Home / ସଂସ୍କୃତି ଓ ପରମ୍ପରା / ବାଙ୍କାବେହେରା, ବ୍ରହ୍ମ କୋମଳ ଫୁଲ ପ୍ରଭୁ ଜଗନ୍ନାଥଙ୍କ ଚରଣରେ ଦେଇ ହେଲେ ଧନ୍ୟ

ବାଙ୍କାବେହେରା, ବ୍ରହ୍ମ କୋମଳ ଫୁଲ ପ୍ରଭୁ ଜଗନ୍ନାଥଙ୍କ ଚରଣରେ ଦେଇ ହେଲେ ଧନ୍ୟ

ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ଦାସ ବିଦ୍ୟାଧରପୁର ପଞ୍ଚାୟତର ପଖିମୁଣ୍ଡ ଗ୍ରାମରେ ବାଙ୍କନିଧି ବେହେରା ବାଡ଼ିରେ ଏକ ବିରଳ ଦୁର୍ଲ୍ଲଭ ବ୍ରହ୍ମ କମଳ ଫୁଲ ଫୁଟିଛି। ଏହି ବିରଳ ଦୁର୍ଲ୍ଲଭ ବ୍ରହ୍ମ କମଳ ଫୁଲ ସାଧାରଣରେ କିଛି ସ୍ଥାନରେ ଦେଖିବାକୁ ମିଳେ। ଏହି ଫୁଲଟିକୁ ଦେଖିବାକୁ ସ୍ଥାନୀୟ ଅଞ୍ଚଳର ଶତାଧିକ ବ୍ୟକ୍ତି ଭିଡ଼ ଜମାଇଥିବା ଦେଖିବାକୁ ମିଳିଥିଲା। ବ୍ରହ୍ମକମଳ ଫୁଲ ହେଉଛି ପ୍ରଭୁ ଜଗନ୍ନାଥଙ୍କ ପ୍ରିୟ ଫୁଲ। ବ୍ରହ୍ମାଙ୍କ ବ୍ରହ୍ମରୁ ଏହି ଫୁଲଟି ଉତ୍ପତି ହୋଇଥିଲା ଯାହାର ନାମ ବ୍ରହ୍ମକମଳ। ସେଥିପାଇଁ ଫୁଲଟି ବହୁତ ଆକର୍ଷଣୀୟ। ଫୁଲଟି ସଂଧ୍ୟାରୁ ଫୁଟିବା ଆରମ୍ଭ କରି ରାତି ୧୨ ପରେ ଧିରେ ଧିରେ ମଉଳି ବାକୁ ଲାଗେ। ଜଗନ୍ନାଥଙ୍କୁ ସମର୍ପଣ କରିବା ପାଇଁ ସେ ମନ କରିଥିଲେ । ସନ୍ଧ୍ୟାରେ ଫୁଲଟି ଫୁଟିବା କ୍ଷଣି ଝୁଣା, ଧୂପ, ଶଙ୍ଖ,ଘଣ୍ଟ, ସହ ମୃଦଙ୍ଗ ତାଳେ ତାଳେ ହରିନାମ ଭଜନ ଆରମ୍ଭ ହୋଇଯାଇଥିଲା। ୭ ଅଗଷ୍ଟ ୨୩ ସନ୍ଧ୍ୟାରେ ସଂକୀର୍ତ୍ତନ ମଣ୍ଡଳୀ ସହ ଏହି ଫୁଲଟିକୁ ଜଗନ୍ନାଥଙ୍କ ପାଖରେ ଅର୍ପଣ କରାଇଥିଲେ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply