Home / ରାଜନୀତି / ପୁରୀ ଜିଲ୍ଲା ଯୁବ କଂଗ୍ରେସ ସଭାପତି ଭାବେ ନିର୍ବାଚିତ ହେଲେ ଆଲୋକ କୁମାର ଦାଶ

ପୁରୀ ଜିଲ୍ଲା ଯୁବ କଂଗ୍ରେସ ସଭାପତି ଭାବେ ନିର୍ବାଚିତ ହେଲେ ଆଲୋକ କୁମାର ଦାଶ

ପୁରୀ ଜିଲ୍ଲାକୁ ମିଳିଲା ନୂତନ ଯୁବ କଂଗ୍ରେସ ସଭାପତି, ପୁରୀ ସହରର ଉଦୀୟମାନ ଯୁବକ ତଥା ସମାଜ ସେବୀ ଆଲୋକ କୁମାର ଦାଶ ସମସ୍ତ ଆଶାୟୀ ପ୍ରାର୍ଥୀଙ୍କୁ ପଛରେ ପକାଇ ଶେଷରେ ସର୍ବାଧିକ ଭୋଟ ପାଇଁ ଯୁବ ସଭାପତି ପଦର ବିଜୟ ମୁକୁଟକୁ ହାତେଇଛନ୍ତି।
ପୁରୀ ଜ଼ିଲ୍ଲା ଯୁବ କଂଗ୍ରେସ ର ନିର୍ବାଚନ ପକ୍ରିୟା ଶେଷ ହୋଇ ଫଳାଫଳ ବାହାରିଛି | ଏହି ଯୁବ କଂଗ୍ରେସ ନିର୍ବାଚନ ପକ୍ରିୟା ୧୬ ଫେବୁଆରି ୨୦୨୩ ରେ ଆରମ୍ଭ ହୋଇଥିବା ବେଳେ ଏଥିରେ ପାର୍ଥି ପତ୍ର ଦାଖଲ କରିଥିଲେ ୨୦ ଫେବୁଆରି ରୁ ୩ମାର୍ଚ୍ଚ ମଧ୍ୟ ରେ ସମସ୍ତ ବିଧାନସଭା ଯୁବ କଂଗ୍ରେସ ସଭାପତି ପାର୍ଥି, ଜ଼ିଲ୍ଲା ଯୁବ କଂଗ୍ରେସ ସଭାପତି ପାର୍ଥି ପାଇଁ ଅନେକ ଆଶାୟୀ ନିଜର ପାର୍ଥି ପତ୍ର ସୋସିଆଲ ମେଡିଆ ଜରିଆରେ ଦାଖଲ କରିଥିଲେ | ଏହାପରେ ୭ମାର୍ଚ୍ଚ ଠାରୁ ୧୦ଏପ୍ରିଲ ପଯ୍ୟନ୍ତ ଯୁବ କଂଗ୍ରେସ ର ସଦସ୍ୟତା ଗ୍ରହଣ ପ୍ରକ୍ରିୟା ଏକ ଯୁବ କଂଗ୍ରେସ ସୋସିଆଲ ଆପ ମାଧ୍ୟମ ରେ ଚାଲିଥିଲା | ଏଥିରେ ନିୟମ ଥିଲା ଅନେକ ଯୁବ କଂଗ୍ରେସ ପାର୍ଥି ଲଢ଼ିବେ ହେଲେ ଯାହାର ସର୍ବାଧିକ ଯୁବ କଂଗ୍ରେସ ସଦସ୍ୟତା ହୋଇଥିବା ସେ ସଭାପତି ଯିଏ ଦ୍ୱିତୀୟ ସ୍ଥାନ ଗ୍ରହଣ କରିବା ସେ ଉପ-ସଭାପତି, ତୁର୍ତିୟ ସ୍ଥାନ ବ୍ୟକ୍ତି ବିଶେଷ ସାଧାରଣ ସମ୍ପାଦକ ସହ ଅନ୍ୟ ଏସି/ଏସ୍ଟି କାଟାଗୋରି ପାଇଁ ମଧ୍ୟ କିଛି ଉପ-ସଭାପତି ପଦ ସ୍ଥାୟୀତ୍ୱ ରହିଥିଲା ଯେପରିକି ସର୍ବନିମ୍ନ ଭୋଟ ରେ ମଧ୍ୟ ସେ ଉପ-ସଭାପତି ହୋଇପାରିବେ | ଏହି ପ୍ରକିୟା ଶେଷ ହୋଇ ସ୍କୁଟିନ ମାଧ୍ୟମରେ ସବୁ ସଦସ୍ୟତା ଠିକ ଅଛିକି ନାହିଁ କୋଉଥିରେ କଣ ଭୁଲ ରହିଛି ଏହାର ଯୁବ କଂଗ୍ରେସ ତରଫରୁ ଯାଞ୍ଚ ପକ୍ରିୟା ୧୦ ଜୁଲାଇ ପଯ୍ୟନ୍ତ ହୋଇଥିଲା | ଏଥିରେ ପୁରୀ ଜ଼ିଲ୍ଲା ଯୁବ କଂଗ୍ରେସ ତରଫରୁ ସମୁଦାୟ ୧୪୦୦୦ ରୁ ଉର୍ଦ୍ଧ ସଦସ୍ୟତା କରାଯାଇଥିଲା | ଏଥିରୁ ସ୍କୁଟୁନି ଅନୁଯାଇ ଅନେକ ହୋଲଡ଼ ହେବା ସହ ଅନେକ ସଦସ୍ୟତା ଭୁଲ ପାଇଁ ରଦ୍ଦ ହୋଇ ଶେଷରେ ଫଳାଫଳ ରେ ୭୭୭୦ ଖଣ୍ଡ ସଦସ୍ୟତା ରହିଛି | ଏଥିରେ ପୁରୀ ଜ଼ିଲ୍ଲା ସଭାପତି ରୂପେ ୩୭୫୬ ଖଣ୍ଡ ସଦସ୍ୟତା ଭୋଟ ପାଇ ଆଲୋକ କୁମାର ଦାଶ ବିଜୟ ହୋଇଥିବା ବେଳେ ପ୍ରତିଦ୍ବନ୍ଦୀ ଚେତନ ମିଶ୍ର ଦ୍ୱିତୀୟ ସ୍ଥାନ ରେ ୩୦୮୧ଖଣ୍ଡ ସଦସ୍ୟତା ଭୋଟ ପାଇ ପୁରୀ ଜ଼ିଲ୍ଲା ଯୁବ କଂଗ୍ରେସ ଉପସଭାପତି ହୋଇଛନ୍ତି | ସେଇ ଭଳି ରୂପେ ଆଲୋକ ମଲ୍ଲିକ ୧୫୪ ଖଣ୍ଡ ଭୋଟ ରେ ଏସି କାଟୋଗରୀ ଅନୁଯାଇ ଉପ-ସଭାପତି ପଦ ପାଇଥିବା ବେଳେ ମହିଳା କୋଟ ଅନୁଯାଇ ମାତ୍ର ୭୨ ଖଣ୍ଡ ଭୋଟ ରେ ପୂଜା ବେଜ ଜ଼ିଲ୍ଲା ଉପସଭାପତି ହୋଇଛନ୍ତି | ସେଇ ଭଳି ରୂପେ ଆଉ ୩ଜଣେ ପ୍ରତିଦ୍ବନ୍ଦୀ ପ୍ରଦୀପ୍ତ ପରିଡା ୨୨୭ ଖଣ୍ଡ, ଅଶ୍ୱିନୀ କୁମାର ବଳବନ୍ତରାଏ ୩୫୩ ଖଣ୍ଡ, ପ୍ରଫୁଲ୍ଲ ପ୍ରଧାନ ୧୫ଖଣ୍ଡ ସଦସ୍ୟତା ଭୋଟ ରେ ଜ଼ିଲ୍ଲା ସାଧାରଣ ସମ୍ପାଦକ ହୋଇପାରିଛନ୍ତି | ସେଇ ଭଳି ରୂପେ ପୁରୀ ବିଧାନ ସଭା ଯୁବ କଂଗ୍ରେସ ସଭାପତି ରୂପେ ମନୋଜ ମଣ୍ଡଳ ୧୨୧୦ଖଣ୍ଡ ଭୋଟ ରେ ପୁରୀ ବିଧାନସଭା ସଭାପତି ହୋଇଥିବା ବେଳେ ଦ୍ୱିତୀୟ ପ୍ରତିଦ୍ବନ୍ଦୀ ଅମ୍ରିତ ରଞ୍ଜନ ମହାପାତ୍ର ୯୬୩ଖଣ୍ଡ ସଦସ୍ୟତା ଭୋଟ ରେ ଉପସଭାପତି, ଅନିଲ କୁମାର ବେଜ ୭୭ ଖଣ୍ଡ ରେ ପୁରୀ ବିଧାନସଭା ଓବସି କାଟାଗୋରି ଅନୁଯାଇ ଉପସଭାପତି ହୋଇଛନ୍ତି, ଆସି କାଟୋଗରୀ ଅନୁଯାଇ ମନୋଜ ବେହେରା ୩୩ଖଣ୍ଡ ଭୋଟ ରେ ଉପସଭାପତି, ଚିକୁ ଲେଙ୍କା ୧୦୨ ଖଣ୍ଡ ଭୋଟ ରେ ପୁରୀ ବିଧାନ ସଭା ସାଧାରଣ ସମ୍ପାଦକ ହୋଇଛନ୍ତି | ଏହା ସହ ପୁରୀ ଜ଼ିଲ୍ଲା ର ଅନ୍ୟ ସମସ୍ତ ବିଧାନ ସଭାରେ ଏହି ପକ୍ରିୟା ଅନୁଯାଇ ଅନେକ ଯୁବକ ସଦସ୍ୟତା କରି ସଭାପତି ସହ ଅନ୍ୟ ସମସ୍ତ ପୋଷ୍ଟ ର ହକଦାର ହୋଇଛନ୍ତି | ପୁରୀ ଜ଼ିଲ୍ଲା ଯୁବ କଂଗ୍ରେସ ସଭାପତି ଆଲୋକ କୁମାର ଦାଶ ନିଜ ମନ୍ତବ୍ୟ ରେ କହିଛନ୍ତି କଂଗ୍ରେସ ଦଳ ରାଜନୀତି ର ଶିକ୍ଷା କେନ୍ଦ୍ର ଏବଂ କଂଗ୍ରେସ ଦଳ ମଧ୍ୟରେ ନିର୍ବାଚନ ପକ୍ରିୟା ଗଣତନ୍ତ୍ର କୁ ସଂମାନ | ଦଳ ନିର୍ବାଚନ ପକ୍ରିୟାରେ ନିଜ ଭିତରେ ପାତର ଅନ୍ତର ନକରି ସମସ୍ତଙ୍କୁ ନିଜ ଅଧିକାର ଦେଇଥାଏ | ମୁଁ ଆଶା ରଖିଛି ଆଗାମୀ ଦିନରେ ମୋ ନେତା ରାହୁଲ ଗାନ୍ଧୀ ଙ୍କ ଭଳି ଜଣେ ପରିଶ୍ରମୀ ସମାଜ ହିତକାରୀ ନେତା ହୋଇବି ଏହା ଆଶା ମୋର | ଏବଂ ସର୍ବଶେଷ ରେ ପୁରୀ ପାଇଁ ଲଢେଇ ରେ ସବୁ ବେଳେ ସାମିଲ ହୋଇଛି ଓ ଜନସାଧାରଣ ଙ୍କ ହକ ପାଇଁ ଲଢେଇ କରିଛି | ଆଗାମୀ ଦିନରେ ପୁରୀର ଯୁବକ ମାନଙ୍କ ସ୍ଥାୟୀତ୍ୱ କୁ ନେଇ ସରକାର ଙ୍କୁ ଘେରିବା ସହ ବସ୍ତି ବାସିନ୍ଦା ଙ୍କ ହକ – ପୁରୀ ସହର ବାସୀଙ୍କ ଶୋତନ୍ତ୍ର ସମସ୍ତ ଲଢେଇ ରେ ସାମିଲ ହୋଇ ଜୋରଦାର ଆନ୍ଦୋଳନ ହେବ ସହ ପୁରୀ ସହରକୁ ସମସ୍ତ ନେତା ମନ୍ତ୍ରୀ ଙ୍କ ଆଗମନରେ ତାଙ୍କର ପୁରୀ ପାଇଁ କର୍ତ୍ତବ୍ୟ କୁ ନିର୍ଧାରିତ କରି ତାଙ୍କୁ ବିରୋଧ କିମ୍ବା ସ୍ୱାଗତ କରିବା ଯୁବ କଂଗ୍ରେସ ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply