Home / ସଂସ୍କୃତି ଓ ପରମ୍ପରା / ମଙ୍ଗଳା ମନ୍ଦିର ସମ୍ମୁଖରେ ବିଶ୍ୱଶାନ୍ତି ମହା ଯଜ୍ଞ

ମଙ୍ଗଳା ମନ୍ଦିର ସମ୍ମୁଖରେ ବିଶ୍ୱଶାନ୍ତି ମହା ଯଜ୍ଞ

କାକଟପୁର 4/7 କାକଟପୁର ର ମା ମଙ୍ଗଳା ଙ୍କ ମନ୍ଦିର ସମ୍ମୁଖରେ ବିଶ୍ୱ ଶାନ୍ତି ମହା ଯଜ୍ଞ ତିନି ଦିନ ବ୍ୟାପି ଅନୁଷ୍ଠିତ ହୋଇଯାଇଛି ଗତ ଶନିବାର ଠାରୁ ମହା ଯାଜ୍ଞର ଅଧିବାସ, ଅଙ୍କୁରା ରୋପଣ ଅଗ୍ନି ସଂଯୋଗ କାର୍ଯ୍ୟ ଆରମ୍ଭ ହୋଇ ଆଜି ପୂର୍ଣ୍ଣାହୁତି ରେ ଶେଷ ହୋଇଛି, ଜଗତର ମଙ୍ଗଳ ପାଇଁ ପ୍ରତିବର୍ଷ କବିନ୍ଦ୍ର ଦୀକ୍ଷିତ ଏହି ଯଜ୍ଞ ର ଆୟୋଜନ କରି ଆସୁଥିବା ବେଳେ ବିଶ୍ୱ ଶାନ୍ତି, ମହାମାରୀରୁ ଜନ ସାଧାରଣ ଙ୍କ ଆରୋଗ୍ୟ ଧରିତ୍ରୀ ଶସ୍ୟ ଶ୍ୟାମଳା ଜଗତରେ ଶାନ୍ତି ପ୍ରତିଷ୍ଠା ଏହି ଯଜ୍ଞ ର ମୁଖ୍ୟ ଉଦେଶ୍ୟ ବୋଲି କହିଛନ୍ତି ବୈଦିକ ପଣ୍ଡିତ ଚିତ୍ତରଞ୍ଜନ ମିଶ୍ର, ପ୍ରତ୍ୟେକ ରାତ୍ରିରେ ସହ ସହ ଭକ୍ତ ପ୍ରସାଦ ସେବନ କରିବ ଯଜ୍ଞ ରେ ସାମିଲ ହୋଇ ଚରୂଅର୍ଣ୍ଣ ସେବନ କରିଥିଲେ, ଶୈଳାଶୁ ଶେଖର ଦୀକ୍ଷିତ (କାହ୍ନl ) ଓ କାକଟପୁର ଗ୍ରାମ ବାସୀ ପ୍ରମୁଖ ସହଯୋଗ କରିଥିଲେ , ସନ୍ଧ୍ୟା ରେ ଯଜ୍ଞ ର ଆଳତୀ ଓ ଯଜ୍ଞ ପୁରୋହିତ ମାନଙ୍କର ମନ୍ତ୍ର ଉଚ୍ଚାରଣ ରେ ପରିବେଷ ଏକ ଅଧାତ୍ମିକ ବାତାବରଣ ସୃଷ୍ଟି କରିଥିଲା,

SPREAD YOUR LOVE WITH YOUR FRIENDS AND FAMILY

Leave a Reply