Home / ମୁଖ୍ୟ ଖବର / ନଦୀ ସମୁଦ୍ର ଜଳ ପ୍ରଦୂଷିତ– ଲୋପ ପାଇବାକୁ ବସିଛି ଇଲିସି ବଂଶ — ଅସ୍ତରଙ୍ଗ ଇଲିସି ସାତ ସପନ

ନଦୀ ସମୁଦ୍ର ଜଳ ପ୍ରଦୂଷିତ– ଲୋପ ପାଇବାକୁ ବସିଛି ଇଲିସି ବଂଶ — ଅସ୍ତରଙ୍ଗ ଇଲିସି ସାତ ସପନ

whatsapp image 2023 09 22 at 07.22.37

କାକଟପୁର : ପୁରୀ ଜିଲ୍ଲା ଅସ୍ତରଙ୍ଗ ଉପକୁଳ ସମୁଦ୍ର କୂଳେ କୂଳେ ଶିଳ୍ପାୟନ ବୃଦ୍ଧି ପାଇବା ସହ କଳ କାରଖାନା ଓ ବନ୍ଦର ଗୁଡ଼ିକର ବର୍ଜ୍ୟ ରାସାୟନିକ ନିକ୍ଷେପ ନଦୀ ଓ ସମୁଦ୍ର ଜଳକୁ ପ୍ରଦୂଷିତ କରି ଚାଲିଛି। ଫଳରେ ନଦୀ ଓ ସମୁଦ୍ରରୁ ମାଛ ବଂଶ କମିବାରେ ଲାଗିଛି। ଏହି କ୍ରମରେ ପୁରୀ ଜିଲ୍ଲା ସମୁଦ୍ର ଉପକୂଳବର୍ତ୍ତୀ ଅସ୍ତରଙ୍ଗର ସୁଆଦିଆ ଇଲିସି ଏବେ ଦେଖିବା ସ୍ବପ୍ନ ହୋଇଗଲାଣି।ବିଗତ ବର୍ଷମାନଙ୍କରେ ବର୍ଷାଋତୁରେ ଏଠାରେ ଟନ ଟନ ସୁଆଦିଆ ଇଲିସି ମାଛ ଧରା ହେଉଥିଲା। ଗୋଟିଏ ସମୟରେ ସ୍ୱାଦିଷ୍ଟ ଇଲିସି ଉତ୍ପାଦନ ପାଇଁ ଅସ୍ତରଙ୍ଗ ପ୍ରସିଦ୍ଧି ଲାଭ କରିଥିବା ବେଳେ ଏବେ ଏଠାରେ ଇଲିସି ଦେଖିବା ସ୍ୱପ୍ନ ହୋଇପଡ଼ିଛି। ଜଳବାୟୁ ପରିବର୍ତ୍ତନ ଓ ସମୁଦ୍ର ଓ ନଦୀ ଜଳ ପ୍ରଦୂଷିତ କାରଣରୁ ଅସ୍ତରଙ୍ଗ ସମୁଦ୍ରରେ ଇଲିସି ଉତ୍ପାଦନ ଏକ ପ୍ରକାର ବନ୍ଦ ହେବାକୁ ବସିଛି। ଗୋଟିଏ ସମୟରେ ଅସ୍ତରଙ୍ଗ ଇଲିସି ରାଜ୍ୟ ତଥା ରାଜ୍ୟ ବାହାରକୁ ପର୍ଯ୍ୟାପ୍ତ ପରିମାଣରେ ରପ୍ତାନୀ ହେଉଥିଲା । କିନ୍ତୁ ବର୍ତମାନ ପରିସ୍ଥିତି ବଦଳିଛି। ଏଠାରେ ଆଉ ଇଲିଶି ମାଛ ମତ୍ସ୍ୟଜୀବୀଙ୍କ ଜାଲରେ ପଡୁ ନାହାନ୍ତି। ଫଳରେ ସ୍ଥାନୀୟ ଖାଉଟି ବାଧ୍ୟ ହୋଇ ବାହାର ଅଞ୍ଚଳ ଓ ରାଜ୍ୟରୁ ଆସୁଥିବା ରାସାୟନିକ ପ୍ରଲେପ ମରାଯାଇଥିବା ଛୋଟ ଇଲିସିକୁ ଚଢା ଦରରେ କିଣୁଛନ୍ତି। ସାଧାରଣତଃ ବର୍ଷା ଦିନେ ଗଭୀର ସମୁଦ୍ରରୁ ଲକ୍ଷ ଲକ୍ଷ ସଂଖ୍ୟାରେ ଇଲିସି ମାଛ ଅଣ୍ଡା ଦେବାକୁ ଅସ୍ତରଙ୍ଗ ଦେବୀ ମୁହାଣକୁ ଆସିଥାନ୍ତି ।ମୁହାଣ ନିକଟରେ ବର୍ଷା ଦିନେ ମଧୁର ପାଣି ସମୁଦ୍ରରେ ମିଶୁଥିବାରୁ ସେହି ସ୍ଥାନକୁ ସେମାନଙ୍କର ଅଣ୍ଡା ଦେବାର ପ୍ରକୃଷ୍ଟ ସ୍ଥାନ ବୋଲି ବାଛିଥାନ୍ତି । କିନ୍ତୁ ଜଳବାୟୁ ପରିବର୍ତନ , ଅସ୍ୱାଭାବିକ ମୌସୁମୀର ପ୍ରଭାବ, ଅଦିନିଆ ବୃଷ୍ଟିପାତ ଓ ସାମୁଦ୍ରିକ ତାପମାତ୍ରା ବୃଦ୍ଧି ଏଥିସହିତ ନଦୀ ଓ ସମୁଦ୍ର ତଟବର୍ତ୍ତୀ ଅଂଚଳରେ ବେଆଇନ ଚିଙ୍ଗୁଡ଼ି ଘେରୀ, ଶିଳ୍ପା୍ୟାନ ବୃଦ୍ଧି, ବିଭିନ୍ନ ଯାନ୍ତ୍ରିକ ଜାହାଜ ଚଳାଚଳ, ପ୍ରାକୃତିକ ଜଳସ୍ରୋତକୁ ଅବରୋଧ ପ୍ରଭୁତି କାରଣରୁ ଗଭୀର ସମୁଦ୍ରରୁ ଇଲିସି ମାଛ ନଦୀ ମୁହାଣ ନିକଟକୁ ଆସୁ ନାହାନ୍ତି। ଫଳରେ ବର୍ଷା ଋତୁରେ ଅସ୍ତରଙ୍ଗ ଅଞ୍ଚଳର ଶହ ଶହ ଧୀବର ତାଙ୍କର ଡ଼ଙ୍ଗା ଜାଲ ପ୍ରସ୍ତୁତ କରିବାରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ କରି ଶେଷରେ ଇଲିସି ମାଛ ନଧରି ନିରାଶ ହୋଇ ବସୁଛନ୍ତି। ଏ ନେଇ ରାଜ୍ୟ ପାରମ୍ପରିକ ମତ୍ସ୍ୟଜୀବୀ ସଙ୍ଘ ସଭାପତି ପ୍ରସନ୍ନ ବେହେରା କୁହନ୍ତି, ଇଲିସି ଉତ୍ପାଦନ କମିବା ଯୋଗୁ ମତ୍ସ୍ୟଜୀବୀ ଭାଇମାନେ ଗଭୀର ଭାବରେ ଆର୍ଥିକ ସ୍ତରରେ ପ୍ରଭାବିତ ହେଉଛନ୍ତି

SPREAD YOUR LOVE WITH YOUR FRIENDS AND FAMILY

Leave a Reply