ସାକ୍ଷୀଗୋପାଳ, ୨୮। ୧ ସତ୍ୟବାଦୀ ବନବିଦ୍ୟାଳୟର ଉତ୍ତର ଅନୁଷ୍ଠାନ ସତ୍ୟବାଦୀ ହାଇସ୍କୁଲ ୧୯୭୬-୭୭ ବ୍ୟାଚର ସ୍ବର୍ଣ୍ଣ ଜୟନ୍ତୀ ସମାରୋହ ସାଧାରଣତନ୍ତ୍ର ଦିବସରେ ଦାମୋଦର ମଣ୍ଡପରେ ପାଳିତ ହୋଇଯାଇଛି। ପୂରାତନ ଛାତ୍ରମାନେ ପ୍ରଥମେ ବିଦ୍ୟାଳୟ ପରିସରରେ ପଞ୍ଚସଖାଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଦେଇଥିଲେ। ଏହି ଉପଲକ୍ଷେ ଅନୁଷ୍ଠିତ ସ୍ମୃତି ସଭାରେ ଦିବଂଗତ ଶିକ୍ଷକ ଓ ଛାତ୍ର ବନ୍ଧୁମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ନୀରବ ପ୍ରାର୍ଥନା କରାଯାଇଥିବା ବେଳେ ରୋଗ ଶଯ୍ୟାରେ ପୀଡ଼ିତ ବନ୍ଧୁମାନଙ୍କ ଆଶୁ ଆରୋଗ୍ୟ କାମନା କରାଯାଇଥିଲା। ସେନା କର୍ମଚାରୀ ଭାବରେ ଅବସର ଗ୍ରହଣ

କରିଥିବା ୪ ଜଣ ଛାତ୍ରବନ୍ଧୁ ପ୍ରଭାକର ଶତପଥି , ପ୍ରଳୟ କୁମାର ଦାଶ, ଅଶ୍ବିନୀ କୁମାର ନନ୍ଦ ଓ ନରସିଂହ ମହାପାତ୍ରଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ପରସ୍ପର ମଧ୍ୟରେ ଭାବ ବିନିମୟ, ବନବିଦ୍ୟାଳୟର ପୁରୁଣା ସ୍ମୃତି ଓ ଗୋପବନ୍ଧୁ ଶତବାର୍ଷିକ ଜୟନ୍ତୀ ପାଳନ ରେ ସେମାନଙ୍କର ସହଯୋଗ ସମ୍ପର୍କରେ ଆଲୋଚନା କରାଯାଇଥିଲା। ସଭାରେ ଆଡଭୋକେଟ ଦିଲ୍ଲିପ କୁମାର ନନ୍ଦ, ଆଡଭୋକେଟ ଅମର ନନ୍ଦ, ପ୍ରଫୁଲ୍ଲ ବେହେରା, ଦେବବ୍ରତ ରଥ, ବିଷ୍ଣୁ ମହାରଣା, ସନାତନ ପରିଡା, ଶରତ ମହାନ୍ତି, ସୁରେଶ ଚନ୍ଦ୍ର ମହାନ୍ତି, ପୁର୍ଣ୍ଣ ଚନ୍ଦ୍ର ନାୟକ, କାବୁ ନନ୍ଦ, ମହମ୍ମଦ ଇସାକ୍, ଶେଖ ଅବଦୁଲ କରିମ୍, ଗଦାଧର

ମହାପାତ୍ର, କିଶୋର ଚନ୍ଦ୍ର ମହାପାତ୍ର, ଦିବ୍ୟାନନ୍ଦ ସରସ୍ବତୀ, ଶିବରାମ ଶତପଥି, କିଶୋର ମିଶ୍ର, ପ୍ରଣବ କୁମାର ମିଶ୍ର, କାଳୀପ୍ରଶନ ମହାନ୍ତି, ନାରାୟଣ ରାଉତରାୟ, ପ୍ରକାଶ ପୃଷ୍ଟି, ରମେଶ ବେହେରା, ବସନ୍ତ ଦାଶ, ସରୋଜ ମିଶ୍ର, ରାମଚନ୍ଦ୍ର ବେହେରା, ଭଜମନ ପ୍ରଧାନ, ସନାତନ ବେହେରା, କେଦାର ରାଉତରାୟ ଓ ବିଜୟ କୁମାର ରଥ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରି ପ୍ରତିବର୍ଷ ସାଧାରଣ ତନ୍ତ୍ର ଦିବସରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯିବାକୁ ସ୍ଥିର କରିଥିଲା। ଧନ୍ୟବାଦ ଦେଇଥିଲେ ଲକ୍ଷ୍ମଣ ବେହେରା।











