Home / ମୁଖ୍ୟ ଖବର / ପୁରୀ ଜିଲ୍ଲା ଭାରତ ସ୍କାଉଟ୍ସ ଗାଇଡ୍ସ ଓ ଜୁନିଅର ରେଡକ୍ରସର ରଥଯାତ୍ରା ୨୦୨୬ ସେବା ଶିବିର ପାଇଁ ପ୍ରସ୍ତୁତି ବୈଠକ

ପୁରୀ ଜିଲ୍ଲା ଭାରତ ସ୍କାଉଟ୍ସ ଗାଇଡ୍ସ ଓ ଜୁନିଅର ରେଡକ୍ରସର ରଥଯାତ୍ରା ୨୦୨୬ ସେବା ଶିବିର ପାଇଁ ପ୍ରସ୍ତୁତି ବୈଠକ

ପୁରୀ – ତା ୩/୭/୨୦୨୬ ରିଖ, ଶୁକ୍ରବାର ପୁରୀ ଜିଲ୍ଲା ସ୍କୁଲ ପରିସରରେ ପୁରୀ ଜିଲ୍ଲା ଭାରତ ସ୍କାଉଟ୍ସ ଗାଇଡ୍ସ ଓ ଜୁନିଅର ରେଡକ୍ରସର ରଥଯାତ୍ରା ସେବା ଶିବିର ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି। ଜିଲ୍ଲା ମୁଖ୍ୟ ଶିକ୍ଷାଧିକାରୀ ଦୀପକ କୁମାର ପାଢ଼ୀଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଅତିରିକ୍ତ ଶିକ୍ଷାଧିକାରୀ ଗୋବିନ୍ଦ ଚନ୍ଦ୍ର ହେମ୍ବ୍ରମଙ୍କ ଅଧ୍ୟକ୍ଷତାରେ ପୁରୀ ପୌରନିଗମ ଅନ୍ତର୍ଗତ ସମସ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ସ୍କାଉଟ ମାଷ୍ଟର, ଗାଇଡ୍ କ୍ୟାପ୍ଟେନ, କବ୍ ମାଷ୍ଟର, ଫ୍ଲକ ଲିଡର, ରୋଭର ଲିଡର, ରେଞ୍ଜର ଲିଡର, ଜୁନିଅର ରେଡକ୍ରସ କାଉନ୍ସିଲର ଓ ରୋଭର ରେଞ୍ଜର ଉପସ୍ଥିତିରେ ଉଦଘାଟିତ ହୋଇଯାଇଛି l


ଏହି ବୈଠକରେ ଆସନ୍ତା ରଥଯାତ୍ରାରେ ଆସୁଥିବା ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି କିପରି ଭାବରେ ଶ୍ରୀ ଗୁଣ୍ଡିଚାର ପୂର୍ବଦିନ ଠାରୁ ସୁନାବେଶ ପଯ୍ୟନ୍ତ ଉତ୍ତମ ସେବା ଯୋଗାଇ ଦେବା ପାଇଁ ରୂପରେଖ ପ୍ରସ୍ତୁତ କରାଯାଇଛି। ଏହି ବୈଠକରେ ଜିଲ୍ଲା ସ୍କାଉଟ ସଂଗଠନର ବରିଷ୍ଠ ଉପସଭାପତି ରମେଶଚନ୍ଦ୍ର ବଳିଆରସିଂ ଓ ପ୍ରଦ୍ୟୁମ୍ନ ମିଶ୍ର, ସ୍କାଉଟ କମିଶନର ରମେଶ ଚନ୍ଦ୍ର ପଣ୍ଡା, ଗାଇଡ୍ କମିଶନର ରୂପଶ୍ରୀ ଛୋଟରାୟ ସ୍କାଉଟ ଭାରପ୍ରାପ୍ତ ସଚିବ ନିହାର ରଞ୍ଜନ ପଲେଇ, ପୂର୍ବତନ ସଚିବ ମହେନ୍ଦ୍ର କୁମାର ବିଶ୍ବାଳ, କୋଷାଧକ୍ଷ ଅଶୋକ କୁମାର ସେଠୀ, ଗାଇଡ୍ ଉପ କମିଶନର କବିତା ପଟ୍ଟନାୟକ, ଜିଲ୍ଲା ଗାଇଡ୍ ସାଙ୍ଗଠନିକ କମିଶନର ମିନାକ୍ଷୀ ମିଶ୍ର, ଜିଲ୍ଲା ସ୍କାଉଟ ସାଙ୍ଗଠନିକ କମିଶନର ଦେବାଶିଷ ମିଶ୍ର, ଗାଇଡ୍ କ୍ୟାପ୍ଟେନ ସସ୍ମିତା ରାଉତରାୟ, ପ୍ରଭାସିନୀ ତ୍ରିପାଠୀ, ସୁଜାତା ଧଳ, କ୍ରୀଷ୍ଣା ପରିଡା, ସ୍କାଉଟ ମାଷ୍ଟର ରଞ୍ଜନ କୁମାର ଷଡଙ୍ଗୀ, ବାଳକୃଷ୍ଣ ଶାହା, ଅରୁଣ ଭଟ୍ଟାଚାର୍ଯ୍ୟ, ପ୍ରକାଶଚନ୍ଦ୍ର ଦାଶ, ବିଜୟ କୁମାର ସାହୁ, ବରିଷ୍ଠ ରୋଭର ଲିଡର ରାଜେନ୍ଦ୍ର ନାରାୟଣ ହରିଚନ୍ଦନ, ପ୍ରଶାନ୍ତ କୁମାର ମୁଦୁଲି, ସୂର୍ଯ୍ୟନାରାୟଣ ମହାପାତ୍ର ଓ ରେଞ୍ଜର ଲିଡର ରେଖା ମାନସିଂ, ଆରତୀ ମହାନ୍ତି ଉପସ୍ଥିତ ଥିଲେ ଏହି ବୈଠକକୁ ଜିଲ୍ଲା ରେଡକ୍ରସ ସଂଗଠକ ବିଦ୍ୟାଧର ମିଶ୍ର ପରିଚାଳନା କରିଥିଲେ ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply