Home / ମୁଖ୍ୟ ଖବର / ସାଂସଦ ଖେଳ ମହୋତ୍ସବ ର କ୍ରିକେଟ ଖେଳ ଉଦଘାଟିତ

ସାଂସଦ ଖେଳ ମହୋତ୍ସବ ର କ୍ରିକେଟ ଖେଳ ଉଦଘାଟିତ

img 20251129 wa0000

ପୁରୀ ୨୮/୧୧ ଆଜି ପୂର୍ବାହ୍ନରେ ଶ୍ରୀଜଗନ୍ନାଥ ଷ୍ଟାଡିୟମ ଠାରେ ପୁରୀ ସଂସଦୀୟ କ୍ଷେତ୍ର ଅଧିନରେ ଥିବା ପୁରୀ ଜିଲ୍ଲାର ୪ ବିଧାନସଭା ନିର୍ବାଚନ ମଣ୍ଡଳୀ ପିପିଲି, ସତ୍ୟବାଦୀ, ପୁରୀ ସଦର ଓ ବ୍ରହ୍ମଗିରି ର କ୍ରିକେଟ ଖେଳ ମହୋତ୍ସବ ଉଦଘାଟିତ ହୋଇଥିଲା।

157409
157409

ଏହି କ୍ରିଡା ସେପ୍ଟେମ୍ବର ୨୧ରୁ ଆରମ୍ଭ ହୋଇଛି ଓ ଡିସେମ୍ବର ୨୫ ରେ ଉଦଯାପିତ ହେବ।ସାଂସଦ ଖେଳ ମହୋତ୍ସବ ର ୧୦ ଗୋଟି ଖେଳ ମଧ୍ୟରୁ କ୍ରିକେଟ ଅନ୍ୟତମ ଖେଳ ଭାବେ ପ୍ରତିଯୋଗିତାରେ ଅବତୀର୍ଣ୍ଣ ହୋଇଛି।ଏହାକୁ ଉଦଘାଟନ କରି ସାଂସଦ ଡା ସମ୍ବିତ ପାତ୍ର କେନ୍ଦ୍ର ସରକାରଙ୍କ ର ଏହା ଏକ ଉତ୍ତମ ପଦକ୍ଷେପ।ଯାହା କେବଳ ଯୁବବର୍ଗ ଙ୍କ କ୍ରୀଡା ପ୍ରତିଭା କୁ ଆଗକୁ ଆଣୁନାହିଁ ବରଂ ସେମାନ ଙ୍କୁ ଶାରୀରିକ ସୁସ୍ଥ ଓ ଶୃଙ୍ଖଳା ର ଶିକ୍ଷା ଦେଉଛି ବୋଲି କହିଥିଲେ।ପ୍ରତ୍ୟେକ ଙ୍କ ମଧ୍ୟରେ ପ୍ରତିଭା ରହିଛି।ଏହାର ସଠିକ ଉପଯୋଗ କରିପାରିଲେ ସେମାନେ ସମାଜ ପାଇଁ ସମ୍ବଳ ପାଲଟି ପାରିବେ।୨୦୩୦ ରାଜ୍ୟ ଗୋଷ୍ଠୀ କ୍ରିଡା ଭାରତରେ ହେବାକୁ ସ୍ଥିର ହୋଇଛି।୨୦୩୬ ଅଲମ୍ପିକ ଭାରତ ରେ କରିବାକୁ ସରକାର ଉଦ୍ୟମ କରୁଛନ୍ତି।ଯାହା କ୍ରିଡା କୁ ଆହୁରି ବିକଶିତ କରିବ ବୋଲି ସେ କହିବା ସହ ସାଂସଦ ଖେଳ ମହୋତ୍ସବ ର ସଫଳତା ଯୁବବର୍ଗ ର ମନୋବଳ ବୃଦ୍ଧି କରିବ ବୋଲି କହିଥିଲେ।ଅନ୍ୟତମ ଅତିଥି ଭାବେ ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ଯୋଗ ଦେଇ କ୍ରିଡା ମହୋତ୍ସବ ମାଧ୍ୟମରେ ଯୁବବର୍ଗ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି ବୋଲି କହିଥିଲେ।ଜିଲ୍ଲା କ୍ରିଡା ଅଧିକାରୀ ଚନ୍ଦନ କୁମାର ସାହୁ ସମସ୍ତଙ୍କୁ ସ୍ବାଗତ, ଅତିଥି ପରିଚୟ ପ୍ରଦାନ କରିଥିଲେ।ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ସଭା କାର୍ଯ୍ୟ ପରିଚାଳନା କରିଥିଲେ।କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ସମାଜସେବୀ ତଥା ବିଜେପି ଜିଲ୍ଲା ସଭାପତି ଡା ଦେବେନ୍ଦ୍ର ନାଥ ତରାଇ,ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ମଧୁସୂଦନ ସିଂହାରୀ,ରବି ନାରାୟଣ ଦାସ ପ୍ରମୁଖ ଉପସ୍ଥିତ ଥିଲେ।ଏହି କ୍ରିକେଟ ପ୍ରତିଯୋଗିତାରେ ୮୦ ଟି ଦଳ ଅଂଶଗ୍ରହଣ କରିଛନ୍ତି।

SPREAD YOUR LOVE WITH YOUR FRIENDS AND FAMILY

Leave a Reply