Home / ଶିକ୍ଷା / ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲ ଏକ ମିନି ଇଣ୍ଡିଆ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲ ଏକ ମିନି ଇଣ୍ଡିଆ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲ ଏକ ମିନି ଇଣ୍ଡିଆ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହା କହିଛନ୍ତି । ଆଜି ଅପରାହ୍ନରେ ଏସସିବି ମେଡିକାଲ କଲେଜ ଓ ହସପିଟାଲର ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ରାଷ୍ଟ୍ରପତି। ସେ କହିଥିଲେ ଯେ, ଡାକ୍ତରୀ ଏକ ବୃତ୍ତି ନୁହେଁ, ଏକ ବ୍ରତ। କିଛି ବର୍ଷ ହେବ ଦେଶରେ ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଘଟୁଥିବା ଉନ୍ନତି ସାରା ବିଶ୍ୱକୁ ନୂଆ ଦିଗଦର୍ଶନ ଦେଇଛି।

ରାଷ୍ଟ୍ରପତି କହିଛନ୍ତି, ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲର ଖ୍ୟାତି କେବଳ ଓଡିଶା କି ପୂର୍ବ ଭାରତରେ ନୁହେଁ ବରଂ ସାରା ଦେଶରେ ରହିଛି। ଏଠାରେ କାର୍ଯ୍ୟ କରୁଥିବା ଚିକିତ୍ସକମାନଙ୍କୁ ସେ ପ୍ରଶଂସା କରିଛନ୍ତି । ଏଠାରେ ନିଷ୍ଠାର ସହ ଚିକିତ୍ସା ସେବାର ପରମ୍ପରା ଆଗକୁ ଜାରି ରହିବା ନେଇ ସେ ଆଶାବାଦୀ ବୋଲି ରାଷ୍ଟ୍ରପତି କହିଛନ୍ତି। ମା’ ମାନେ ଯେଭଳି ଏକ ଉଦ୍ଦେଶ୍ୟ ନେଇ ବ୍ରତ ରଖିଥାନ୍ତି ସେହିଭଳି ସେବା କରିବାର ବ୍ରତ ନେଇ ଆଜିର ମେଡିକାଲ ଛାତ୍ରଛାତ୍ରୀ ଆସନ୍ତାକାଲି ପାଇଁ ସେବାର ନିଦର୍ଶନ ହୋଇପାରିବେ। ର ଭାରତୀୟ ସଂସ୍କୃତିରେ ନର ସେବାକୁ ନାରାୟଣ ସେବା ବୋଲି କୁହାଯାଇଥିବା ଉକ୍ତିକୁ ପ୍ରମାଣିକତା ପ୍ରଦାନ କରି ରାଷ୍ଟ୍ରପତି କହିଛନ୍ତି ଯେ ଶାସକ, ପ୍ରଶାସକ, ଇଂଜିନିୟର, ଅଧ୍ୟାପକ କି ସମସ୍ତେ ଦୁଃଖୀ ଲୋକଙ୍କର ସେବା କରିପାରିବେ କିନ୍ତୁ କାହାକୁ ଯନ୍ତ୍ରଣାରୁ ମୁକ୍ତ କରି ପାରିବେ ନାହିଁ। ଅନ୍ୟ ସବୁ ତୁଳନାରେ ଏହା ହିଁ ଡାକ୍ତରୀ ବୃତ୍ତିର ସ୍ଵାତନ୍ତ୍ର୍ୟତା ବୋଲି ରାଷ୍ଟ୍ରପତି ମୁର୍ମୁ କହିଛନ୍ତି।

SPREAD YOUR LOVE WITH YOUR FRIENDS AND FAMILY

Leave a Reply