Home / ମୁଖ୍ୟ ଖବର / ଦେବୀ ନଦୀରେ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ.

ଦେବୀ ନଦୀରେ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ.

କାକଟପୁର -26/07ହୀରାକୁଦ ରୁ 12ଟି ଗେଟ ଦେଇ ଜଳ ନିଷ୍କାସନ ହେବା ପରେ ମହାନଦୀ ରେ ଜଳସ୍ତର ବୃଦ୍ଧି ପାଇଛି. ଫଳରେ ମହାନଦୀର ଶାଖାନଦୀ ଦେବୀ ନଦୀରେ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ପ୍ରଭାବିତ ହେଉଛି. ଦେବୀ ନଦୀରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି.କାକଟପୁର ନିକଟସ୍ତ ବାଉରିଆକଣ ନିକଟରେ ନଦୀର ଜଳ ପତନ ବିପଦ ସଂକେତ ତଳେ ପ୍ରଭାବିତ ହେଉଥିଲେ ବି ବନ୍ୟା ପାଣି ବଢୁଛି. ଫଳରେ କାକଟପୁର ଅଞ୍ଚଳ ନଦୀକୁଳିଆ ଲୋକଙ୍କୁ ଚିନ୍ତା ବଢିଯାଇଛି. ଗୋଟେ ପଟେ ଲଗାଣ ବର୍ଷା ଜାରି ରହିଥିବା ବେଳେ ଦେବୀ ନଦୀରେ କ୍ରମଶଃ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି. ଦେବୀ ନଦୀର ଶାଖା ନଦୀ ଲୁଣା, ଭଉଁରିଆ ନଦୀ ଜଳ ସ୍ତର କ୍ରମଶଃ ଧୀରେ ବୃଦ୍ଧି ପାଉଛି.କାକଟପୁର ନିର୍ବାଚନମଣ୍ଡଳୀ ତଳିଆ ଅଞ୍ଚଳ ନଗର, ଆଳସାହି ପଂଚାୟତ ର ତଳିଆ ଅଞ୍ଚଳ ଚାଷ ଜମିରେ ଲେଉଟାଣି ପାଣି ମାଡିଯାଉଛି.ବନ୍ଧ ମରାମତି ଠିକ ସେ ନହୋଇଥିବାରୁ ଲୋକେ ଭୟଭିତ ଅବସ୍ଥାରେ ଅଛନ୍ତି. ଆଗକୁ ଲଘୁଚାପ ଥିବାରୁ ବନ୍ୟା ଜଳବୃଦ୍ଧି ପାଇପାରେ ବୋଲି ଆଶଙ୍କା କରାଯାଉଛି

SPREAD YOUR LOVE WITH YOUR FRIENDS AND FAMILY

Leave a Reply