Home / ମୁଖ୍ୟ ଖବର / ବିଶ୍ଵ ଭାତୃତ୍ବର ସନ୍ତକ ଈଫତାର ପାର୍ଟି।

ବିଶ୍ଵ ଭାତୃତ୍ବର ସନ୍ତକ ଈଫତାର ପାର୍ଟି।

iftar

କାକଟପୁର :-୨୮/୦୩ – ( ତୁଷାର ଦୀକ୍ଷିତ ), କାକଟପୁର ବ୍ଳକ ଅନ୍ତର୍ଗତ ଭଣ୍ଡାଘର ଗ୍ରାମପଞ୍ଚାୟତ ଖାନପୁର ଗ୍ରାମର ଏ ସି ଏମ୍ କମିଟି ପକ୍ଷରୁ ଦି ଗ୍ରିଲୋ ରେଷ୍ଟୁରାଣ୍ଟରେ ଏକ ଭାଇଚାରାର ପ୍ରତିକ ଈଫତାର ବନ୍ଧୁ ମିଳନ ଅନୁଷ୍ଠିତ ହୋଇଯାଇଛି।ସଂଗଠନର ସଂଯୋଜକ ଏଜାଜ ଅହମଦ ଖାଁଙ୍କ ଆୟୋଜନରେ ପ୍ରସ୍ତୁତ ଈଫତାର ବନ୍ଧୁ ମିଳନରେ ସଭାପତି ମୁନସଫ ଖାଁ, ସମ୍ପାଦକ ରିହାନ ଅଲ୍ଲି, କୋଷାଧ୍ୟକ୍ଷ ଓସିମ୍ ଖାଁ, ସାଲାଉବ୍ଦିନ ଖାଁ,ହାଫିଜ୍ ମିନହାଜ, ମୋହାହିଦ ଖାଁ,ଶେର ଖାଁ,ମେହେବୁବ ଖାଁ,ସୋନାବ ଖାଁ, କଲାମ ଖାଁ, ରାଜା ଖାଁ, ଫେସଲ ଖାଁ, ଫିରୋଜ ଖାଁ, ମୁସ୍ତାକ ଖାଁ ଓ ନେସାରୁଲ ଖାଁ ପ୍ରମୁଖ ଯୋଗଦେଇଥିଲେ।ବର୍ତ୍ତମାନ ଯୁଗରେ ସମସ୍ତ ସମ୍ପ୍ରଦାୟ ମଧ୍ୟରେ ଭାତୃତ୍ଵ ବନ୍ଧନ, ଉତ୍ତମ ସାମାଜିକ ଓ ପାରିବାରିକ ସୌହାର୍ଦ୍ଦ୍ୟପୂର୍ଣ୍ଣ ପରିବେଶ ସୃଷ୍ଟି କରିବା ଏହି ଈଫତାର ବନ୍ଧୁମିଳନର ଉଦେଶ୍ୟ ବୋଲି ଆୟୋଜକ ମାନେ ପ୍ରକାଶ କରିବା ସହ ଗ୍ଳୋବାଲ ୱାର୍ମିଙ୍ଗରୁ ବିଶ୍ଵକୁ ରକ୍ଷା କରିବା ପାଇଁ ବୃକ୍ଷରୋପଣ ଉପରେ ଗୁରୁତ୍ଵ ଦେଇଥିଲେ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply