Home / ମୁଖ୍ୟ ଖବର / ମଙ୍ଗଳା ମହାବିଦ୍ୟାଳୟ ରେ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଉଦଘାଟିତ

ମଙ୍ଗଳା ମହାବିଦ୍ୟାଳୟ ରେ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଉଦଘାଟିତ

whatsapp image 2023 11 16 at 18.09.53 e8ccc544

କାକଟପୁର 16/12 ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଦ୍ଵାରା ଆରମ୍ଭ କରାଯାଇଥିବା ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ର ମହାବିଦ୍ୟାଳୟ ସ୍ତରୀୟ ଉଦଘାଟନୀ ଉତ୍ସବ ମଙ୍ଗଳା ମହାବିଦ୍ୟାଳୟ, କାକଟପୁର ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ମଙ୍ଗଳା ମହାବିଦ୍ୟାଳୟର ପରିଚାଳନା କମିଟିର ଅଧକ୍ଷ ଶ୍ରୀଯୁକ୍ତ ସୁଧୀର ଚନ୍ଦ୍ର ଭୂଇାଁ ଯୋଗ ଦେଇ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ଏବଂ ଏହି ଅଭିନବ କାର୍ଯ୍ୟକ୍ରମ ପାଇଁ ଉଚ୍ଚଶିକ୍ଷା ବିଭାଗ ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନପଟ୍ଟନାୟକ ଙ୍କୁ ଧନ୍ୟବାଦ ଦେବା ସହ କହିଥିଲେ ଯେ ଏହା ନିଶ୍ଚିତ ରୂପରେ ଯୁବ ପ୍ରତିଭା ଅନ୍ୱେଷଣ ତଥା ବିକାଶରେ ସହାୟକ ହେବ । ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ଅଶୋକ କୁମାର ତ୍ରିପାଠୀ ଏହି କାର୍ଯ୍ୟକ୍ରମ ଆନୁକୁଲ୍ୟରେ ରାଜ୍ୟ ସରକାରଙ୍କ ତରଫରୁ ଛାତ୍ର ଛାତ୍ରୀ ମାନଙ୍କର ଶାରୀରିକ ଓ ମାନସିକ ସୁସ୍ଥତା ତଥା ପ୍ରତିଭା ବିକାଶ ପାଇଁ ରାଜ୍ୟବ୍ୟାପୀ ଆୟୋଜନ କରାଯାଉଥିବା ଏହି କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ । ରାଜ୍ୟ ସରକାରଙ୍କ ପ୍ରୋତ୍ସାହନ ଦ୍ଵାରା ଆଗାମୀ ୯ ଦିନ ଧରି ମହାବିଦ୍ୟାଳୟ ସ୍ତରରେ ବିଭିନ୍ନ କ୍ରୀଡ଼ା, ସାଂସ୍କୃତିକ ତଥା ସାମାଜିକ କାର୍ଯ୍ୟକଳାପ ଅନୁଷ୍ଠିତ ହେବ ବୋଲି ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ଶ୍ରୀ ଜଗନ୍ନାଥ ଦିକ୍ଷୀତ କହିଛନ୍ତି । ଆଜିର ଉଦଘାଟନୀ ଉତ୍ସବ ଅବସରରେ ମହାବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ପକ୍ଷରୁ ଓଡ଼ିଶୀ ନୃତ୍ୟ ତଥା ଦେଶାତ୍ମବୋଧକ ସଙ୍ଗୀତ ପରିବେଷଣ କରାଯିବା ସହିତ ମହାବିଦ୍ୟାଳୟ ସ୍ତରୀୟ କବିତା ଆବୃତ୍ତି ପ୍ରତିଯୋଗୀତା ମଧ୍ୟ ଅନୁଷ୍ଠିତ ହୋଇଥିଲା । ଅଧ୍ୟାପିକା ବେଞ୍ଜୁଲତା ସ୍ୱାଇଁ ଏବଂ ଅଧ୍ୟାପକ ପ୍ରସନ୍ନ କୁମାର ବରାଳ ମଞ୍ଚ ସଞ୍ଚାଳନ କରିଥିଲା ବେଳେ ପ୍ରାଧ୍ୟାପକ ରଶ୍ମି ରଞ୍ଜନ ପାଣି ଧନ୍ୟବାଦ ଅର୍ପଣ କରିଥିଲେ।

ଏହି ଉତ୍ସବରେ ମଙ୍ଗଳା ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ଅଧ୍ୟାପକ ଓ ଅଧ୍ୟାପିକା ତଥା କର୍ମଚାରୀ ମାନେ ସହଯୋଗ ଦେଇଥିଲେ ଏହି କାର୍ଯ୍ୟକ୍ରମ 15 ଦିନ ଧରି ଚାଲିବ ବୋଲି ଆୟୋଜନ କମିଟି ତରଫରୁ ସୂଚନା ଦିଆ ଯାଇଛି

SPREAD YOUR LOVE WITH YOUR FRIENDS AND FAMILY

Leave a Reply