Home / ମୁଖ୍ୟ ଖବର / ନୟାଗଡରେ ପାଲା ମାଧ୍ୟମରେ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ।

ନୟାଗଡରେ ପାଲା ମାଧ୍ୟମରେ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ।

whatsapp image 2026 02 01 at 12.56.18 pm

ନୟାଗଡ଼,ତା-୩୧.୧.୨୫ରିଖ – ଭାସ୍କର ଚନ୍ଦ୍ର ସ୍ବାଇଁଙ୍କ ରିପୋର୍ଟ- ସଡକ ସୁରକ୍ଷା ମାସ ୨୦୨୬ ଅବସରରେ ଜାନୁଆରୀ ୧ ଠାରୁ ୩୧ ତାରିଖ ପର୍ଯ୍ୟନ୍ତ ପାଳନ କରାଯାଉଥିବା ବେଳେ, ଉଦଯାପନୀ ଦିବସ ଅବସରରେ ନୟାଗଡ଼ ବ୍ଲକ ଅଞ୍ଚଳରେ, ନୟାଗଡ଼ ଆରଟିଓ ଏବଂ ସ୍ମାଇଲ ନୟାଗଡ଼ ସ୍ଵେଚ୍ଛାସେବୀ

image
image

ଅନୁଷ୍ଠାନର ମିଳିତ ଉଦ୍ୟମରେ ପାଲା ମାଧ୍ୟମରେ ବିଭିନ୍ନ ପଂଚାୟତକୁ ଯାଇ ସଚେତନ କରାଯାଇଥିଲା। ପାଲା ଗାୟକ ପଣ୍ଡିତ ସୁବାସ ଚନ୍ଦ୍ର ଗ୍ରହାଚାର୍ଯ୍ୟ, ବାୟକ ରଘୁ,ଅର୍ଜୁନ, କାଶୀ ଏବଂ ଟୁକୁ ଙ୍କୁ ନେଇ ଅତି ସୁନ୍ଦର ଭାବେ ପରିବେଷଣ କରିଥିଲେ। ଦୁଇ ଚକିଆ ଗାଡ଼ି ଚଳାଇବା ସମୟରେ ହେଲମେଟ ପିନ୍ଧିବା , ମୋବାଇଲରେ କଥା ନ ହେବା, ତିନିଜଣ ବସି ନଯିବା, ଟ୍ରାଫିକ ନିୟମ ମାନି ଚଳିବା,୧୮ ବର୍ଷରୁ କମ ପିଲାଙ୍କୁ ବାଇକ୍ ନଦେବା, ଏବଂ ଚାରିଚକିଆ ଯାନ ଚଲାଇବା ସମୟରେ ସିଟ ବେଲ୍ଟ ମାରିବା ପ୍ରଭୃତି ଉପରେ ସଚେତନ କାର୍ଯ୍ୟକ୍ରମ ମାଛିପଡ଼ା,ଲାଠିପଡା, ନୟାଗଡ଼ ବଜାର, ବୋଦାପଡ଼ା ପ୍ରଭୃତି ଗାଁ ଗାଁ ବୁଲି ସଚେତନ କରାଯାଇଥିଲା।

SPREAD YOUR LOVE WITH YOUR FRIENDS AND FAMILY

Leave a Reply