Home / ମୁଖ୍ୟ ଖବର / ସେବକ ସମିତି ସଦସ୍ୟଙ୍କ ପରଲୋକ ରେ ଶୋକ

ସେବକ ସମିତି ସଦସ୍ୟଙ୍କ ପରଲୋକ ରେ ଶୋକ

କାକଟପୁର 9/8 କାକଟପୁର ସେବକ ସାହିର ସେବାୟତ ନିଯୋଗ ର ପୂର୍ବତନ ସଦସ୍ୟ ତଥା ଅବସରପ୍ରାପ୍ତ ସରକାରୀ ପ୍ରେସ କର୍ମଚାରୀ ନରେନ୍ଦ୍ର କୁମାର ଦୀକ୍ଷିତଙ୍କ ବୁଧବାର ସକାଳ ୬ ଘଟିକା ସମୟରେ ପରଲୋକ ହୋଇ ଯାଇଛି l ସେ କିଛି ଦିନ ହେବ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ l ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେଵା ପରେ ବହୁ ଜ୍ଞାନୀଗୁଣି ସମ ସାମୟିକ ବ୍ୟକ୍ତି,ରାଜନୈତିକ ବ୍ୟକ୍ତି ଶେଷ ଦର୍ଶନ କରିଥିଲେ l ସରକାରୀ ଚାକିରୀ ଅବସର ନେଲା ପରେ ସ୍ବର୍ଗତ ଦୀକ୍ଷିତ ବିଭିନ୍ନ ଧର୍ମାନୁଷ୍ଠାନ ସହିତ ଜଡିତ ରହି ଅନେକ ଜନହିତକର କାର୍ଯ୍ୟରେ ନିଜକୁ ସାମିଲ କରିଥିଲେ l ସେବାୟତ ନିଯୋଗ ର ସଦସ୍ୟ ଥିବା ବେଳେ କାକଟପୁର ର ପ୍ରମୁଖ ଶୈବ ପୀଠ ସ୍ୱମେଶ୍ୱର ମନ୍ଦିର ର ଉନ୍ନତି ଓ ଦକ୍ଷିଣ ଚଣ୍ଡୀ ମନ୍ଦିର ର ପୁନଃଉଦ୍ଧର,ମଙ୍ଗଳା ମନ୍ଦିର ର ବିବାଦୀୟ ସମ୍ପତିକୁ ନିଜ ଦକ୍ଷତା ବଳରେ ଫେରାଇ ଆଣିଥିଲେ l ସେ ଜଣେ ମେଳାପୀ ସ୍ପଷ୍ଟବାଦୀ, ବନ୍ଧୁ ଵସ୍ଚଳ, ଧର୍ମାନୁଗାମୀ ଭାବେ ଅଞ୍ଚଳ ବେଶ ପରିଚିତ ଥିଲେ l ମୃତ୍ୟୁ ବେଳକୁ ତାଙ୍କୁ 76 ବର୍ଷ ହୋଇଥିବା ବେଳେ ମୃତ୍ୟୁ ଶଯ୍ୟା ନିକଟରେ ଜ୍ୟେଷ୍ଟ ପୁତ୍ର ଆଶିଷ, ମାନସ, ପୁତ୍ର ବଧୂ, ନାତି ନାତୁଣୀ ମାନେ ଉପସ୍ଥିତ ଥିଲେ, ତାଙ୍କ ଅନ୍ତିମ ସଂସ୍କାର ଗ୍ରାମ୍ୟ ଶ୍ମଶାନ lରେ କରାଯାଇଥିବା ବେଳେ ଜ୍ୟେଷ୍ଟ ପୁତ୍ର ଆଶିଷ ମୁଖାଗ୍ନି ଦେଇଥିଲେ l ଅନ୍ତିମ ସଂସ୍କାର ରେ ଏକ ମାତ୍ର ଜ୍ୱାଇଁ ପ୍ରାଚୀ ଯୁବ ସାମାଜିକ ସଂଗଠନ ର ସଭାପତି ଦେବରାଜ ଦୀକ୍ଷିତ, ସେବକ ସମିତି ସଭାପତି ମନୋରଞ୍ଜନ ପଣ୍ଡା, ସମ୍ପାଦକ ପବିତ୍ର କୁମାର ଦୀକ୍ଷିତ,ସମିତି ସଭ୍ୟ ସମରେନ୍ଦ୍ର ଦୀକ୍ଷିତ,ସରପଞ୍ଚ ଅଭୟ କୁମାର ସେଠୀ,ସମାଜ ସେବୀ ହିମାଂଶୁ ଭୂଷଣ ଦୀକ୍ଷିତ, ପୂର୍ବତନ ସରପଞ୍ଚ ପ୍ରତିନିଧି ଦିଲୀପ କୁମାର ବରାଳ ପ୍ରମୁଖ ଉପସ୍ଥିତ ରହି ଶେଷ ସମ୍ମାନ ଜଣାଇଥିଲେ l

SPREAD YOUR LOVE WITH YOUR FRIENDS AND FAMILY

Leave a Reply