Home / ରାଜନୀତି / ଉତ୍କଳ ସାମ୍ବାଦିକ ସଂଘର ଏକ ପ୍ରତିନିଧି ମଣ୍ଡଳୀଙ୍କ ଦ୍ୱାରା ପୁରୀ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ଉତ୍କଳ ସାମ୍ବାଦିକ ସଂଘର ଏକ ପ୍ରତିନିଧି ମଣ୍ଡଳୀଙ୍କ ଦ୍ୱାରା ପୁରୀ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

whatsapp image 2023 10 04 at 20.03.18 b0d2d3e0

କାକଟପୁର (ତୁଷାର ରଞ୍ଜନ ଦୀକ୍ଷିତ )ତା 04/10,ବୁଧବାର ପୁରୀଜିଲ୍ଲା ପେଷାଦାର ସାମ୍ବାଦିକ ସଂଘ (ଉତ୍କଳ ସାମ୍ବାଦିକ ସଂଘ, ଓଡିଶା ଅନୁବନ୍ଧିତ) ଉତ୍କଳ ସାମ୍ବାଦିକ ରାଜ୍ୟ ଶାଖାର କାର୍ଯ୍ୟକାରୀ ସଭାପତି ପୂର୍ଣ୍ଣଚନ୍ଦ୍ର ନାୟକଙ୍କ ନେତୃତ୍ୱରେ ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ ସମ୍ପାଦକ ବିଶ୍ୱଜୀତ ପଟ୍ଟନାୟକ , ପୁରୀ ଜିଲ୍ଲା ପେଷାଦାର ସାମ୍ବାଦିକ ସଙ୍ଘ ସଭାପତି ତ୍ରିବିକ୍ରମ ରାମକୃଷ୍ଣ ମହାପାତ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ମୁଁ ସଞ୍ଜୟ ପତି, ଜିଲ୍ଲା ଉପସଭାପତି କମଳ ଲୋଚନ ଦୀକ୍ଷିତ, ଜିଲ୍ଲା କାର୍ଯ୍ୟକାରିଣୀ ସଭ୍ୟ ତୁଷାର ରଞ୍ଜନ ଦୀକ୍ଷିତ,ପୁରୀ ଜିଲ୍ଲା ପେଷାଦାର ସାମ୍ବାଦିକ ସଙ୍ଘ ଜିଲ୍ଲା ସଂଗଠନ ସମ୍ପାଦକ ଆଦିତ୍ୟ ରାଉତ, ବରିଷ୍ଠ ସାମ୍ବାଦିକ ସନ୍ତୋଷ ଦାଶ ପ୍ରମୁଖ ପୁରୀ ଜିଲ୍ଲାପାଳଙ୍କୁ ପାଞ୍ଚ ଦଫା ଦାବି ଯଥା ସ୍ବାସ୍ଥ୍ୟ ବୀମା ଯୋଜନାରେ ପିତା ମାତାଙ୍କୁ ସାମିଲ କରିବା , ୩୦ବର୍ଷ ବୟସ ନିଜ ପିଲାଙ୍କୁ ସାମିଲ କରିବା , ରାଜ୍ୟରେ ପ୍ରେସ ଏକାଡେମୀ ଗଠନ , ଅବସର କାଳୀନ ଭତ୍ତା, ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ ପାଉଁ ରାଜ୍ୟ ସରକାରଙ୍କୁ ଦାବି ଉପସ୍ଥାପନ ସମ୍ପର୍କିତ ଏକ ଦାବି ପତ୍ର ପ୍ରଦାନ କରିବା ସହ କୋଣାର୍କ ହେଲିପ୍ୟାଡ ଠାରୁ ଚନ୍ଦ୍ରଭାଗା ପର୍ଯ୍ୟନ୍ତ ରାସ୍ତାର ଦୁଇ ପାର୍ଶ୍ଵରେ ଡ୍ରେନ ନିର୍ମାଣ , ଚନ୍ଦ୍ରଭାଗା ଠାରେ ପ୍ରସ୍ତାବିତ ମାର୍କେଟ କମ୍ଲେକ୍ସ ପାଇଂ ଏକ ସ୍ୱତନ୍ତ୍ର ଡିଜାଇନ ପ୍ରସ୍ତୁତ କରିବା ଓ ସୂର୍ଯ୍ୟମନ୍ଦିର ସମ୍ମୁଖ ଉଠା ଦୋକାନୀଙ୍କୁ ଥଇଥାନ କରିବା ସମ୍ପର୍କରେ ଆଲୋଚନା କରିଥିଲୁ । ଜିଲ୍ଲାପାଳ ଆମର ପ୍ରସ୍ତାବ ଗ୍ରହଣ କରି ପଦକ୍ଷେପ ନେବାପାଇଁ ପ୍ରତିଶୃତି ଦେଇଥିଲେ । ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ ସଂଘର ଆହ୍ୱାନ ରେ ରାଜ୍ୟର ପ୍ରତ୍ୟେକ ଜିଲ୍ଲାର ଜିଲ୍ଲାପାଳ ମାନଙ୍କୁ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଉଛି l ଆଗାମୀ ୨ ମାସ ମଧ୍ୟରେ ସରକାର ଯଦି ଉପରୋକ୍ତ ଦାବୀ ଗୁଡିକ ଉପରେ ବିଚାର ନକରନ୍ତି ତେବେ ରାଜ୍ୟ ସଂଘ ର ନେତୃତ୍ୱରେ ରାଜ୍ୟର ସମସ୍ତ ସାମ୍ବାଦିକ ମାନେ ସାମ୍ବାଦିକ ମାନଙ୍କ ସ୍ୱାର୍ଥ ପାଇଁ ରାଜରାସ୍ତାକୁ ଓହ୍ଲାଇବେ ବୋଲି ପୁରୀଜିଲ୍ଲା ପେଷାଦାର ସାମ୍ବାଦିକ ସଂଘର ସଭାପତି ତ୍ରିବିକ୍ରମ ରାମକୃଷ୍ଣ ମହାପାତ୍ର ଚେତାବନୀ ଦେଇଛନ୍ତି 

SPREAD YOUR LOVE WITH YOUR FRIENDS AND FAMILY

Leave a Reply