Home / ରାଜନୀତି / କାକଟପୁର କଟକଣା ବୁଥ ସ୍ତରୀୟ କମିଟି ଗଠିତ

କାକଟପୁର କଟକଣା ବୁଥ ସ୍ତରୀୟ କମିଟି ଗଠିତ

congress

କାକଟପୁର -୫/ ୧୧ କଂଗ୍ରେସ ଦଳକୁ ଜିଲ୍ଲା ଠାରୁ ପଞ୍ଚାୟତ ପର୍ଯ୍ୟନ୍ତ କଂଗ୍ରେସ ର କର୍ମୀ ମାନଙ୍କୁ ଏକତ୍ରିତ କରି ତୃଣ ମୂଳ ସ୍ତରରେ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ବିଫଳତା କୁ ଲୋକଲୋଚନ କୁ ଆଣି କଂଗ୍ରେସ ର ଦୃଢ଼ ଶାସନ କୁ ଲୋକଙ୍କ ନିକଟରେ ପହଂଚାଇବା ପାଇଁ କାକଟପୁର ଓ କଟକଣା ବୁଥ ସ୍ତରୀୟ କମିଟି ଗଠନ ହେବା ସହିତ କର୍ମୀ ବୈଠକ ଅନୁଷ୍ଠିତ ହୋଇଯାଇଛି, ବ୍ଳକ କଂଗ୍ରେସ କମିଟି ସଭାପତି ଅବଧୂତ ସ୍ବାଇଁଙ୍କ ସଭାପତିତ୍ବରେ ଚନ୍ଦନ ବଜାର ସ୍ଥିତ ଖୁଣ୍ଟିଆ ଟାଓ୍ବାରରେ ଅନୁଷ୍ଠିତ ବୈଠକରେ ନିମନ୍ତ୍ରିତ ଅତିଥି ଭାବେ ପିସିସି ଉପସଭାପତି ବିଶ୍ବଭୂଷଣ ଦାସ, ପୁରୀ ଜିଲ୍ଲା କଂଗ୍ରେସ କମିଟି ସାଧାରଣ ସମ୍ପାଦକ ସୌମ୍ୟକାନ୍ତ ଖୁଣ୍ଟିଆ ଯୋଗ ଦେଇଥିଲେ।କଟକଣା ଗ୍ରାପର ସଭାପତି ସେକ୍ ହିମାୟତ ଓ ମନୋଜ କୁମାର ଚାନ୍ଦଙ୍କୁ କୋଷାଧ୍ୟକ୍ଷ ଭାବେ ମନୋନୀତ କରା ଯାଇଥିବା ବେଳେ କାକଟପୁର ଗ୍ରାପରୁ ସଭାପତି ନଳିନୀକାନ୍ତ ଦୀକ୍ଷିତ,ସମ୍ପାଦକ ରବିନ୍ଦ୍ର ନାଥ ଦୀକ୍ଷିତ, ଘନଶ୍ୟାମ କାଣ୍ଡିଙ୍କୁ ଅନୁସୂଚିତ ଜାତିର ଅଧ୍ୟକ୍ଷଭାବେ ମନୋନୀତ କରାଯାଇଛି।ବ୍ଳକ କଂଗ୍ରେସ କମିଟିର ଉପସଭାପତି ଭାବେ କଟକଣା ଗ୍ରାପରୁ ଅକ୍ଷୟ କୁମାର ଦାସ, ଓ କାକଟପୁର ଗ୍ରାପରୁ କରୁଣାକର ସେନାପତିଙ୍କୁ ସର୍ବ ସମ୍ମତ୍ତ କ୍ରମେ ମନୋନୀତ କରାଯାଇଛି।କାକଟପୁର ଅଞ୍ଚଳ ରେ କଂଗ୍ରେସ ସଂଗଠନ କୁ ଦୃଢ଼ଭୂତ କରିବା ପାଇଁ ସମସ୍ତ କର୍ମୀ ମାନଙ୍କୁ ଅତିଥି ମାନେ ଆହ୍ୱାନ ଦେବା ସହିତ କଂଗ୍ରେସ ଫେରିଲେ ରାଜ୍ୟ ଓ କେନ୍ଦ୍ରରେ ସୁ ଶାସନ ଫେରିବ ବୋଲି ଅତିଥି ମାନେ ମତ ବ୍ୟକ୍ତ କରିଥିଲେ

SPREAD YOUR LOVE WITH YOUR FRIENDS AND FAMILY

Leave a Reply