Home / ଶିକ୍ଷା / ପଣ୍ଡିତ ଗୋପବନ୍ଧୁ ଦାସଙ୍କ ସ୍କୁଲ୍ ରୁ ଗଳିପଡ଼ିଲା ଛାତ ବଡ ଦୁର୍ଘଟଣା ରୁ ବର୍ତ୍ତିଗଲେ ଛାତ୍ର

ପଣ୍ଡିତ ଗୋପବନ୍ଧୁ ଦାସଙ୍କ ସ୍କୁଲ୍ ରୁ ଗଳିପଡ଼ିଲା ଛାତ ବଡ ଦୁର୍ଘଟଣା ରୁ ବର୍ତ୍ତିଗଲେ ଛାତ୍ର

ଗୋପବନ୍ଧୁ

ସତ୍ୟବାଦୀ ର ପଞ୍ଚସଖାଙ୍କ ଦ୍ଵାରା ପ୍ରତିଷ୍ଠିତ ସତ୍ୟବାଦୀ ଉଚ୍ଚବିଦ୍ୟାଳୟ ଯାହା ଐତିହାସିକ ବିଦ୍ୟାଳୟ ଭାବରେ ସାରା ଭାରତ ବର୍ଷରେ ପରିଚିତ। ନିକଟରେ ୨୦୨୧ – ୨୨ ଶିକ୍ଷା ବର୍ଷରେ ଏହି ସ୍କୁଲ୍ ରାଜ୍ୟ ସରକାରଙ୍କ 5T ସ୍କୁଲ ରେ ଅନ୍ତର୍ଭୁକ୍ତ ହୋଇ ୪୫ ଲକ୍ଷ୍ୟ ଟଙ୍କା ବିନିଯୋଗରେ ସ୍କୁଲ୍ ର ନବିକର କାର୍ଯ୍ୟ ହୋଇଥିଲା କିନ୍ତୁ ଅଭିଯୋଗ ମୂତମକ ଅତ୍ୟନ୍ତ ନିମ୍ନ ମାନର କାର୍ଯ୍ୟ ଯୋଗୁଁ ତିନିମାସ ଭିତରେ ସ୍କୁଲ ରୁ ଦୁଇଥର ଛାତ ପ୍ଲାଷ୍ଟର ଖସି ଠାରେ ସ୍କୁଲ କ୍ଲର୍କ ଙ୍କ ମୁଣ୍ଡ ଫାଟି ଆହତ ହୋଇଥିବା ବେଳେ ଆଜି ଛାତ୍ରଙ୍କ ଉପରେ ପ୍ଲାଷ୍ଟର ଖସିଛି।
ସୁଚନା ମୁତାବକ ଆଜି ୧୦ ଘଣ୍ଟା ସମୟରେ ପ୍ରାର୍ଥନା ସାରି ସ୍କୁଲ୍ ର ଲବ୍ରୋଟରି ରୁମ୍ ଭିତରେ ଛାତ୍ର ମାନେ ବସିଥିବା ସମୟରେ ଏହି ଦୁର୍ଘଟଣା ଘଟିଛି।
ଏହି ଘଟଣା କୁ ନେଇ ଛାତ୍ର ମାନେ ଅସନ୍ତୋଷ ପ୍ରକାଶ କରିବା ସହିତ ଏହି ସତ୍ୟବାଦୀ ଉଚ୍ଚବିଦ୍ୟାଳୟ 5T school ରେ ପଢିବା ବିପଦଜନଜ ବୋଲି କହିଛନ୍ତି। ଦେଖିବାକୁ ବାକି ରହିଲା ସ୍ଥାନୀୟ ପ୍ରଶାସନ କଣ ପଦେକ୍ଷପ ନେଉଛନ୍ତି।

SPREAD YOUR LOVE WITH YOUR FRIENDS AND FAMILY

Leave a Reply