Home / ମୁଖ୍ୟ ଖବର / କାକଟପୁର ର ବରିଷ୍ଠ କଂଗ୍ରେସ ନେତା ତଥା ଦୁର୍ଗାଲଜ ର ମାଲିକ ଙ୍କ ପରଲୋକ ବଜାର ରେ ଶୋକର ଛାୟା

କାକଟପୁର ର ବରିଷ୍ଠ କଂଗ୍ରେସ ନେତା ତଥା ଦୁର୍ଗାଲଜ ର ମାଲିକ ଙ୍କ ପରଲୋକ ବଜାର ରେ ଶୋକର ଛାୟା

durgalade

କାକଟପୁର 26/10 କାକଟପୁର ବ୍ଲକ କଂଗ୍ରେସ ର ଟାଣୁଆ ପୁରୁଖା ନେତା ତଥା ପୂର୍ବତ୍ତନ ବିଧାୟକ ସ୍ୱର୍ଗତ ବୈକୁଣ୍ଠ ନାଥ ସ୍ବାଇଙ୍କ ସହଯୋଗୀ ତଥା କାକଟପୁର ଲକ୍ଷ୍ମୀ ବଜାର ର ପୂର୍ବତ୍ତନ ସଭାପତି ହୋଟେଲ ଦୁର୍ଗା ର ମାଲିକ ଦୁର୍ଗା ଚରଣ ନାୟକ ଙ୍କ ପରଲୋକ ହୋଇଯାଇଛି, ସକାଳୁ ସକାଳୁ ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେଵା ପରେ ତାଙ୍କ ଘରକୁ ତାଙ୍କ ଶେଷ ଦର୍ଶନ ପାଇଁ କାକଟପୁର ଲକ୍ଷ୍ମୀ ବଜାର ସଭାପତି ରତିକାନ୍ତ ବେହେରା, କାକଟପୁର ବ୍ଲକ ସଭାପତି ଅବଧୂତ ସ୍ୱାଇଁ, ଅସ୍ତରଙ୍ଗ ବ୍ଲକ କଂଗ୍ରେସ ସଭାପତି ବାଉରୀବନ୍ଧୁ ମହାନ୍ତି, ପଂଚାୟତ ସମିତି ଅଧକ୍ଷ୍ୟ ଶ୍ରୀଧର ନାୟକ, ପଂଚାୟତ ସଭାପତି ନଳିନୀ କାନ୍ତ ଦୀକ୍ଷିତ, କରୁଣା କର ସେନାପତି, ଶେଖ ଲିୟାକତ ପ୍ରମୁଖ ତାଙ୍କର ଶେଷ ଦର୍ଶନ କରିଥିଲେ, ଖବର ପାଇ ବହୁ କଂଗ୍ରେସ ନେତା ଓ କର୍ମୀଙ୍କର ସୁଅ ଛୁଟିଥିଲା ସ୍ୱର୍ଗତ ନେତା ବୈକୁଣ୍ଠ ନାଥ ସ୍ୱାଇଁ ଙ୍କର ସହଯୋଗୀ ଭାବରେ କାକଟପୁର ବ୍ଲକ କଂଗ୍ରେସ କୁ ତୃଣ ମୂଳ ସ୍ଥରରେ ସୁଦୃଢ କରିବାରେ ସଫଳ ହୋଇଥିବା ବେଳେ ପାଣି ପଂଚାୟତ ମାଧ୍ୟମରେ କାକଟପୁର ପଂଚାୟତ ରେ ଚାଷୀ ମାନଙ୍କ ଜମି କୁ ପାଣି ଯୋଗାଇବାରେ ସେ ସଫଳ ଭୂମିକା ଗ୍ରହଣ କରିଥିଲେ, ଦୁର୍ଗା ଚରଣ ଓରଫ କାଲୁବାବୁ ଙ୍କ ମୃତ୍ୟୁ କାକଟପୁର କଂଗ୍ରେସ ପାଇଁ ଏକ ଶୂନ୍ୟସ୍ଥାନ ସୃଷ୍ଟି କରିଛି ବୋଲି କାକଟପୁର କଂଗ୍ରେସ ର ପୂର୍ବତ୍ତନ ନେତା ସତ୍ୟବ୍ରତ ପାତ୍ର ( ରମୁ ) ତାଙ୍କ ନିଜ ପ୍ରତିକ୍ରିୟା ରେ ପ୍ରକାଶ କରିଛନ୍ତି, ତାଙ୍କ ମର ଶରୀରକୁ କାକଟପୁର ବଜାର ପରିକ୍ରମା କରାଯିବା ପରେ କଲେଜ ଛକ ନିକଟ ସ୍ମଶାନ ରେ ଅନ୍ତିମ ସଂସ୍କାର କରାଯାଇଥିଲା ତାଙ୍କର ଏକ ମାତ୍ର ପୁତ୍ର ପ୍ରବୀର କୁମାର ନାୟକ ମୁଖାଗ୍ନି ଦେଇଥିଲେ ତାଙ୍କ ପରଲୋକ ରେ କାକଟପୁର ରେ ଶୋକର ଛାୟା ଖେଳି ଯାଇଛି

SPREAD YOUR LOVE WITH YOUR FRIENDS AND FAMILY

Leave a Reply