ବାଙ୍ଗୁରିଗାଁ ୦୧/୦୬(ସମିସ): କାକଟପୁର ବ୍ଲକ୍ ଶ୍ରୀଚନ୍ଦନପୁର ଗ୍ରାମର ଯୁବ ଉଦ୍ୟୋଗପତି ମୋହନ(ମିଟୁ ) ଗ୍ଲୋବାଲ ଡାଇରେକ୍ଟର ଏଫ. ଡବ୍ଲୁ.ସି. ଆଇ ଏନ ସି ବାଙ୍ଗାଲୋର ଙ୍କୁ ବାଙ୍ଗୁରିଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ ତରଫରୁ ଫୁଲ ତୋଡା ଓ ଔପଢୋକନ୍ ଦେଇ ପ୍ରଧାନ ଶିକ୍ଷକ ସାନ୍ତୁନୁ କୁମାର ମିଶ୍ର କଲେ ସମ୍ମାନିତ । ସେ ମହୋଦୟ ବିଦ୍ୟାଳୟ ପରିଭ୍ରମଣ ରେ ଯାଇ ଛାତ୍ରୀ ଓ ସ୍କୁଲ ଶିକ୍ଷକଙ୍କ ସହିତ ଆଲୋଚନା କରି ଭଲ ମନ୍ଦ ବୁଝି ଥିଲେ। ସ୍କୁଲ ରେ କମ୍ପ୍ୟୁଟର ଶିକ୍ଷକ ନଥିବାରୁ ପିଲା ମାନେ କମ୍ପ୍ୟୁଟର ଶିକ୍ଷା ରୁ ନିବୃତ୍ତ ଥିବାରୁ ନିଜ କମ୍ପାନୀ ତରଫରୁ ଏକ ଶିକ୍ଷୟତ୍ରୀ ନିଯୁକ୍ତି ପାଇଁ ପ୍ରତିଶ୍ରୁତି ଦେଇଛନ୍ତି, ବାଳିକା ବିଦ୍ୟାଳୟ ହୋଇଥିବାରୁ ସିଲାଇ ମେସିନ ଯୋଗାଇ ସିଲାଇ ଶିକ୍ଷାର ବ୍ୟବସ୍ଥା କରିବା , କମ୍ପ୍ୟୁଟର ର ମରାମତି ଇତ୍ୟାଦି କାମ ନିଜ ତରଫରୁ କରିବା ନିମନ୍ତେ ପ୍ରତିଶ୍ରୁତି ଦେଇ ସପ୍ତାହକ ମଧ୍ୟରେ ସବୁ କାମ ଶେଷ ହେବାପାଇଁ ସ୍ଥିରୀକୃତ କରିଛନ୍ତି। ସର୍ବ ଶେଷରେ ପିଲାମାନଙ୍କୁ ନିଜ ଜୀବନ ରେ କିପରି ୨୫୦୦ ଟଙ୍କାରେ ଚାକିରୀ କରି ଆଜି ୱାଲ୍ଡ ୱାଇଡ କମ୍ପାନୀ ର ମାଲିକ୍ ହୋଇଛନ୍ତି, ତାଙ୍କର ବାର୍ତ୍ତା ଥିଲା “ଗରିବ ହୋଇ ଜନ୍ମ ହେବା ଅଭିଶାପ ନୁହେଁ ବରଂ ଗରିବ ହୋଇ ମରିବା ଅଭିଶାପ ଅଟେ”।
ଯୁବ ଉଦ୍ୟୋଗପତି ସମ୍ମାନିତ ।
No Comments
June 3, 2023 11:53 am

Previous Article
Next Article

କାକଟପୁର ଥାନାରେ ଯୋଗଦେଲେ ନୂତନ ଥାନାଧିକାରୀ ରଞ୍ଜନ ମଲ୍ଲକ
ଖୋଲିବଗୁମର ହେବବିଦ୍ରୋହ ନିଯୁକ୍ତିକୁ ଅପେକ୍ଷା ସିଆରପି,ଏମବିକେ,ବ୍ୟାଙ୍କମିତ୍ର ପଦବୀ ପାଇଁ ଅର୍ଥ ଆଦାୟ ଅଭିଯୋଗ









