବୀ ମୁହାଣରେ ଏହି ବିରଳ ସାମୁଦ୍ରିକ ପ୍ରାଣୀ ଅଣ୍ଡା ଦେଇଥିଲେ । ଏହି ସମୟରୁ ପ୍ରତି ବର୍ଷ ଶୀତ ଋତୁରେ ୮ଲକ୍ଷରୁ ଉର୍ଦ୍ଧ୍ବ କଇଁଛ ଏଠାକୁ ଆସୁଥିଲେ । ବର୍ତ୍ତମାନ ମନୁଷ୍ୟ କୃତ ପ୍ରତିକୂଳ ପରିବେଶ ସେମାନଙ୍କ ଅଣ୍ଡା ଦେବା କାର୍ଯ୍ୟ ରେ ବାଧକ ସାଜିଚି ,ଯନ୍ତ୍ର ଚାଳିତ ଡଙ୍ଗାର ବ୍ୟବହାର ବୃଦ୍ଧି ପାଇବା , ସାମୁଦ୍ରିକ ଜଳରାଶି ପ୍ରଦୂଷିତ ହେବା , ଉପକୂଳ ଚିଙ୍ଗୁଡ଼ି ଘେରିର ଅତି ଉଜ୍ଜଳ ଆଲୋକ ଓ ମତ୍ସଜୀବୀଙ୍କ ଦ୍ଵାରା ସାମୁଦ୍ରିକ କଟକଣା ସମ୍ପର୍କିତ ସରକାରୀ ନିର୍ଦ୍ଦେଶନାମା ଉଲଂଘନ ହେବା ଯୋଗୁଁ ଅସ୍ତରଙ୍ଗ ସାମୁଦ୍ରିକ ଉପକୂଳକୁ କଇଁଛଙ୍କ ଆଗମନରେ ଶିଥିଳତା ପରିଲକ୍ଷିତ ହେଉଥିବା ପରିବେଶବିଦ ମାନେ ପ୍ରକାଶ କରିଛନ୍ତି। ଦିନ ଆସିବ ଆଉ ଏହି ବିରଳ ପ୍ରଜାତି ର ଅଲିଭ ରିଡଲେ କଇଁଛ ମାନଙ୍କୁ ଆଉ ଅସ୍ତରଙ୍ଗ ଉପକୂଳ ଅଞ୍ଚଳ ରେ ଦେଖିବାକୁ ମିଳିବ ନାହିଁ। ଏଥି ପ୍ରତି ବେଳହୁଁ ସାବଧାନ ହେବା ସହିତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣ ରେ ଆଲୋଚନା ହେଉଥିବା ଜଣା ପଡିଛି
ସମୁଦ୍ର ରେ ଯୋଗ ଦେଲେ ନୂଆ ସଦସ୍ୟ
No Comments
May 30, 2023 10:32 am

Previous Article
Next Article

ମଙ୍ଗଳା ମନ୍ଦିରକୁ ମୋବାଇଲ ମନା,ନେଲେ ହେବ ଦୃଢ଼ କାର୍ଯ୍ୟା ନୁଷ୍ଟାନ, ଆଜିଠୁ କଡାକଡି
“ପ୍ରାଚୀ ଶ୍ରୀକ୍ଷେତ୍ର” ଜଗନ୍ନାଥଙ୍କ ମନ୍ଦିର ର ନବମ ବାର୍ଷିକ ପ୍ରତିଷ୍ଠା ଉତ୍ସବ

Related Posts
ଶ୍ରୀମନ୍ଦିର ପ୍ରବେଶ ଓ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥା ଦାବିରେ ୧୬୧ ଦିନରେ ପ ...
September 9, 2026
ପୁରୀ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ସ୍ନାତକ ସମାରୋହରେ ଯୋଗଦେଲେ ରାଜ୍ଯ ...
September 9, 2026





