Home / ଶିକ୍ଷା / ସ୍ୱର୍ଗତ ଲକ୍ଷ୍ମୀଧର ଖୁଣ୍ଟିଆଙ୍କ ସ୍ମୃତିସଭା ପାଳିତ ।

ସ୍ୱର୍ଗତ ଲକ୍ଷ୍ମୀଧର ଖୁଣ୍ଟିଆଙ୍କ ସ୍ମୃତିସଭା ପାଳିତ ।

କାକଟପୁର ତା 7/7,କାକଟପୁର ଅଞ୍ଚଳର ବିଶିଷ୍ଟ ଶିକ୍ଷାବିତ୍ ,ତଥା ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ, ପୂର୍ବତନ ବ୍ଲକ କଂଗ୍ରେସ ସଭାପତି, ବରିଷ୍ଠ ରାଜନୈତିକ ଗୁରୁ ସ୍ୱର୍ଗତ ଲକ୍ଷ୍ମୀଧର ଖୁଣ୍ଟିଆ ଙ୍କ ସ୍ମୃତିସଭା ତାଙ୍କ କାକଟପୁର ସ୍ଥିତ ବାସଭବନ ସମ୍ମୁଖରେ ଶୁକ୍ରବାର ଦିନ ପାଳିତ ହୋଇ ଯାଇଅଛି । ଅତିଥି ମାନେ ସ୍ବର୍ଗତ ଖୁଣ୍ଟିଆଙ୍କ ଫଟୋ ଚିତ୍ରରେ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଶ୍ରଦ୍ଧାଞ୍ଜଳି ଦେବାପରେ,ଶିକ୍ଷାବିତ୍ ପଣ୍ଡିତ କାଳନ୍ଦି ଚରଣ ଛାଟୋଇଙ୍କ ସଭାପତତ୍ବରେ ଏକ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଥିଲା । ଏହି ସ୍ମୃତି ଚରଣ ସଭାରେ,ଜଟଣୀ ବିଧାୟକ ସୁରେଶ ରାଉତରାୟ,କାକଟପୁର ଓ ନିମାପଡ଼ା ନିର୍ବାଚନ ମଣ୍ଡଳୀର ଟାଣୁଆ ନେତା ତଥା ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ସତ୍ୟବ୍ରତ ପାତ୍ର,କମ୍ୟୁନିଷ୍ଟ ପାର୍ଟି ର ରାଜ୍ୟ ସମ୍ପାଦକ ଆଶିଷ କାନୁନଗୋ,କଂଗ୍ରେସ ନେତା ବିଶ୍ବଭୂଷଣ ଦାସ,କାକଟପୁର ବ୍ଲକ ଅଧ୍ୟକ୍ଷ ଶ୍ରୀଧର ଖୁଣ୍ଟିଆ, ବରିଷ୍ଠ ସିନେ କଳାକାର ପ୍ରଦ୍ୟୁମ୍ନ ଲେଙ୍କା,ସମେତ ବହୁ ବୁଦ୍ଧିଜୀବୀ ସ୍ମୃତି ଚାରଣ ସଭାରେ ଉପସ୍ଥିତ ରହି,ତାଙ୍କର ଶିକ୍ଷାଦାନ, ଛାତ୍ର ବତ୍ସଳ,ଜନସେବା,ସର୍ବୋପରି ରାଜନୈତିକ କ୍ଷେତ୍ରରେ ତାଙ୍କର କାକଟପୁର ନିର୍ବାଚନ ମଣ୍ଡଳୀରେ ଅବଦାନ ସମ୍ପର୍କରେ ଆଲୋକପାତ କରିବା ସହ,ତାଙ୍କର ଅତୀତର କାର୍ଯ୍ୟ ସହ କର୍ତ୍ତବ୍ୟରେ ଅବହେଳା ନ କରିବା ଆଦି ଉପରେ ଆଲୋକ ପାତ କରିଥିଲେ । ଏହି ସ୍ମୃତି ସଭାର ଅନ୍ୟ ମାନଙ୍କ ମଧ୍ୟରେ,ଆଇନୀଜୀବୀ ପ୍ରଫୁଲ୍ଲ ନାୟକ,ଶିକ୍ଷାବିତ୍ ଭ୍ରମରବର ଓଝା,ଅନାଦି ଚରଣ ସ୍ବାଇଁ,ଅଧ୍ୟାପକ ଲଲାଟେନ୍ଦୁ ସ୍ବାଇଁ ,ଯୁବନେତା ଜିତେନ୍ଦ୍ର ନାୟକ ,ପ୍ରଫୁଲ୍ଲ ପରିଡ଼ା ଙ୍କ ସମେତ ଅସ୍ତରଙ୍ଗ,କାକଟପୁର, କୋଣାର୍କ ଅଞ୍ଚଳର ବହୁ ଶିକ୍ଷାବିତ୍,ସାଧାରଣ ଜନତା ଯୋଗ ଦେଇ,ଲୋତକ ଭରା କଣ୍ଠ ରେ ସ୍ୱର୍ଗତ ଖୁଣ୍ଟିଆଙ୍କର ସ୍ମୃତି ଚାରଣ କରିଥିଲେ ।ପରିଶେଷରେ ସମସ୍ତ ଅତିଥି ମାନେ ସ୍ୱର୍ଗତ ଖୁଣ୍ଟିଆଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ସ୍ମରଣିକା ଉନ୍ମୋଚନ କରିଥିଲେ 

SPREAD YOUR LOVE WITH YOUR FRIENDS AND FAMILY

Leave a Reply