Home / ଅପରାଧ / ବ୍ରାଉନ ସୁଗାର ସମେତ ମୋଟରସାଇକେଲ ଓ ମୋବାଇଲ ଫୋନ ଜବତ ଏକ ଗିରଫ

ବ୍ରାଉନ ସୁଗାର ସମେତ ମୋଟରସାଇକେଲ ଓ ମୋବାଇଲ ଫୋନ ଜବତ ଏକ ଗିରଫ

bs

କାକଟପୁର ତା ୨୧/୧୨ (ତୁଷାର ଦୀକ୍ଷିତ ): କାକଟପୁର ଓ ଏହାର ଆଖ ପାଖ ଅଂଚଳ ରେ ବ୍ରାଉନ ସୁଗାର ମାଫିଆ ମାନେ ଦିନକୁ ଦିନ ସକ୍ରିୟ ହୋଇ ପଡୁଥିବା ବେଳେ ପୋଲିସ ର ବାରମ୍ବାର ଛାନ ଭିନ ସତ୍ୱ ଏମାନେ ଖସିଯିବାକୁ ସକ୍ଷମ ହେଉଛନ୍ତି। ଆଜି ଏହି ଥାନା ଅନ୍ତର୍ଗତ ମହାନ୍ତି ସାହି ଗ୍ରାମର ପେସାଦାର ବ୍ରାଉନ ସୁଗାର ବେପାରୀ ମଙ୍ଗରାଜ ମହାନ୍ତି ଓରଫ (ମଙ୍ଗୁ )କୁ ଧରିବାରେ କାକଟପୁର ପୋଲିସ ସଫଳ ହୋଇଛି। ଏ ସଂକ୍ରାତ ରେ କାକଟପୁର ଥାନାରେ 254/2024ଏକ ମାମଲା ରୁଜୁ କରି ଆସମୀ ମଙ୍ଗୁ କୁ ପୋଲିସ କୋର୍ଟ ଚାଲାଣ କରିଛି।ବ୍ରାଉନ ସୁଗାର ବିକ୍ରି କରିବା ଉଦ୍ଦେଶ୍ୟରେ ଆସୁଥିବା ବେଳେ ପୋଲିସ ମଙ୍ଗୁ କୁ କାବୁ କରି ତା ଠାରୁ 10.5ଗ୍ରାମର ବ୍ରାଉନ ସୁଗାର, ଏକ ମୋବାଇଲ, ଏକ ପଲସର ମୋଟରସାଇକେଲ ସମେତ 20 ହଜାର ଟଙ୍କା ଜବତ କରିଛି। ଜବତ ବ୍ରାଉନ ସୁଗାର ର ଆନୁମାନିକ ମୂଲ୍ୟ ୧ଲକ୍ଷ ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି। କାକଟପୁର ଥାନା ଆଇ ଆଇ ସି ଉମେଶ ଚନ୍ଦ୍ର ସାହୁ ଘଟଣାର ତଦନ୍ତ କରୁଛନ୍ତି

SPREAD YOUR LOVE WITH YOUR FRIENDS AND FAMILY