Home / ମୁଖ୍ୟ ଖବର / ଶ୍ରୀରାମ ଚନ୍ଦ୍ର ପୁର ଗ୍ରାମରେ ଅନୁଷ୍ଟିତ ହେଲା ନିଶୁଳ୍କ ସ୍ୱାସ୍ଥ୍ୟ ସେବା ଶିବିର

ଶ୍ରୀରାମ ଚନ୍ଦ୍ର ପୁର ଗ୍ରାମରେ ଅନୁଷ୍ଟିତ ହେଲା ନିଶୁଳ୍କ ସ୍ୱାସ୍ଥ୍ୟ ସେବା ଶିବିର

ସାକ୍ଷୀଗୋପାଳ ର ଜନସାଧାରଣ ଙ୍କ ସ୍ବାସ୍ଥ୍ଯ ପ୍ରତି ଯତ୍ନ ନେବା ଓ ଉତ୍ତମ ସ୍ବାସ୍ଥ୍ଯ ଗଠନର ବାର୍ତ୍ତା ନେ଼ଇ ଆଉ ପାଦେ ଆଗେଇଛି ଲୁବ୍ସାମ୍ ହେଲ୍ଥ କେୟାର, ଗ୍ରାମାଞ୍ଚଳର ଜନସାଧାରଣ ଙ୍କ ସ୍ୱାସ୍ଥ୍ୟ ସେବା କୁ ନଜରକୁ ନେଇ ସୁଶ୍ରୁତ ହସ୍ପିଟାଲର ସହଯୋଗରେ ଶ୍ରୀରାମ ଚନ୍ଦ୍ର ପୁର ଗ୍ରାମରେ
ଆୟୋଜିତ ହୋଇଯାଇଛି ମାଗଣା ସ୍ୱାସ୍ଥ୍ୟ ସେବା ଶିବିର। ଏହି ଶିବିରରେ ପ୍ରସିଦ୍ଧ ସ୍ଵାସ୍ଥ୍ୟ ବିଶେଷଜ୍ଞ ଡ଼ା କୁମାର୍ ଅଭିନନ୍ଦନ ଯୋଗଦେଇ ପଞ୍ଚାୟତର ୧୦୦ ରୁ ଉର୍ଦ୍ଧ ପୁରୁଷ, ମହିଳାଙ୍କୁ ମାଗଣା ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଇଥିଲେ। ଲୁବ୍ସାମ୍ ହେଲ୍ଥ କେୟାର md ସେକ ଅବଦୁଲ ସମିମ୍ ଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି ଶିବିରରେ ସୁଶୃତ ହସ୍ପିଟାଲ ତରଫରୁ ଉନ୍ନତ ମାନର ନିଶୁଳ୍କ ସ୍ବାସ୍ଥ୍ୟସେବା ଯୋଗାଇଦିଆଯାଇଥିଲା।

ଆଗକୁ ସାକ୍ଷୀଗୋପାଳ ର ବିଭିନ୍ନ ପଞ୍ଚାୟତର ଜନସାଧାରଣ ଙ୍କୁ ଲୁବ୍ସାମ୍ ହେଲ୍ଥ କେୟାର ତରଫରୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ କହିଛନ୍ତି MD ସେକ ଅବଦୁଲ ସମିମ୍।
ଆଜିର କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସଦସ୍ୟା ଝୁନା ଶତପଥୀ, ଏବଂ ମିର ଅବଦୁଲ୍ ରେହେମାନ ପରିଚାଳନା କରିଥିଲେ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply