Home / ସଂସ୍କୃତି ଓ ପରମ୍ପରା / ୩୩ତମ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ

୩୩ତମ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ

science

କାକଟପୁର, ( ତୁଷାର ରଞ୍ଜନ ଦୀକ୍ଷିତ ) ୨୦/୧୧) : କାକଟପୁର ବ୍ଲକ ଶିକ୍ଷା ବିଭାଗ ଅନ୍ତର୍ଗତ ବାଲିଦୋକାନସ୍ଥିତ ବଟେଶ୍ବର ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଲକ ଶିକ୍ଷାଧିକାରୀ ଦିଲ୍ଲିପ କୁମାର ଜେନାଙ୍କ ପୌରହିତରେ ୩୩ତମ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି ।
ଏହି ଅବସରରେ ମୁଖ୍ୟ ଅତିଥି ଭାବେ ପୁରୀ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସ୍ବାଧୀନ କୁମାର ନାୟକ ଯୋଗ ଦେଇ ବିଜ୍ଞାନ ମେଳାକୁ ଉଦଘାଟନ କରିଥିଲେ।ଏହି ଉଦଘାଟନୀ ସଭାରେ ମୁଖ୍ୟବକ୍ତା ଭାବେ ବଟେଶ୍ବର ନୋଡାଲ ଉଚ୍ଚ ବିଦ୍ୟାଳୟର ଆଲୁମିନି ସଭାପତି ଲକ୍ଷ୍ମଣ କୁମାର ପଣ୍ଡା ଯୋଗଦେଇଥିଲେ । ଉଦଯାପନୀ ସଭାରେ ମୁଖ୍ୟ ଅତିଥିଭାବେ ଓଡିଶା ଚାଟାର୍ଡ ଆକାଉଣ୍ଟାଣ୍ଟ ସଂଘର ସମ୍ପାଦକ ରଞ୍ଜନ କୁମାର ଜେନା,ମୁଖ୍ୟବକ୍ତା ଭାବେ ପ୍ରାଣନାଥ କଲେଜର ପଦାର୍ଥ ବିଜ୍ଞାନ ରିଡର ଡଃ.ଗଦାଧର ସାହୁ,ସମ୍ମାନୀତ ଅତିଥିଭାବେ ରିଜିଓନାଲ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀକାନ୍ତ କୁମାର ସାମନ୍ତରାୟଙ୍କ ସମେତ କାର୍ଯ୍ୟକାରୀ ସଭାପତି ଭାବେ ବଟେଶ୍ବର ନୋଡାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ କୈଳାଶ ଚନ୍ଦ୍ର ରାୟ ,ସହଶିକ୍ଷା ଅଧିକାରିଣୀ ପଙ୍କଜିନୀ ଦେଇ ଓ ସଭାଧ୍ୟକ୍ଷଭାବେ ବ୍ଲକ ଶିକ୍ଷା ଅଧିକାରୀ ଦିଲ୍ଲୀପ କୁମାର ଜେନା ଯୋଗ ଦେଇ ସାମ୍ପ୍ରତିକ ସମାଜରେ ବିଜ୍ଞାନର ଅବଦାନ ଓ ଛାତ୍ରଛାତ୍ରୀଙ୍କ ଭୁମିକା ଉପରେ ଆଲୋକପାତ କରିଥିଲେ । କ୍ଲଷ୍ଟର ସିଆରସିସି ସସ୍ମିତା ତ୍ରିପାଠୀ ସଭାଟିକୁ ଶୃଙ୍ଖଳିତ ଭାବେ ପରିଚାଳନା କରିଥିଲେ ।ବିଜ୍ଞାନମେଳାକୁ ସଫଳ କରିବା ପାଇଁ ୧୦ଟି କମିଟିର ସଦସ୍ୟଙ୍କ ସମେତ ସମସ୍ତ ସିଆରସିସିଙ୍କ ସହ ସୁନିଲ କୁମାର ମହାନ୍ତି,ଅରୁଣ କୁମାର ମହାନ୍ତି, ରଞ୍ଜନ କୁମାର ବେହେରା,ତୋଫାନ କୁମାର ବେହେରା, ଜଟଧାରୀ ଦାସ,ତ୍ରିଲୋଚନ ବିଶ୍ବାଳ,ମୁନିର ଅହମ୍ମଦ ଖାଁ ,ହୃଦାନନ୍ଦ ସାସମଲ,ଉମାଶଙ୍କର ଶତପଥୀ ଓ ସୁଧାଂଶୁ ମୋହନ ବିଶ୍ବାଳ ସହଯୋଗ କରିଥିଲେ ।ଏହି ବିଜ୍ଞାନ ମେଳାରେ ପ୍ରାଥମିକ ବିଦ୍ୟାଳୟର ୪୯ଟି ପ୍ରକଳ୍ପ,ଉଚ୍ଚ ପ୍ରାଥମିକର ୪୧ଟି ଓ ଉଚ୍ଚ ବିଦ୍ୟାଳୟର ୫୭ଟି ପ୍ରକଳ୍ପ ସମେତ ୧୪୭ଟି ପ୍ରକଳ୍ପ ସ୍ଥାନ ପାଇଛି ।ବିଜ୍ଞାନ ପ୍ରକଳ୍ପ ମଧ୍ୟରୁ ପ୍ରକଳ୍ପଧାରୀ ଓମପ୍ରକାଶ ମଲ୍ଲିକ,ଲଭଲି ବେହେରା,ସୂର୍ଯ୍ୟ ନାରାୟଣ ମହାରଣା,ଅନ୍ବେଶ ପ୍ରିୟଦର୍ଶିନୀ ଜେନା ଓ ଆଶୁତୋଷ ସାହୁଙ୍କ ୫ଟି ପ୍ରକଳ୍ପ ଜିଲ୍ଲାସ୍ତରୀୟ ବିଜ୍ଞାନମେଳାକୁ ମନୋନିତ ହୋଇଥିଲା

SPREAD YOUR LOVE WITH YOUR FRIENDS AND FAMILY

Leave a Reply