Home / ମୁଖ୍ୟ ଖବର / ଶାନ୍ତିଲତା ଙ୍କ ବିୟୋଗ ରେ କାକଟପୁର ରେ ଶୋକ ର ଛାୟା

ଶାନ୍ତିଲତା ଙ୍କ ବିୟୋଗ ରେ କାକଟପୁର ରେ ଶୋକ ର ଛାୟା

whatsapp image 2023 09 29 at 19.44.57 1ecdbfef

କାକଟପୁର ତା 29/09, ମର୍ତ୍ୟ ମଣ୍ଡଳେ ଦେହ ବୋହି ଦେବତା ହେଲେ ବି ମରଇ, ଆଜି ପୁରୀଜିଲ୍ଲା କାକଟପୁର ସେବକ ସାହିର ସ୍ବର୍ଗତ ସୁଧୀର କୁମାର ଦୀକ୍ଷିତଙ୍କ ଧର୍ମପତ୍ନୀ ଶାନ୍ତିଲତା ଦୀକ୍ଷିତଙ୍କର 70 ବର୍ଷ ବୟସରେ ଶୁକ୍ରବାର ସକାଳ ୯ ଘଟିକା ସମୟରେ ନିଜ ବାସଭବନରେ ପରଲୋକ ହୋଇଯାଇଛି l ସେ ଜଣେ ମିଷ୍ଟଭାଷୀ, ପରୋପକାରୀ, ଧର୍ମପରାୟଣା ମହିଳା ଭାବେ ଅଞ୍ଚଳରେ ବେଶ ପରିଚିତ ଥିବାବେଳେ କାକଟପୁର ବାଳିକା ଉଚ୍ଚବିଦ୍ୟାଳୟରେ ପୂର୍ବତନ ଶିକ୍ଷୟିତ୍ରୀ ଭାବେ କିଛିଦିନ କାର୍ଯ୍ୟ ତୁଲାଇଥିଲେ l ସେ ଗତ 10 ବର୍ଷ ହେଵ ଶାରୀରିକ ଅସୁସ୍ଥତା ଯୋଗୁଁ ଶଯ୍ୟାଶାୟୀ ଥିବାବେଳେ ବିଭିନ୍ନ ଧର୍ମାନୁଷ୍ଠାନ ସହିତ ଜଡିତ ରହି ଅଞ୍ଚଳରେ ବେଶ ପ୍ରିୟପାତ୍ରୀ ହୋଇପାରିଥିଲେ l ତାଙ୍କ ମୁର୍ତ୍ୟୁ ଶଯ୍ୟା ନିକଟରେ ଜ୍ୟେଷ୍ଠ ପୁତ୍ର ପ୍ରାଚୀ ଯୁବ ସାମାଜିକ ସଂଗଠନ ର ସଭାପତି ଦେବରାଜ ଦୀକ୍ଷିତ, କନିଷ୍ଠ ପୁତ୍ର ପୂର୍ବତନ ସରପଞ୍ଚ ତପନ କୁମାର ଦୀକ୍ଷିତ, ପୁତୁରା କାକଟପୁର ପ୍ରେସ କ୍ଲବ ସଭାପତି ତଥା ପୁରୀ ଜିଲ୍ଲା ପେଷାଦାର ସାମ୍ବାଦିକ ସଂଘର ଉପସଭାପତି କମଳ ଲୋଚନ ଦୀକ୍ଷିତ, କାକଟପୁର ପ୍ରେସ କ୍ଲବର ଉପସଭାପତି ତୁଷାର ରଞ୍ଜନ ଦୀକ୍ଷିତଙ୍କ ସମେତ ପୁତ୍ରବଧୂ, ନାତିନାତୁଣୀ ମାନେ ଉପସ୍ଥିତ ଥିଲେ l ତାଙ୍କ ମୃତ୍ୟୁ ଖବର ପାଇ ଅଞ୍ଚଳର ବହୁ ମାନଗଣ୍ୟ ବ୍ୟକ୍ତି ଶେଷ ଦର୍ଶନ କରିଥିଲେ l ତାଙ୍କର ପାର୍ଥିବ ଶରୀରକୁ ଶବ ଶୋଭିଯାତ୍ରା ରେ ନିଆ ଯାଇଥିଲା ଏହି ଶୋଭାଯାତ୍ରା ରେ ବିଜେଡି ଯୁବ ନେତା ହିମାଂଶୁ ଭୂଷଣ ଦୀକ୍ଷିତ, ମାନସ କୁମାର ଦୀକ୍ଷିତ, ହରିହର ଦୀକ୍ଷିତ, ଅଶୋକ କୁମାର ଦୀକ୍ଷିତ, କାକଟପୁର ପଞ୍ଚୟତ କଂଗ୍ରେସ ସଭାପତି ନଳିନୀ କାନ୍ତ ଦୀକ୍ଷିତ, ପ୍ରଦୀପ୍ତ କୁମାର ଦୀକ୍ଷିତ ପ୍ରମୁଖ ଗ୍ରାମ୍ୟ ସ୍ମଶାନ ନେବା ପରେ ସେଠାରେ ଶେଷକୃତ୍ୟ ସମ୍ପର୍ଣ କରାଯାଇଥିଲା l ଜ୍ୟେଷ୍ଠ ପୁତ୍ର ଦେବରାଜ, କନିଷ୍ଠ ପୁତ୍ର ତପନ, ପୁତୁରା କମଳ ଲୋଚନ ମୁଖାଗ୍ନି ଦେଇଥିଲେ l

SPREAD YOUR LOVE WITH YOUR FRIENDS AND FAMILY

Leave a Reply