Home / ମୁଖ୍ୟ ଖବର / ଓଡିଶା ସ୍ୱର୍ଣ୍ଣ ରୌପ୍ୟ ଶିଳ୍ପୀ ମହାସଙ୍ଘ ତରଫରୁ ସଂହତି ଦିବସ୍ ପାଳନ

ଓଡିଶା ସ୍ୱର୍ଣ୍ଣ ରୌପ୍ୟ ଶିଳ୍ପୀ ମହାସଙ୍ଘ ତରଫରୁ ସଂହତି ଦିବସ୍ ପାଳନ

ଓଡିଶା ସ୍ୱର୍ଣ୍ଣ ରୌପ୍ୟ ଶିଳ୍ପୀ ମହାସଙ୍ଘ ସହଯୋଗରେ ଚନ୍ଦନପୁର ଦାମୋଦର ପୁର ବଜାର ଠାରେ ଆଜି ସକାଳ ୮ଘଟିକାରେ ଏଜାତିର ଗ୍ୟାନିଗୁଣି ମାନଙ୍କ ସୃତି ଉଦେଶ୍ୟରେ ସଂହତି ଦିବସ ପାଳନ କରାଯାଇଛି। ଏଥିରେ ମହାସଂଘ ର କୋଷାଧ୍ୟକ୍ଷ ଦାମୋଦର ସାହୁ ପତାକା ଉତ୍ତୋଳନ କରିଥିଲେ ।ତାଙ୍କୁ ସହଯୋଗ କରିଥିଲେ କାର୍ଯକାରୀଣି କୋଷାଧ୍ୟକ୍ଷ ସୁରେନ୍ଦ୍ର କୁମାର ସାହୁ, ସଞ୍ଜୟ କୁମାର ଦାସ,ଶିଶିର କୁମାର ସାହୁ, ଉପଦେଷ୍ଠା ବାମନ ଚରଣ ପୃଷ୍ଟି ଚାଷପଡାର ବ୍ରଜବନ୍ଧୁ ବେହେରା ଚନ୍ଦନପୁରର ଗୋପାଳ ଚନ୍ଦ୍ର ସାହୁ ଓବିଜୟ କୁମାର ସାହୁଏବଂ ଆଖପାଖ ଅଞ୍ଚଳର ଅନେକ ସ୍ୱର୍ଣ୍ଣକାର ଯୋଗଦେଇଥିଲେ। ୧୫ତାଲୁକାର ସଭାପତି ଡି ଶିବଶଙ୍କର ଆଚାରୀ ବ୍ରହ୍ମପୁର ସଭାପତି ପି ବିରଭଦ୍ରମ ଆଚାରୀ ଓବ୍ରହ୍ମଗିରୀର ଟୁକୁବାବୁ ଭିଡିଓ କନଫରେନସି ମାଧ୍ୟମରେ ଯୋଗଦେଇ କାରିଗର ମାନଙ୍କ ବିଭିନ୍ନ ସମସ୍ୟା ସମ୍ବନ୍ଧରେ ଆଲୋଚନା କରିଥିଲେ ।ଆଗମୀ ଦିନରେ ଏହାର ସମାଧାନ କିପରି କରାଯିବ ।ତାହା ସାମୁହିକ ବୈଠକରେ ଆଲୋଚନା କରାଯିବ ବୋଲି ପ୍ରସ୍ତାବ ଦେଇଥିଲେ ।ପରେପରେ ଧନ୍ୟବାଦ ସହ ଉକ୍ତ କାର୍ଯ୍ୟକ୍ରମ ସମାପନ କରାଯାଇଥିଲା।

SPREAD YOUR LOVE WITH YOUR FRIENDS AND FAMILY

Leave a Reply