Home / ସ୍ୱାସ୍ଥ୍ୟ / ସାକ୍ଷୀଗୋପାଳ ଡାକ୍ତରଖାନା ପରିଦର୍ଶନ କଲେ କଂଗ୍ରେସ ନେତା ମନୋଜ ରଥ

ସାକ୍ଷୀଗୋପାଳ ଡାକ୍ତରଖାନା ପରିଦର୍ଶନ କଲେ କଂଗ୍ରେସ ନେତା ମନୋଜ ରଥ

manoj

ସତ୍ୟବାଦୀ: ତା ୨୪.୮.୨୪
ଶାଶ୍ଵତ ଟିଭି

ସତ୍ୟବାଦୀ କଂଗ୍ରେସ ନେତା ତଥା ସମାସେବୀ ଶ୍ରୀଯୁକ୍ତ ମନୋଜ କୁମାର ରଥ ଆଜି ପୂର୍ବାହ୍ନ ରେ ତାଙ୍କର ସହଯୋଗୀ ମାନଙ୍କ ସହିତ ସାକ୍ଷୀଗୋପାଳ ଡାକ୍ତରଖାନା ପରିଦର୍ଶନ କରିଛନ୍ତି। ଶ୍ରୀଯୁକ୍ତ ରଥ ଡାକ୍ତରଖାନା ପରିସରରେ ପହଞ୍ଚି ଦୁଇ ଦିନ ତଳେ ପ୍ରତିକ୍ଷା ଳୟ ଛାତ ସିଲିଙ୍ଗ ଖସି ପଡିଥିବା ସ୍ଥାନକୁ ଅନୁଧ୍ୟାନ କରିଥିଲେ। ଫାଇଭ ଟି ଅଧୀନରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ହୋଇଥିବା ନବୀକରଣ କାର୍ଯ୍ୟ ଅତି ନିମ୍ନମାନର ବୋଲି ଜାଣିବାକୁ ପାଇଥିଲେ | ଉପସ୍ଥିତ ରୋଗୀ ଓ ତାଙ୍କ ସମ୍ପର୍କୀୟ ମାନଙ୍କ ସହିତ ସାକ୍ଷାତ ଏବଂ ଆଲୋଚନା କରିବା ସହିତ ବିଭିନ୍ନ ବିଭାଗରେ ଡାକ୍ତରଙ୍କ ଅଭାବ କୁ ନେଇ ଦୁଖ ପ୍ରକାଶ କରିଥଲେ। ସତ୍ୟବାଦୀ ବ୍ଲକର ହଜାର ହଜାର ଜନସାଧାରଣ ଏହି ଡାକ୍ତରଖାନା ଉପରେ ନିର୍ଭରଶୀଳ, କିନ୍ତୁ ଏହାର ଦୂରାବସ୍ଥା ଦେଖି ଶ୍ରୀ ରଥ ଚିନ୍ତା ପ୍ରକଟ କରିବା ସହ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ଧ୍ୟାନ ଆକର୍ଷଣ କରିବେ ବୋଲି କହିଥିଲେ | ସତ୍ୟବାଦୀ କଂଗ୍ରେସର ବରିଷ୍ଠ କାର୍ଯ୍ୟକର୍ତ୍ତା ବିଶ୍ୱଜିତ୍ ହୋତା ଓ ତାଙ୍କ ସହିତ ହେମନ୍ତ ରାଉତ, ସୁଜିତ୍ ମିଶ୍ର, ପ୍ରଫୁଲ୍ଲ ପଣ୍ଡା, ସୂର୍ଯ୍ୟ ବେହେରା, କାଳୁଚରଣ ପାଣି ପ୍ରମୁଖ ଉପସ୍ଥିତ ଥିଲେ | ଶେଷରେ ଶ୍ରୀ ରଥଙ୍କ ଦ୍ଵାରା ରୋଗୀ ମାନଙ୍କୁ ଜୁସ ଓ ବିସ୍କୁଟ ବଣ୍ଟନ କରାଯାଇଥିଲା  |

SPREAD YOUR LOVE WITH YOUR FRIENDS AND FAMILY