Home / ମୁଖ୍ୟ ଖବର / ବରିଷ୍ଠ ନାଗରିକ ମାନଙ୍କୁ ପରିଚୟ ପତ୍ର ବଣ୍ଟନ

ବରିଷ୍ଠ ନାଗରିକ ମାନଙ୍କୁ ପରିଚୟ ପତ୍ର ବଣ୍ଟନ

1

କାକଟପୁର -(ତୁଷାର ରଞ୍ଜନ ଦୀକ୍ଷିତ ) ୧୬/୧୧ ଓଡ଼ିଶା ଦୁର୍ନୀତି ସଂଘର୍ଷ ମଞ୍ଚ କାକଟପୁର ଶାଖା ଏକ ଜରୁରୀ ବୈଠକ ସ୍ଥାନୀୟ ବିଶ୍ଵାମିତ୍ର ମଠ ପରିସର ରେ ସଙ୍ଘ ର ସଭାପତି କୈଳାଶ ଚନ୍ଦ୍ର ନାୟକ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି l ସଂଘ ର ଉପଦେଷ୍ଟା ତଥା ଅବସର ପ୍ରାପ୍ତ ପ୍ରଶାସକ କୈଳାଶ ଚନ୍ଦ୍ର ବରାଳ ଙ୍କ ତତ୍ୱାବଧାନ ରେ କାକଟପୁର ବ୍ଳକର ପଚାଶ ରୁ ଉର୍ଦ୍ଧ ବରିଷ୍ଠ ନାଗରିକ ମାନେ ଯୋଗଦେଇ ଥିଲେ l ଆୟୋଜିତ ବୈଠକ ରେ ନିମାପଡ଼ା ଏସ ଡି ପିଓ ପ୍ରଭାତ କୁମାର ମଲ୍ଲିକ ମୁଖ୍ୟ ଅତିଥି,କାକଟପୁର ଥାନା ଆଇଆଇସି ଉମେଶ ଚନ୍ଦ୍ର ସାହୁ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ପୁରୀ ଜିଲ୍ଲା ଏସ ପିଙ୍କ ପ୍ରଦତ୍ତ ବରିଷ୍ଠ ପ୍ରମାଣପତ୍ରର ତାତ୍ପର୍ଯ୍ୟ ଓ ସରକାର ଙ୍କ ତରଫରୁ ମିଳୁଥିବା ବିଭିନ୍ନ ସୁବିଧା ଉପରେ ବିସ୍ତୃତ ଭାବେ ଉପସ୍ଥିତ ବରିଷ୍ଠ ନାଗରିକ ମାନଙ୍କୁ ବୁଝାଇଥିଲେ।(19) ଜଣ ବରିଷ୍ଠ ନାଗରିକ ଙ୍କୁ ଶ୍ରୀ ମଲ୍ଲିକ ପରିଚୟ ପତ୍ର ପ୍ରଦାନ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ କାକଟପୁର ବ୍ଲକ ଅଞ୍ଚଳର ଦଶ ଜଣ ନୂତନ ବରିଷ୍ଠ ନାଗରିକ ପରିଚୟ ପତ୍ର ପାଇଁ ଆବେଦନ କରିଥିଲେ l ସଂଘର ଅନ୍ୟତମ ଉପଦେଷ୍ଟା କୈଳାଶ ନାୟକ, ସମ୍ପାଦକ ଲକ୍ଷ୍ମୀଧର ସେଠ, ଉପସଭାପତି ସାଧୁ ଚରଣ ବିଶ୍ୱାଳ, ପଣ୍ଡିତ ତ୍ରଲଚନ ମିଶ୍ର, ରାଜକିଶୋର ଆଚାର୍ଯ୍ୟ, କୈଳାଶ ଚନ୍ଦ୍ର ଦାଶ, ଯୁଧିଷ୍ଠିର ବେହେରା,ରାଧୁ ଚରଣ ପଣ୍ଡା, କଲ୍ୟାଣ ସାହୁ, ରାଧାଶ୍ୟାମ ପ୍ରଧାନ, ପ୍ରକାଶ ଦାଶ, ରମେସ ଚନ୍ଦ୍ର ବିଶ୍ୱାଳ, ମନ୍ଦର ଧର ମହାନ୍ତି, ପ୍ରଭାକର ଖୁଣ୍ଟିଆ, ମନ୍ଦରଧର ମ‌ହାନ୍ତି,ଦୁର୍ନୀତି ସଙ୍ଘର୍ଷ ମଞ୍ଚ ଓ ବରିଷ୍ଠ ନାଗରିକ ମଞ୍ଚ ର କର୍ମକର୍ତ୍ତା ମାନେ ଉପସ୍ଥିତ ରହି ନିଜ ନିଜର ସୁଚିନ୍ତିତ ମତାମତ ଦେଇଥିଲେ l ବୈଠକ ରେ ପ୍ରକାଶ ଚନ୍ଦ୍ର ଦାଶ ପୂର୍ଣ୍ଣ ସହଯୋଗ କରିଥିଲେ l ସର୍ବ ଶେଷରେ ସମସ୍ତ କାର୍ଯ୍ୟ ଶୃଙ୍ଖଳା ର ସହ ସମାପନ ହୋଇଥିବାରୁ ଶ୍ରୀ ବରାଳ ସମସ୍ତଙ୍କୁ ଧନ୍ୟବାଦ ଦେଇ ବୈଠକ ଶେଷ କରିଥିଲେ l

SPREAD YOUR LOVE WITH YOUR FRIENDS AND FAMILY

Leave a Reply