କାକଟପୁର ୦୬/୦୬: କାକଟପୁର ବ୍ଲକ ଅନ୍ତର୍ଗତ କୁଣ୍ଡେଇ ଗ୍ରାମପଞ୍ଚାୟତ ର ପାଟପୁର ପ୍ରାଣୀ ସହାୟକ କେନ୍ଦ୍ରରେ ଆଜକୁ ୧୫ ବର୍ଷରୁ ଉର୍ଦ୍ଧ ସମୟ ହେବ ନାହାଁନ୍ତି ପ୍ରାଣୀଧନ ନିରୀକ୍ଷକ। ଏହି ଅଞ୍ଚଳ ର ଲୋକମାନଙ୍କର ମୁକ୍ଷ୍ୟ ବେଉସା କୃଷି ଓ ପଶୁପାଳନ। ପ୍ରାୟ ୮୦ଭାଗ ରୁ ଅଧିକ ଲୋକ ଗୋ,ଛେଳି ଓ ମେଣ୍ଢା ଚାଷ କରି ପରିବାର ପୋଷଣ କରିଥାନ୍ତି। କିନ୍ତୁ ଦୁର୍ଭାଗ୍ୟ ବଶତଃ ଏମାନେ ସଠିକ ଚିକିତ୍ସା ଓ ତାଲିମ ଅଭାବରୁ ଏହି ଚାଷରେ କ୍ଷତି ସହିବାକୁ ପଡୁଛି କାରଣ ଅନଭିଞ୍, ଅଣକୁଶଳୀ ଚିକିତ୍ସକ ଙ୍କ ଦ୍ଵାରା ଆର୍ଥିକ ଶୋଷଣ ଓ ଭୁଲ ଚିକିତ୍ସା ଦ୍ଵାରା ବହୁ ସଂ୍ୟାରେ ଗାଈ ଗୋରୁ ମରୁଛନ୍ତି। ଯାହା ଫଳରେ ଏମାନେ ଏହି ଗୋପାଳନରୁ ନିବୃତ ହୋଇ ଦାଦନ ଖଟିବାକୁ ବାହାରକୁ ଯାଉଛନ୍ତି। ଏହି ଅଞ୍ଚଳରେ ପ୍ରାୟ ୧୫୦୦ ଗାଈ ଗୋରୁ ଓ ୧୦୦୦ ରୁ ଉର୍ଦ୍ଧ ଛେଳି ମେଣ୍ଢା ଅଛନ୍ତି କିନ୍ତୁ ସରକାର ଓ ମୁଖ୍ୟ ଜିଲ୍ଲା ପ୍ରାଣୀ ଚିକିତ୍ସାଧିକାରୀ,ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ପୁରୀ ଙ୍କ ଦୃଷ୍ଟି ଗୋଚର ଅଭାବରୁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଣୁ ଏଥି ନିମନ୍ତେ ଜଣେ ପ୍ରାଣୀଧାନ ନିରୀକ୍ଷକ ନିଯୁକ୍ତି କରାଯିବା ନିମନ୍ତେ ଅଞ୍ଚଳ ବାସୀଙ୍କ ତରଫରୁ ବାରମ୍ବାର ଅଭିଯୋଗ କରାଗଲେ ମଧ୍ୟ କିଛି ସୁଫଳ ମିଳୁନାହିଁ। ଏଥି ପ୍ରତି ବିଭାଗୀୟ ମନ୍ତ୍ରୀ ଓ ଅଧିକାରୀ ଧ୍ୟାନ ଦେବାକୁ ଅଞ୍ଚଳ ବାସୀଙ୍କ ତରଫରୁ ଅନୁରୋଧ। ନଚେତ୍ ଚାଷୀ ଓ ଗୋ ପାଳଙ୍କ ତରଫରୁ ଆନ୍ଦୋଳନ କରାଯିବ ବୋଲି ସୂଚନା ଦେଇଛନ୍ତି।
ପ୍ରାଣୀଧନ ନିରୀକ୍ଷକ ନିଯୁକ୍ତି ଦାବୀ
1 Comment
June 6, 2023 2:47 pm

Previous Article
Next Article

ଇଂଲଣ୍ଡର ବାଥ୍ ସହରରେ ଥିବା ଜଗନ୍ନାଥ ମନ୍ଦିର ରେ ପବିତ୍ର ଦେବାସ୍ନାନ ପୂର୍ଣ୍ଣିମା ପାଳିତ
କାକଟପୁର ଦେଉଳି ମଠରୁ ଶ୍ରୀଜୀଉଙ୍କ ପାଇଁ ଗଲା ଅଣସର ଫଳ ଭାର










One Comment
ଦୟାକରି ସମାଧାନ କରନ୍ତୁ