କାକଟପୁର ତା ୨୮/୧, ( ତୁଷାର ଦୀକ୍ଷିତ ) କାକଟପୁର ଥାନା ଅନ୍ତର୍ଗତ ମୂଳାଗଡ଼ ଛକ ନିକଟସ୍ଥ ମୁଖ୍ୟ ରାସ୍ତାରେ ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନା ବାଂଶ ଗ୍ରାମର ରବୀନ୍ଦ୍ର କୁମାର ଦାସ ନିଜ ବାଇକ ଯୋଗେ ଯାଉଥିବା ବେଳେ ଦହିଖିଆ ଗ୍ରାମର ସୁରେନ୍ଦ୍ର ସ୍ୱାଇଁ ଙ୍କ ପୁଅ ଶମ୍ଭୁନାଥ ସ୍ୱାଇଁ ବୟସ -୩୦ ତାଙ୍କ ଗାଡି ଅଟକାଇ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହିତ ଧକ୍କା ମାରି ରବୀନ୍ଦ୍ର ଙ୍କ ଏକ ଭିବୋ ମୋବାଇଲ ଫୋନ ଛଡାଇ ନେବା ସହିତ ୨୨୦୦ ଟଙ୍କା ଲୁଟ କରି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ l ରବୀନ୍ଦ୍ର କାକଟପୁର ଥାନାରେ ଲିଖିତ ଅଭିଯୋଗ କରିବା ପରେ କାକଟପୁର ପୁଲିସ ଦହିଖିଆ ଗ୍ରାମରୁ ଶମ୍ବୁନାଥକୁ ଗିରଫ କରି ଥାନାକୁ ଆଣିବା ପରେ ତାଙ୍କ ନିକଟରୁ ଭିବୋ ମୋବାଇଲ ଫୋନ ଏବଂ ୨୨୦୦ ଟଙ୍କା ଜବତ କରିଛନ୍ତି l ଏ ସଂକ୍ରାନ୍ତରେ କାକଟପୁର ଥାନା କେଶ ନମ୍ବର ୨୯/୨୬ ରେ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଚାଲୁ ରହିଛି ବୋଲି କାକଟପୁର ଥାନା ଆଇଆଇସି ବସନ୍ତ କୁମାର ସାହୁ ସୂଚନା ଦେଇଛନ୍ତି l
ମୋବାଇଲ ଏବଂ ଟଙ୍କା ଲୁଟ, ୧ ଗିରଫ











