Home / ମୁଖ୍ୟ ଖବର / ସୁହାଗ ପୁର ଗ୍ରାମଟି ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନାରୁ ବହୁ ଦୂରରେ

ସୁହାଗ ପୁର ଗ୍ରାମଟି ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନାରୁ ବହୁ ଦୂରରେ

କାକଟପୁର ତା 21/08.ଦେଶ ସ୍ବାଧୀନତାର ୭୭ବର୍ଷ ପାଳନ କରୁଥିଲେ ମଧ୍ୟ କାକଟପୁର ବ୍ଲକ ଅଧିନସ୍ତ ସୁହାଗପୁର ଗ୍ରାମଟି ସୁହାଗ ପୁର ପଂଚାୟତ ର ମୁଖ୍ୟ ଗ୍ରାମ୍ୟ ହୋଇଥିବା ବେଳେ ଏହି ଗ୍ରାମଟି ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନାରୁ ବହୁ ଦୂରରେ l ଦୀପ ତଳ ଅନ୍ଧାର ଭଳି ଗ୍ରାମରେ ବହୁ ବଡବଡିଆ ନେତାଙ୍କ ଆବିର୍ଭାବ ନ ଥିବା ଯୋଗୁଁ ଗ୍ରାମଟି ସରକାରୀ କର୍ମଚାରୀ ମାନେ କୋଣ ଠେସା କରି ରଖିଥିବା ମନେ ହେଉଛି l ଗ୍ରାମର ମୌଳିକ ସମସ୍ୟା ଭିତରେ ସବୁ ଦିନିଆ ରାସ୍ତାର ଅବସ୍ଥା କହିଲେ ନ ସରେ l ଆଣ୍ଠୁଏ କାଦୁଅ ପଙ୍କ ରେ ଗ୍ରାମ ଲୋକମାନେ ଯିବା ଆସିବା କରିଥାନ୍ତି l ସୁହାଗ ପୁର ଗ୍ରାମ ପଂଚାୟତ ର ଦୁଇ ଗ୍ରାମ ଯଥା ଫକୀର ସାହି ବସ୍ତି ଓ ପାଟଣାର ବ୍ୟକ୍ତି ମାନେ ନିଜର ଆଧିପତ୍ୟ ବିସ୍ତାର କରି ସରକାର ଙ୍କ ଯୋଜନା ହାତାଉ ଥିବା ବେଳେ ସୁହାଗ ପୁର ଗ୍ରାମଟି ସରକାରଙ୍କ ଦୃଷ୍ଟି ଆଢୁଆଳରେ ରହି ଆସିଅଛି l ଦଳୀୟ କୁଜି ନେତାଙ୍କ ପରାମର୍ଶ ରେ ଉନ୍ନୟନ ମୂଳକ କାର୍ଯ୍ୟ ଚାଲୁଥିବା ବେଳେ ସୁହାଗ ପୁର ଗ୍ରାମଟି ସରକାର ଙ୍କ ସାବତ ପୁଅ ସଦୃଶ ହୋଇଛି, ଗ୍ରାମ ବାସୀ ମାନେ ଏକ କେନାଲ ବନ୍ଧରେ ଯିବା ଆସିବା କରୁଥିବା ବେଳେ ଠିକାଦାର କାମ ବାହାନାରେ ବନ୍ଧ ଖୋଲିବା ଯୋଗୁଁ ଗ୍ରାମଟି ବାହ୍ୟ ଜଗତରୁ ବିଛିନ୍ନ ହୋଇ ପଡିଛି, ଗ୍ରାମରେ ସବୁ ଦିନିଆ ରାସ୍ତା ନ ଥିବାରୁ ଗ୍ରାମ ବାସୀଙ୍କ ଠାରେ ବନ୍ଧୁ ବାନ୍ଧିବା କୁ ଲୋକେ ନାକ ଟେକୁଛନ୍ତି, ତୁରନ୍ତ ପୁରୀ ଜିଲ୍ଲପାଳ, ପ୍ରଶାସନିକ ଅଧିକାରୀ ଦୃଷ୍ଟି ଦେବାକୁ ସାଧାରଣରେ ଦୃଢ ଦାବି ହେଉଛି.

SPREAD YOUR LOVE WITH YOUR FRIENDS AND FAMILY

Leave a Reply