Home / ସଂସ୍କୃତି ଓ ପରମ୍ପରା / 5 T ଅଧ୍ୟକ୍ଷଙ୍କୁ ଭେଟି ଧନ୍ୟବାଦ୍ ଜଣାଇଲେ ଓଡ଼ିଶା ମନ୍ଦିର ସେବାୟତ ସଙ୍ଘ ର ସଦସ୍ୟ

5 T ଅଧ୍ୟକ୍ଷଙ୍କୁ ଭେଟି ଧନ୍ୟବାଦ୍ ଜଣାଇଲେ ଓଡ଼ିଶା ମନ୍ଦିର ସେବାୟତ ସଙ୍ଘ ର ସଦସ୍ୟ

img 20231125 wa0079


ଭୁବନେଶ୍ବର. ୨୪.୧୧.୨୩(ସିଂହାରୀ ଆଲୋକ ଖୁଣ୍ଟିଆ)
ଆଜି ଭୁବନେଶ୍ୱର ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ 5T ଅଧ୍ୟକ୍ଷ ଭି କେ ପାଣ୍ଡିଆନ ଙ୍କୁ ଏକ ସୌଜନ୍ୟ ମୂଳକ ସାକ୍ଷାତ କରିଛନ୍ତି ଓଡ଼ିଶା ମନ୍ଦିର ସେବାୟତ ସଙ୍ଘ ର ସଦସ୍ୟ।
ହିନ୍ଦୁ ଧର୍ମ ରେ ମନ୍ଦିର ହେଉଛି ଆମର ଅସ୍ମିତର ପରିଚୟ। ଓଡ଼ିଶାର ପ୍ରତ୍ଵେକ ଜିଲ୍ଲାରେ ଥିବା ପ୍ରମୁଖ ମନ୍ଦିର ମାନଙ୍କୁ ନେଇ ଗଠନ ହୋଇଥିବା ଏହି ସଂଘ ଆଜି ସଂନ୍ଧ୍ୟାରେ ମୁଖ୍ୟ ମନ୍ତ୍ରୀଙ୍କ ବାସଭବନରେ ପହଞ୍ଚି ରାଜ୍ୟ ସରକାର ଓଡ଼ିଶାର ପ୍ରମୁଖ ମନ୍ଦିର ମାନଙ୍କ ଉନ୍ନତି କାର୍ଯ୍ୟ ହାତକୁ ନେଇ ମନ୍ଦିର ମାନଙ୍କର ଉନ୍ନତି କାର୍ଯ୍ୟ ଆରମ୍ଭ କରିଥିବାରୁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ, ତା ସହିତ ଗ୍ରାମାଞ୍ଚଳରେ ଥିବା ଛୋଟ ଛୋଟ ମନ୍ଦିର ମାନଙ୍କୁ ମୋ ଓଡ଼ିଶା ନବୀନ ଓଡ଼ିଶା ଯୋଜନା ମଧ୍ୟମରେ ଅର୍ଥରାଶି ମଞ୍ଜୁର କରି ଭାରତ ବର୍ଷରେ ନୂଆ ଏକ ପରିଚୟ ସୃଷ୍ଟି କରିଥିବାରୁ ଓଡ଼ିଶାର ସମସ୍ତ ସେବାୟତ ମାନଙ୍କ ତରଫରୁ ଧନ୍ୟବାଦ୍ ଜଣାଯାଇଥିଲା।
ବିଭିନ୍ନ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମରେ 5T ଅଧ୍ୟକ୍ଷ ମନ୍ଦିର ଏବଂ ସେବାୟତ ମାନଙ୍କୁ ପ୍ରାଥମିକତା ଦେଇ ସେମାନଙ୍କ ଦାବି ପୂରଣ ସହିତ ଆଶା ଠାରୁ ଅଧିକ ପାଣ୍ଠି ଯୋଗାଇଥିବାରୁ ସେବାୟତ ମହଲରେ ଖୁସିର ଲହରୀ ଖେଳି ଯାଇଛି।
ଏହି ଅବସରରେ 5 T ଅଧ୍ୟକ୍ଷ ଆଗାମୀ ଶ୍ରୀମନ୍ଦିର ପରିକ୍ରମା ଯୋଜନାର ଶୁଭ ଉଦ୍ଘାଟନ ଉତ୍ସବ ରେ ଓଡ଼ିଶା ମନ୍ଦିର ସେବାୟତ ସଙ୍ଘ ର ସମ୍ପୂର୍ଣ୍ଣ ସହଯୋଗ କାମନା ସହିତ ଏହି କାଯ୍ୟକ୍ରମ କୁ କିପରି ଭବ୍ୟ କରାଯିବ ସେ ବିସୟରେ ସେବାୟତ ମାନଙ୍କ ସହିତ ଆଲୋଚନା କରିଥିଲେ।
ଆଜିର ଏହି ସାକ୍ଷାତକାର କାର୍ଯ୍ୟକ୍ରମରେ ଓଡ଼ିଶା ମନ୍ଦିର ସେବାୟତ ସଙ୍ଘ ର ସଭାପତି କାମେଶ୍ୱର୍ ତ୍ରିପାଠୀ (ବାରିପଦା ଜଗନ୍ନାଥ ମନ୍ଦିର), ସମ୍ପାଦକ ସିଂହାରୀ ଆଲୋକ ଖୁଣ୍ଟିଆ (ସାକ୍ଷୀଗୋପାଳ ମନ୍ଦିର), ସଂଯୋଜକ ଦେବୀ ପାଣି (ବିରଜା ମନ୍ଦିର), ସଚେତକ ସୁବାଷ ମିଶ୍ର (ସ୍ତି ଗୋପାଳ ମନ୍ଦିର) , ନିଳମଣି ସୂଆର (ଅଲାରନାଥ ମନ୍ଦିର), ଗଦା ନନା (ଆଖଣ୍ଡଳମଣି ମନ୍ଦିର), ପୁନ୍ୟସ୍ଲୋକ ନନ୍ଦ (ନିଳଗିରି ଜଗନ୍ନାଥ ମନ୍ଦିର) ରଞ୍ଜିତ ମହାପାତ୍ର(ଶିରୁଳୀ ମହାବୀର ମନ୍ଦିର) ସୂର୍ଯ୍ୟ ନାରାୟଣ ପଣ୍ଡା (କାକଟପୂର୍ ମନ୍ଦିର) ବାପୁଜୀ ରଣା (ତାରା ତାରେଣି ମନ୍ଦିର)ରଞ୍ଜନ ପଣ୍ଡା (ମନିନାଗ ମନ୍ଦିର) ମହାରୁଦ୍ର ଝା (ରାମମନ୍ଦିର)ସାଇ ରାମ୍ ଗାନ୍ଧି (ବେନୁ ପଡା ମଠ) ପ୍ରମୁଖ ସାମିଲ୍ ହୋଇଥିଲେ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply