Home / ସଂସ୍କୃତି ଓ ପରମ୍ପରା / ଇଂଲଣ୍ଡର ବାଥ୍ ସହରରେ ଥିବା ଜଗନ୍ନାଥ ମନ୍ଦିର ରେ ପବିତ୍ର ଦେବାସ୍ନାନ ପୂର୍ଣ୍ଣିମା ପାଳିତ

ଇଂଲଣ୍ଡର ବାଥ୍ ସହରରେ ଥିବା ଜଗନ୍ନାଥ ମନ୍ଦିର ରେ ପବିତ୍ର ଦେବାସ୍ନାନ ପୂର୍ଣ୍ଣିମା ପାଳିତ

ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଉପଲକ୍ଷେ ଇଂଲଣ୍ଡର ସିଟି ଅଫ୍‌ ବାଥ୍‌ ଶ୍ରୀଜଗନ୍ନାଥ ମନ୍ଦିର ହୋଇଥିଲା ଚଳଚଞ୍ଚଳ । ସକାଳୁ ସକାଳୁ ମନ୍ଦିର ପରିସରରେ ଶ୍ରଦ୍ଧାଳୁ ଙ୍କ ସହ ଜୟ ଜଗନ୍ନାଥ ଧ୍ଵନିରେ ଗୁଂଜରିତ ହୋଇଥିଲା । ମନ୍ଦିରରେ ଚତୁର୍ଦ୍ଧା ବିଗ୍ରହଙ୍କୁ ଆଳତୀ, ପୁଷ୍ପାଞ୍ଜଳୀ ପରେ ନୂଆ ବସ୍ତ୍ର ପରିଧାନ କରାଯାଇଥିଲା । ଏହାପରେ ୧୦୮ ମାଟି କୁମ୍ଭରେ ଥିବା ସୁବାସିତ ଜଳକୁ ଲାଗି କରାଯାଇଥିଲା । ଜଳଲାଗି ପରେ ଶ୍ରୀବିଗ୍ରହମାନଙ୍କୁ ଗଜାନନ ବେଶରେ ସୁସଜ୍ଜିତ କରାଯାଇଥିଲା । ଭକ୍ତମାନେ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବା ସହ ଭୋଗ କରିଥିଲେ । ଏହି ଅବସରରେ ମନ୍ଦିର ପରିସର ମନୋରମ ଭାବେ ସଜ୍ଜା ଯାଇଥିଲା।। ମନ୍ଦିର ଟ୍ରଷ୍ଟ ପକ୍ଷରୁ ଭକ୍ତଙ୍କ ଦର୍ଶନ ପାଇଁ ସୁବ୍ୟବସ୍ଥା କରାଯାଇଛି । ଏହି ଅବସରରେ ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଜଗନ୍ନାଥଙ୍କ ଭଜନ ସହ ନୃତ୍ୟ ସଂଗୀତ ଉପସ୍ତ୍ରିତ ଭକ୍ତଙ୍କୁ ମନ୍ତ୍ର ମୁଗ୍ଧ କରିଥଲା । ଦୁଇ ଶହରୁ ଉର୍ଦ୍ଧ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଥିଲା । ମହାପ୍ରଭୁ ଏହି ଉତ୍ସବରେ ବିଦେଶୀ ଭକ୍ତ ମାନେ ଯୋଗଦେଇ ବେଶ ଆନନ୍ଦିତ ହୋଇଥିଲେ। ଏହି ପରି ହିନ୍ଦୁ ଉତ୍ସବ ଓ ପାରଂପରିକ ପର୍ବପର୍ବାଣୀରେ ସ୍ଥାନୀୟ ପ୍ରବାସୀ ଭାରତୀୟମାନେ ଯୋଗଦେଇ ବେଶ ଉତ୍ସାହିତ ହୋଇଛନ୍ତି । କାର୍ଯ୍ୟକ୍ରମକୁ ଶ୍ରୀଜଗନ୍ନାଥ ମନ୍ଦିର, ସିଟି ଅଫ୍‌ ବାଥ୍ର ଟ୍ରଷ୍ଟି ସେବକ ସୁସ୍ମିତା ରାଜହଂସ ପରିଚାଳନା କରିଥିଲେ । ଶ୍ରୀଜଗନ୍ନାଥ ଧର୍ମ ଓ ସଂସ୍ୟତି ପ୍ରଚାର ପ୍ରସାର ମୁଖ୍ଯ ଉଦ୍ଦେଶ୍ଯ ବୋଲି ସେ ଏହି କାର୍ଯ୍ୟକ୍ରମକୁ ନେଇ ମତ ରଖିଛନ୍ତି। ଆସନ୍ତା ପବିତ୍ର ରଥଯାତ୍ରା ଦିନ ଇଂଲଣ୍ଡରେ ଥିବା ସମସ୍ତ ଶ୍ରଦ୍ଧାଳୁ, ଜଗନ୍ନାଥ ପ୍ରେମୀ ଭକ୍ତଙ୍କୁ ଯୋଗଦାନ ନିମନ୍ତେ ଜଗନ୍ନାଥ ମନ୍ଦିର ପକ୍ଷରୁ ନିବେଦନ କରିଛନ୍ତି । ବାଥ୍‌ ଥିବା ଜଗନ୍ନାଥ ମନ୍ଦିରରେ ବାର ମାସରେ ତେର ଯାତ୍ରା ପାଳିତ ହେବା ସହ ପ୍ରତିଦିନ ସମସ୍ତ ଶ୍ରଦ୍ଧାଳୁଙ୍କ ନିଶୁଳ୍କ ଅନ୍ନଦାନ ସେବା କରାଯାଉଛି । ଇଂଲଣ୍ଡ ସିଟି ଅଫ ବାଥ୍‌ ରୁ ରିପୋର୍ଟ ..

SPREAD YOUR LOVE WITH YOUR FRIENDS AND FAMILY

Leave a Reply