Home / ମୁଖ୍ୟ ଖବର / ମଡେଲ ସେବାୟତ ଶ୍ମଶାନ ସହିତ ସୌନ୍ଦର୍ଯ୍ୟକରଣ ହେଵ ସାକ୍ଷୀଗୋପାଳ ମନ୍ଦିର

ମଡେଲ ସେବାୟତ ଶ୍ମଶାନ ସହିତ ସୌନ୍ଦର୍ଯ୍ୟକରଣ ହେଵ ସାକ୍ଷୀଗୋପାଳ ମନ୍ଦିର

ସାକ୍ଷୀଗୋପାଳ ମନ୍ଦିର ସେବାୟତ ମାନଙ୍କ ଶ୍ମଶାନ ଭଙ୍ଗା ବିବାଦର ସମାଧାନ ନିମନ୍ତେ ଜଳସେଚନ ବିଭାଗ ଡାକବଙ୍ଗଳା ପରିସରରେ ବୁଧବାର ଦିନ ଅନୁଷ୍ଟିତ ହୋଇଯାଇଛି ଏକ ଜରୁରୀ କାଳୀନ ଉଚ୍ଚସ୍ତରୀୟ ବୈଠକ। ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିଧାୟକ ଉମାକାନ୍ତ ସାମନ୍ତରାୟ, ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ , ଆସିଷ୍ଟାଣ୍ଡ କମିଶନର ଗଗନ ସାହୁ , ଓବିସିସି କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସୁନ୍ଦର୍ ମାଧବ ପାଢ଼ୀ, ତହସିଲଦାର ଜୟନ୍ତ କୁମାର ଜୟସିଂହ, ବିଡିଓ ଲୋଚନ ଦାସ, ଆଇଆଇସି ବିଜୟ କେତନ ବେହେରା, ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ବିଶ୍ଵବାସୀ ତ୍ରିପାଠୀ , ସେବାୟତ ସଙ୍ଘ କର୍ମକର୍ତ୍ତା, ଷ୍ଟିଅରୀଙ୍ଗ କମିଟି ସଦସ୍ୟ ମାନେ ଉପସ୍ଥିତି ରହି ବକୁଳ ବାଟିକା ମହାବୀର ମନ୍ଦିର ପଛପଟେ ଖାତା ନମ୍ବର୍ ୧୦୦ ଏଵଂ ପ୍ଲଟ ନମ୍ବର ୫୧ ରେ ୨ ଡିସିମିଲ ଯାଗାରେ ନୂତନ ଶ୍ମଶାନ ନିର୍ମାଣ ନିମନ୍ତେ ସର୍ବ ସହମତି କ୍ରମେ ନିଷ୍ପତ୍ତି କୁ ଗ୍ରହଣ କରାଗଲା। ସେବାୟତଙ୍କ ଶ୍ମଶାନ ଏକ ମଡେଲ ଶ୍ମଶାନ କରାଯିବା ସହିତ ଜିଲ୍ଲା ପ୍ରଶାସନ ତରଫରୁ ସମସ୍ତ ସହଯୋଗ କରାଯିବା ପାଇଁ ଅତିରିକ୍ତ ଜିଲ୍ଲାପାଳ ମତ ଦେଇଥିଲେ।
ଅନେକ ଦିନରୁ ଲାଗିରହିଥିବା ଏହି ବିବାଦର ସମାଧାନ ହେବା ସହିତ ଆଗକୁ ଖୁବ୍ କମ୍ ଦିନରେ ସାକ୍ଷୀଗୋପାଳ ମନ୍ଦିର ଏବଂ ବକୁଳବନର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଆରମ୍ଭ ହେବା ବିଷୟରେ ଜିଲ୍ଲାପାଳ ସୂଚନା ଦେଇଥିଲେ। ଉକ୍ତ ବୈଠକରେ ସେବାୟତ ମାନଙ୍କ ମୌଳିକ ଅଧିକାର, ଶୃଙ୍ଖଳିତ ସେବା ପୂଜା, ଭୋଗର ମାନ ବଢ଼ାଇବା ବିଷୟରେ ଆଲୋଚନା ହୋଇଥିଲା।
ସାକ୍ଷୀଗୋପାଳଙ୍କ ବିଜେ ପୋଖରୀ ରାଧା କୁଣ୍ଡର ନବୀକରଣ ପରେ ପୂର୍ବଭଳି ସେବାୟତଙ୍କ ସ୍ନାନ ନିମନ୍ତେ କେବଳ ସେବାୟତଙ୍କ ପାଇଁ ଖୋଲା ଯିବାକୁ ନେଇ ସେବାୟତ ମାନେ ଦାବି କରିଥିଲେ ଏବଂ ଏହି ବିଷୟରେ ଲିଖିତ ଆକାରରେ କମିସନର ଙ୍କୁ ଦାବିପତ୍ର ପ୍ରଦାନ କରିବାକୁ ଆସିଷ୍ଟାଣ୍ଡ କମିଶନର ଗଗନ ସାହୁ ପରାମର୍ଶ ଦେଇଥିଲେ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply