Home / ମୁଖ୍ୟ ଖବର / ଅବକ୍ଷୟ ହେଉଛି ଉପକୂଳ ବେଳାଭୂମି-ଅସ୍ତରଙ୍ଗ ଜନବସତି ପ୍ରତି ବିପଦ

ଅବକ୍ଷୟ ହେଉଛି ଉପକୂଳ ବେଳାଭୂମି-ଅସ୍ତରଙ୍ଗ ଜନବସତି ପ୍ରତି ବିପଦ

whatsapp image 2023 10 04 at 16.38.42 51d17fd7

କାକଟପୁର ( ତୁଷାର ଦୀକ୍ଷିତ )4/10: ଜଳବାୟୁ ପରିବର୍ତନ ଓ ବିଶ୍ବ ତପାୟନ ଯୋଗୁଁ ସାମୁଦ୍ରିକ ଜଳସ୍ତର ବୃଦ୍ଧି ପାଇ କୂଳ ଖାଉଛି ସମୂଦ୍ର। ଅବକ୍ଷୟ ହେଉଛି ସାମୁଦ୍ରିକ ବେଳାଭୂମି। ଫଳରେ ଉପକୂଳବାସୀଙ୍କ ପ୍ରତି ବିପଦ ଆଶଙ୍କା ସୃଷ୍ଟି ହୋଇଛି। ବିଗତ ଦଶ ବର୍ଷ ଧରି ଅସ୍ତରଙ୍ଗ ଠାରୁ ପୁରୀ ପର୍ଯ୍ୟନ୍ତ ସାମୁଦ୍ରିକ ବେଳାଭୂମିର ଦୃତ ଅବକ୍ଷୟ ହେଉଛି।ପ୍ରଶାସନିକ ତତ୍ପରତା ଅଭାବରୁ ସ୍ଥାୟୀ ପ୍ରତିକାର ବ୍ୟବସ୍ଥା ନହେବାରୁ ଉପକୂଳବାସୀଙ୍କ ମଧ୍ୟରେ ଭୟ ଦେଖାଯାଇଥିବା କହିଛନ୍ତି ଅସ୍ତରଙ୍ଗ ବ୍ଲକ ଡାଳୁକଅଣି ଗ୍ରାମବାସୀ। ବିଶେଷକରି ଅସ୍ତରଙ୍ଗର ସହନ , ଡାଳୁଅକଣି, ଛେନୁଅ, ତଣ୍ଡାହର ଓ କେଉଟଜଙ୍ଗା ପ୍ରଭୃତି ସ୍ଥାନରେ ସମୁଦ୍ର ଦୃତ ଗତିରେ କୂଳ ଲଙ୍ଘି ବେଳାଭୁମି ଅବକ୍ଷୟ କରି ଚାଲିଛି। ଦେବୀ ଓ କେଳୁଣୀ ମୁହାଣରେ ଗୋଟିଏ ପ୍ରକାର ମୃତ୍ତିକା ଓ ଉଦ୍ଭିଦ ଦେଖିବାକୁ ମିଳୁଥିବା ବେଳେ ଏହି ଦୁଇ ମୁହାଣ ମଧ୍ୟବର୍ତ୍ତୀ ଅଂଚଳରେ ଲୁଣା ବାଲୁକା ସ୍ତୁପ ପ୍ରାକୃତିକ ସୁରକ୍ଷା ପ୍ରାଚୀର ଭାବେ ଉପକୂଳକୁ ସୁରକ୍ଷା ଦେଉଥିଲା। ଏହି ଅଂଚଳରେ ବିଶେଷକରି ପଟୁ ଚିକିଟା ମିଶା ଉର୍ବର ମୃତ୍ତିକା ଏଵଂ ଏଠାକାର ଜୈବ ବିବିଧତା ବା ପ୍ରାଣୀ ବିଭିନ୍ନତା ଅତ୍ୟନ୍ତ ଉଚ୍ଚକୋଟୀର ଯାହା ଅନ୍ୟ କୌଣସି ଠାରେ ଦେଖିବାକୁ ମିଳେନାହିଁ। ଏହା ଏଠାକାର ଜୈବ ମଣ୍ଡଳ ବେଳାଭୂମିକୁ ସୁରକ୍ଷା ଦେଇଥାଏ। ସମୁଦ୍ର କୂଳରେ ପ୍ରାକୃତିକ ଭାବେ ସୃଷ୍ଟି ହେଉଥିବା ଲୁଣା ଜଙ୍ଗଲ କ୍ଷୀପ୍ର ବେଗରେ ଲୋପ ପାଇବାରୁ ବେଳାଭୂମି ଅବକ୍ଷୟ ହେଉଥିବା କୁହାଯାଉଛି।ଅନ୍ୟପଟେ, ବେଳାଭୂମିର ବାଲୁକା ସ୍ତୁପରେ ଛିଦ୍ର ସୃଷ୍ଟି ସମୁଦ୍ର ଗର୍ଭକୁ ଖସିବାରେ ଲାଗିଛି। ବିଶେଷଜ୍ଞମାନେ ବେଳାଭୂମିର ଅବକ୍ଷୟର କାରଣ ଖୋଜିବାକୁ ଆସି ପ୍ରକୃତିର ଭୂ – ରାସାୟନିକ କ୍ଷମତାକୁ ପ୍ରାଧାନ୍ୟ ନଦେଇ କେବଳ ସାମୁଦ୍ରିକ ଉଚ୍ଚ ଜୁଆରକୁ ଦାୟୀ କରୁଥିବା ଆଉ କିଛି ବିଶେଷଜ୍ଞ ମତ ଦେଇଛନ୍ତି। ବାଲି ମଧ୍ୟରେ ବହୁ ମାତ୍ରାରେ ଥିବା ସିଲିକା ଅଂଶ ଭୁସ୍ତର ସୃଷ୍ଟି କରିବାରେ ସହାୟତା କରିଥାଏ। ଏହି ସିଲିକା ପ୍ୟାନ ଫର୍ମେସନ ହେଲେ ସାମୁଦ୍ରିକ ଢେଉ କୌଣସି କ୍ଷତି ପହଞ୍ଚାଇ ପାରିବ ନାହିଁ ବୋଲି ସେମାନେ ମତ ଦେଇଛନ୍ତି। ଏହି ସ୍ପର୍ଶକାତର ଅଞ୍ଚଳ ମଧ୍ୟରେ ବିଶ୍ବ ଐତିହ୍ୟ କ୍ଷେତ୍ର ସହ ଭୌଗଳିକ ଜନବସତି ଅଞ୍ଚଳ ରହିଛି। ଏହା ସତ୍ତ୍ୱେ ମଣିଷକୃତ ଭାବେ ପ୍ରାକୃତିକ ବ୍ୟବସ୍ଥାକୁ ସୁରକ୍ଷା ଦିଆ ନଯିବାରୁ ସାମୁଦ୍ରିକ ବେଳାଭୂମି ସମୁଦ୍ର ଗର୍ଭରେ ଲୀନ ହୋଇ ଜନବସତି ପ୍ରତି ବିପଦ ସୃଷ୍ଟି କରିଚାଲିଛି। ସାମୁଦ୍ରିକ ବାଲୁକା ସ୍ତୁପର ସଂରକ୍ଷଣ ସହିତ ଘଞ୍ଚ ଲୁଣା ଜଙ୍ଗଲ ସୃଷ୍ଟି କରିବା, ସାମୁଦ୍ରିକ ଅଭୟାରଣ୍ୟ ସୁରକ୍ଷା, ପ୍ରବଳ ପ୍ରାଚୀର ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବା, ଲୁଣା ଘାସ ରୋପଣ କରିବା ଆଦି କ୍ଷେତ୍ରରେ ପ୍ରଶାସନିକ ତତ୍ପରତା ବୃଦ୍ଧି ପାଇଲେ ସାମୁଦ୍ରିକ ବିତ୍ପାତ ତଥା ସାମୁଦ୍ରିକ ବେଳାଭୂମି ଅବକ୍ଷୟରୁ ଉପକୂଳକୁ ସୁରକ୍ଷା ଦିଆ ଯାଇପାରିବ ବୋଲି ଯୁବ ପରିବେଶବିତ୍ ତଥା ମିଳିତ ଜାତିସଂଘ ଭାରତ ଯୁବ ଅଧିବକ୍ତା ସୌମ୍ୟ ରଞ୍ଜନ ବିଶ୍ଵାଳ କହିଛନ୍ତି।

SPREAD YOUR LOVE WITH YOUR FRIENDS AND FAMILY

Leave a Reply