Home / ମୁଖ୍ୟ ଖବର / ସୁନାମି ସତର୍କତା ମକଡ୍ରିଲ ପାଇଁ ବ୍ଲକସ୍ତରୀୟ ପ୍ରସ୍ତୁତି ବୈଠକ

ସୁନାମି ସତର୍କତା ମକଡ୍ରିଲ ପାଇଁ ବ୍ଲକସ୍ତରୀୟ ପ୍ରସ୍ତୁତି ବୈଠକ

mock

ସଚେତନତା, ସତର୍କତା ଓ ପୂର୍ବ ପ୍ରସ୍ତୁତି ସବୁଠୁ ଅଧିକ ଗୁରୁତ୍ୱପୂର୍ଣ୍ଣ :- ସୁନାମି ସତର୍କତା ମକଡ୍ରିଲ ପାଇଁ ବ୍ଲକସ୍ତରୀୟ ପ୍ରସ୍ତୁତି ବୈଠକ.

କାକଟପୁର (ତୁଷାର ରଞ୍ଜନ ଦୀକ୍ଷିତ ):-03/11:-ବନ୍ୟା, ବାତ୍ୟା ଭଳି ସୁନାମି ମଧ୍ୟ ଏକ ଭୟଙ୍କର ପ୍ରାକୃତିକ ବିପର୍ଯୟ. ଏଥିରେ ମଧ୍ୟ ବହୁ ଧନ ଜୀବନ ହାନୀ ହେବାର ଆଶଙ୍କା ରହିଛି. ସମୁଦ୍ର ଗର୍ଭରେ ଭୂମିକମ୍ପ ସୃଷ୍ଟି ହେଲେ ସମୁଦ୍ର ମଝିରେ ସୁନାମି ଜନ୍ମ ନେଇ କୂଳଆଡକୁ ଏତେ ଉଚତାରେ ଢେଉ ସବୁ ମାଡି ଆସେ ଯେ ପୂର୍ବପ୍ରସ୍ତୁତି ବିନା ତାର ମୁକାବିଲା ପାଇଁ ସମୟ ମିଳିନଥାଏ. ସୁନାମି ଭଳି ପ୍ରାକୃତିକ ବିପର୍ଯୟ ରୁ ଧନ ଜୀବନ ରକ୍ଷା ନିମନ୍ତେ ଓଡିଶା ସରକାର ଙ୍କ ରାଜ୍ୟ ବିପର୍ଯୟ ପରିଚାଳନା କର୍ତ୍ତୃପକ୍ଷ ଙ୍କ ନିର୍ଦ୍ଧେଶରେ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ସଭାଗୃହ ମଧ୍ୟରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି. ଅସ୍ତରଙ୍ଗ ବ୍ଲକ ବିଡ଼ିଓ ଶ୍ରୀ କର୍ଣ୍ଣଦେବ ସମାଦ୍ଧର ଙ୍କ ଅଧକ୍ଷତା ରେ ଅନୁଷ୍ଠିତ ଏହି ବୈଠକ ରେ ଅସ୍ତରଙ୍ଗ ବ୍ଲକ ଅଧକ୍ଷା ଆରତୀ ନାୟକ, ଅସ୍ତରଙ୍ଗ ତହସିଲିଦାର ପ୍ରିୟଙ୍କା ପ୍ରିୟଦର୍ଶିନୀ ପତି, ଅସ୍ତରଙ୍ଗ ଅତିରିକ୍ତ ବିଡ଼ିଓ ଯୋଗେନ୍ଦ୍ର ମହାକୁଡ଼,ବ୍ଲକ ଉପାଧକ୍ଷ ଦୃଜୟ ମିଶ୍ର ଙ୍କ ଉପସ୍ଥିତ ରେ ବ୍ଲକ ସ୍ତରୀୟ ମକଡ୍ରିଲ ଆୟୋଜନ ସମ୍ବଦ୍ଧିୟ ସୂଚନା ପ୍ରଦାନ କରିଥିଲେ. ସୁନାମି କଣ ?ଅଥଳ ସମୁଦ୍ର ଗର୍ଭରେ ଭୂମି କମ୍ପ କାହିଁକି ସୃଷ୍ଟି ହୁଏ ଓ ଭୂମିକମ୍ପ ଯୋଗୁଁ ଉତଥାଳ ସାମୁଦ୍ରିକ ଢେଉ କିପରି ଭୟଙ୍କର ସୁନାମି ରୂପ ନେଇ ଉପକୂଳ ଅଞ୍ଚଳରେ ଜନବସତି ର ପ୍ରଭୂତ କ୍ଷତି ସାଧନ କରିଥାଏ ସେ ସମ୍ବଦ୍ଧ ରେ ଅସ୍ତରଙ୍ଗ ତହସିଲିଦାର ପ୍ରିୟଙ୍କା ପ୍ରିୟଦର୍ଶିନୀ ପତି ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ. ଅଦ୍ୟାଵିଧି ଓଡିଶାରେ ସୁନାମି ର ପ୍ରକୋପ ଦେଖାଯାଇ ନ ଥିଲେ ବି 2004ରେ ତାମିଲନାଡୁ ରେ ସୁନାମି ଯୋଗୁଁ ଧନ ଜୀବନ ନଷ୍ଟ ହେଲାଭଳି ଭବିଷ୍ୟତରେ ଓଡିଶା ଉପକୂଳରେ ଯେ ଦେଖା ନ ଦେବ ତାର ନିଶ୍ଚିତତା ନାହିଁ ବୋଲି ପ୍ରକାଶ କରିଥିଲେ. ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକର ଶିଶୁଅ ପଂଚାୟତ କେଉଟଜଂଘା ଓ ତଣ୍ଡାହାର ସମୁଦ୍ର କୁ ଲାଗି ଥିବାରୁ ଏହି ସ୍ଥାନରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସୁନାମି ସତର୍କତା ମକଡ୍ରିଲ ଆୟୋଜନ କରାଯିବ ବୋଲି ନିଷ୍ପତି ହୋଇଥିଲା. ଏହି ବୈଠକ ରେ ବିଭିନ୍ନ ବିଭାଗୀୟ ଅଧିକାରୀ ଙ୍କ ସହ ବ୍ଲକର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ

SPREAD YOUR LOVE WITH YOUR FRIENDS AND FAMILY

Leave a Reply