Home / ଶିକ୍ଷା / କାକଟପୁର ପୋଲିସ ର ଟ୍ରାଫିକ ସଚେତନତା କାର୍ଯ୍ୟକ୍ରମ

କାକଟପୁର ପୋଲିସ ର ଟ୍ରାଫିକ ସଚେତନତା କାର୍ଯ୍ୟକ୍ରମ

whatsapp image 2023 09 14 at 20.52.03

କାକଟପୁର ,14/9- ଦ୍ରୁତ ଗତି ମହା ବିପତ୍ତି ଦିନ କୁ ଦିନ ରାଜ୍ୟରେ ଦୁର୍ଘଟଣା ର ହାର ବଢ଼ିବାରେ ଲାଗିଛି, ଏହି ଦୁର୍ଘଟଣା ରେ ଅନେକ ପରିବାର କେତେ ମୂଲ୍ୟବାନ ଜୀବନ ହରାଉଛନ୍ତି, ଅନେକ ସମୟ ରେ ପାରିବାରିକ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଯାଉଛି, ଯାହାର ଅନେକ କାରଣ ରହିଛି, ସେଥି ମଧ୍ୟ ରୁ ବେପରୁଆ ଗାଡ଼ି ଚାଳନ ଯୋଗୁଁ ଅନ୍ୟ ମାନଙ୍କର ଜୀବନ ମଧ୍ୟ ଯାଉଛି, ଜୋର ଶବ୍ଦ କରି ବଜାରରେ ଘୁରି ବୁଲୁଛନ୍ତି ରୋମିଓ ଏହି ରୋମିଓ ମାନଙ୍କୁ ସାବଡ଼ କରିବା ଓ ବିନା ହେଲମେଟ ରେ ଦୁର୍ତ୍ତ ଗତି ରେ ଦୁଇ ଚକିଆ ଯାନ ଚଳାଇବା, ଏହି ଘଟଣା କୁ ଦୃଷ୍ଟି ରେ ରଖି କାକଟପୁର ଥାନା ଆରମ୍ଭ କରିଛି ଏକ ଜନ ସଚେତନତା କାର୍ଯ୍ୟକ୍ରମ, ଥାନା ଅଧିକାରୀ ଉମେଶ ସାହୁ ଙ୍କ ନେତୃତ୍ୱ ରେ କାକଟପୁର ପୋଲିସ ର ସ୍ୱତନ୍ତ୍ର ଟିମ୍ କାକଟପୁର ନୂଆ ବସଷ୍ଟାଣ୍ଡ ସମ୍ମୁଖରେ ଏକ ଟ୍ରାଫିକ ସଚେତନତା କାର୍ଯ୍ୟକ୍ରମରେ ଦୁଇ ଚକିଆ ଗାଡ଼ି ଚାଳକ ମାନଙ୍କୁ ହେଲମେଣ୍ଟ ପିନ୍ଧି ଗାଡ଼ି ଚଳାଇବା ଓ ଚାରି ଚକିଆ ଜାନ ଚଳାଉଥିବା ଚାଳକ ମାନଙ୍କୁ ସିଟ ବେଲ୍ଟ ବାନ୍ଧି ଗାଡ଼ି ଚଳାଇବା ପାଇଁ ତାଗିଦ କରିଥିଲେ l ଯେଉଁ ମାନେ ହେଲମେଟ ବ୍ୟବହାର କରି ଗାଡ଼ି ଚଳାଉଥିଲେ ସେମାନଙ୍କୁ କାକଟପୁର ପୋଲିସ ତରଫରୁ ଏକ ଗୋଲାପ ଫୁଲ ଦିଆଯାଇ ସ୍ୱାଗତ କରାଯାଉ ଥିବା ବେଳେ ଯେଉଁ ଅମାନିଆ ମାନେ ବିନା ହେଲମେଟ ଆଉ ସିଟ ବେଲ୍ଟ ରେ ଗାଡ଼ି ଚଳାଉଛନ୍ତି ସେମାନଙ୍କୁ ସଚେତନତା କରାଇଥିଲେ କାକଟପୁର ପୋଲିସର ସ୍ୱତନ୍ତ୍ର ଟିମ୍, କାକଟପୁର ଥାନା ପକ୍ଷରୁ ଏହି ସଚେତନା କାର୍ଯ୍ୟକ୍ରମ କୁ ବିଭିନ୍ନ ମହଲରେ ପ୍ରଶଂସା ମିଳିଥିବା ବେଳେ ସନ୍ଧ୍ୟା ସମୟରେ ବିଭିନ୍ନ ଛକ ବଜାର ମାନଙ୍କରେ ଦ୍ରୁତ ଗାଡି ଚାଳକ ଙ୍କ ଠାରୁ ଜୋରିମାନା ଆଦାୟ ସହିତ ଡ୍ରାଇଭିଂଗ ଳାଇନେସ ଚେକ କରାଯିବ ବୋଲି ସୂଚନା ମିଳିଛି,

SPREAD YOUR LOVE WITH YOUR FRIENDS AND FAMILY

Leave a Reply