Home / ରାଜନୀତି / ଭାଙ୍ଗିଦେଲେ ପୂର୍ବ ପୁରୁଷଙ୍କ ଶ୍ମଶାନ ଅନଶନରେ ବସିଲେ ସେବାୟତ

ଭାଙ୍ଗିଦେଲେ ପୂର୍ବ ପୁରୁଷଙ୍କ ଶ୍ମଶାନ ଅନଶନରେ ବସିଲେ ସେବାୟତ

ସାକ୍ଷୀଗୋପାଳ ମନ୍ଦିରରେ ସେବାୟତଙ୍କ ବିକ୍ଷୋଭ, ଦେବନୀତି ବନ୍ଦ୍ ସହିତ ମନ୍ଦିର ସମ୍ମୁଖରେ ଅନଶନରେ ବସିଲେ ସେବାୟତ।
ସୂଚନା ଅନୁସାରେ ସତ୍ୟବାଦୀ ରେ ନିର୍ମାଣ ହେଉଛି ଓଡ଼ିଆ ବିଶ୍ଵ ବିଦ୍ୟାଳୟ। ରାଜ୍ୟ ସରକାରଙ୍କ ତରଫରୁ ଗୋପିନାଥ ଦେବଙ୍କ ଦେବୋତ୍ତର ସ୍ଥାନ କୁ କ୍ରୟକରି OBCC, (ଓଡ଼ିଶା ସେତୁ ନିଗମ ) ର ତତ୍ତ୍ଵାବଧାନରେ ସେଠାରେ ନିର୍ମାଣ ଚାଲିଛି ଓଡିଆ ବିଶ୍ଵବିଦ୍ୟାଳୟ।
ବହୁତ୍ ପୂର୍ବରୁ ପଞ୍ଚସଖା ସ୍ମୃତି ପୀଠ ନିକଟରେ ରହିଛି ସେବାୟତଙ୍କ ପୂର୍ବପୁରୁଷଙ୍କ ଶ୍ମଶାନ। ଓଡ଼ିଆ ବିଶ୍ୱବିଦ୍ୟାଳୟ ନିକଟରେ ଏହି ଶ୍ମଶାନ ରହୁଥିବାରୁ ଏହାକୁ ଅନ୍ୟ ସ୍ଥାନ କୁ ଘୁଞ୍ଚାଇବାକୁ obcc ତରଫରୁ ପରାମର୍ଶ ଦିଆଯାଇଥିଲା।
କିନ୍ତୁ ଅନ୍ୟସ୍ଥାନରେ ଶ୍ମଶାନ ନିର୍ମାଣ ହେବା ପୂର୍ବରୁ ଆଜି ସେବାୟତଙ୍କ ଶ୍ମଶାନ କୁ ଭାଙ୍ଗି ଦିଆଯାଇଛି ଏବଂ ପୂର୍ବରୁ ଥିବା କାର୍ଯ୍ୟନିର୍ବାହୀ ଅଧିକାରୀ ସାକ୍ଷୀଗୋପିନାଥ ଙ୍କ କାଳୀୟଦଳନ ନୀତି ହେଉଥିବା ପୋଖରୀ ଏବଂ ପଞ୍ଚସଖା ଖେଳ ପଡିଆକୁ ବିକ୍ରୟ କରିଦେଇଥିବା ଅଭିଯୋଗ ରହିଛି ।
ସେବାୟତ ମାନେ କାର୍ଯ୍ୟନିର୍ବାହୀ ଅଧିକାରୀ ଏହାକୁ ଚଞ୍ଚକତା କରି ଭାଇଙ୍ଗିଦେଇଛନ୍ତି ଅଭିଯୋଗ ଆଣୁଥିବା ବେଳେ କାର୍ଯ୍ୟନିର୍ବାହୀ ଅଧିକାରୀ obcc ଗୁଣ୍ଡାଗର୍ଦି କରି ଜବରଦସ୍ତି ସେବାୟତଙ୍କ ସ୍ମଶାନ ଭଙ୍ଗିଛନ୍ତି ବୋଲି ଓଲଟା ଅଭିଯୋଗ ଆଣିଛନ୍ତି।
ଦେବନୀତି ହେଉଥିବା ରାଧା କୁଣ୍ଡ ଏବଂ ପୂର୍ବପୁରୁଷଙ୍କ ଶ୍ମଶାନ ନ ଫେରାଇବା ପର୍ଯ୍ୟନ୍ତ ଆନ୍ଦୋଳନରୁ ଓହରିବେ ନାହିଁ ବୋଲି ସେବାୟତ ଜିଦ୍ ଧରିଛନ୍ତି।

SPREAD YOUR LOVE WITH YOUR FRIENDS AND FAMILY

Leave a Reply