Home / ଶିକ୍ଷା / ପୁରୀରେ ଅନୁଷ୍ଟିତ ହେଲା କୁମାର କବୀଙ୍କ ଶ୍ରଦ୍ଧାଞ୍ଜଳୀ ସମାରୋହ

ପୁରୀରେ ଅନୁଷ୍ଟିତ ହେଲା କୁମାର କବୀଙ୍କ ଶ୍ରଦ୍ଧାଞ୍ଜଳୀ ସମାରୋହ

whatsapp image 2023 09 25 at 23.31.20

ପୁରୀ ସଂସ୍କୃତି ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି କୁମାର କବି ଫାଉଣ୍ଡେସନ ଏବଂ ଓଡ଼ିଶା ସାହିତ୍ୟ ଏକାଡେମୀ ତରଫରୁ କୁମାର କବି ଅରକ୍ଷିତ ପ୍ରଧାନଙ୍କ ତ୍ରୟୋଦଶ ରାଜ୍ୟ ସ୍ତରୀୟ ଶ୍ରଦ୍ଧାଞ୍ଜଳି ସମାରୋହ। ଏହି ସମାରୋହରେ ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ସଞ୍ଜୟ କୁମାର ଦାସବର୍ମା,ପୂର୍ବତନ ମନ୍ତ୍ରୀ ପ୍ରସାଦ ହରିଚନ୍ଦନ ଓ ବିଶିଷ୍ଟ ଭାସ୍କର୍ଯ୍ୟଶିଳ୍ପୀ ପଦ୍ମଶ୍ରୀ ପ୍ରଭାକର ମହାରଣା ପ୍ରମୁଖ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରିବା ସହିତ କୁମାର କବିଙ୍କ ଚିତ୍ରରେ ପୁଷ୍ପ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ବିଶିଷ୍ଟ ସାହିତ୍ୟିକ ଓ ନାଟ୍ୟକାର କବି ଡକ୍ଟର ହରିହର ମିଶ୍ରଙ୍କୁ କୁମାର କବି ସମ୍ମାନରେ ସମ୍ମାନିତ କରି ‘ବିଚକ୍ଷଣ ବାଗ୍ମୀ ଏବଂ ‘ଶ୍ରୀରଘୁନାଥ ଚରିତାମୃତ’ ଗ୍ରନ୍ଥର ଲୋକାର୍ପଣ ସହିତ ବହୁତ ପ୍ରତିଭାଙ୍କୁ ସମ୍ମାନ ଓ ସମ୍ବର୍ଦ୍ଧନା କରାଯାଇଛି। ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ, ଶିକ୍ଷାବିତ୍, ବୁଦ୍ଧିଜୀବୀ ଙ୍କ ସମେତ ସମେତ ବହୁ କୁମାର କବି ଅରକ୍ଷିତ ପ୍ରେମୀ ଉପସ୍ଥିତ ଥିଲେ 

SPREAD YOUR LOVE WITH YOUR FRIENDS AND FAMILY

Leave a Reply