Home / ମୁଖ୍ୟ ଖବର / କେବିଇଏମ କିଡସ୍ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ ପାଳିତ. ଦିବ୍ୟରଞ୍ଜନ ଙ୍କୁ ଅଭିବାବକ ଙ୍କ ପ୍ରଶଂସା

କେବିଇଏମ କିଡସ୍ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ ପାଳିତ. ଦିବ୍ୟରଞ୍ଜନ ଙ୍କୁ ଅଭିବାବକ ଙ୍କ ପ୍ରଶଂସା

dev

କାକଟପୁର -୨୬/୧୧ କାକଟପୁର ରେ ଅନେକ ଗୁଡିଏ ସ୍କୁଲ ଖୋଲା ହୋଇଛି ସତ ହେଲେ କୋମଳ ମତି ପିଲା ମାନଙ୍କୁ ଖାଲି ପାଠ ପଢାଇ ଦେଲେ ଯେ ପିଲାମାନେ ଆଗକୁ ନିଜ ପରିବାର ଓ ନିଜ ଗାଁ ର ସନ୍ନମାନ ରଖି ପାରିବେ ତା ନୁହେଁ ପିଲାମାନଙ୍କୁ ଉଚିତ ସଂସ୍କାର ଉଚିତ ମାର୍ଗରେ ପିଲାମାନେ କେଉଁଭଳି ଯାଇ ନିଜ ବନ୍ଧୁ ପରିଜନ ତଥା ନିଜ ପରିବାର ର ମାନ ସନ୍ନମାନ ସମାଜରେ ରଖି ପାରିବେ କେବିଇଏମ ସ୍କୁଲ ର ମୁଖ୍ୟ ଲକ୍ଷ୍ୟ. ଏହାକୁ ଚିନ୍ତା କରି କାକଟପୁର ଅଞ୍ଚଳ ରେ ନିଜ ମା ଙ୍କ ନାମରେ ଦିବ୍ୟରଞ୍ଜନ ଖୋଲିଥିଲେ ଗୋଟିଏ କେବିଇଏମ ସ୍କୁଲ , ଆଜି ଏହି ଅବସରରେ କେବିଇଏମ ପବ୍ଲିକ ସ୍କୁଲର ପ୍ରଥମ ବାର୍ଷିକ ଉତ୍ସବ ପାଳନ କରାଯାଇଛି, ‘କାଞ୍ଚନ- ୦.୧ ,ସ୍କୁଲ ପରିସରରେ ଅନୁଷ୍ଠାନର ନିର୍ଦ୍ଧେଶକ ଦିବ୍ୟରଞ୍ଜନ ସାହୁଙ୍କ ସଭାପତିତ୍ବରେ ପାଳିତ ହୋଇଯାଇଛି।ପ୍ରଥମେ କବିତା ସେନ ଆମ୍ବୁଲାନ୍ସ ସେବା ମୁଖ୍ୟ ଅତିଥି ରାଜ୍ୟ କ୍ରିଡା,ଯୁବ ବ୍ୟାପାର ଓ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଦ୍ଵାରା ଉନ୍ମୋଚନ କରାଯାଇଥିଲା।ମୁଖ୍ୟ ବକ୍ତା ବ୍ଳକ ଶିକ୍ଷା ଅଧିକାରୀ ଦିଲ୍ଲିପ କୁମାର ଜେନା,ପୁରୀ ଅତିରିକ୍ତ ଏସପି ବିଷ୍ଣୁ ପ୍ରସାଦ ପତି ,ନିମାପଡ଼ା ଏସ ଡି ପି ଓ ପ୍ରଭାତ କୁମାର ମଲ୍ଲିକ, ଅତିରିକ୍ତ ଶିକ୍ଷାଧିକାରୀ ପଙ୍କଜିନୀ ଦେଇ, ପ୍ରମୁଖ ଯୋଗଦେଇ ଗ୍ରାମାଞ୍ଚଳର କିଡସ୍ ଛାତ୍ରଛାତ୍ରୀ ମାନଙ୍କ ଶିକ୍ଷା ଉପରେ କେବିଇଏମ ସ୍କୁଲର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କାକଟପୁର ଆଇଆଇସି ଉମେଶ କୁମାର ସାହୁ,ଅସ୍ତରଙ୍ଗ ଆଇଆଇସି ରାଜେଶ ବଳିୟାର ସିଂ ଶିକ୍ଷାବିତ୍ ପ୍ରଶାନ୍ତ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।ଏହି ଉତ୍ସବରେ ବାର୍ଷିକ କ୍ରିଡା ଉପରେ ପାରଦର୍ଶିତା ଲାଭକରିବା କୃତି ଶିକ୍ଷାର୍ଥୀମାନଙ୍କୁ ପୁରସ୍କାର ବିବରଣ କରାଯାଇଥିଲା। ଅନୁଷ୍ଠାନର ଅଧ୍ୟକ୍ଷା ଲକ୍ଷ୍ମୀ ପ୍ରିୟା ବିଶ୍ଵାଳ ଉପସ୍ଥିତ ଅତିଥି ଶିକ୍ଷାର୍ଥୀମାନଙ୍କ ଅବିଭାବକ ଓ ଦର୍ଶକ ମାନଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ, ଏବଂ ଆଗାମୀ ବର୍ଷ ଶେଷ ସୁଦ୍ଧା ଯେଉଁ ଆମ୍ବୁଲାନ୍ସ ସେବା ଯୋଗାଇ ଦେବା ପାଇଁ ଲକ୍ଷ୍ୟ ରଖିଛନ୍ତି ତାହା ପୁର୍ଣ କରିବେ ବୋଲି ଦିବ୍ୟ ତାଙ୍କ ଉଦବୋଧନ କହିଛନ୍ତି. ଏହା ଦ୍ୱାରା ଗରିବ ଶ୍ରେଣୀୟ ଲୋକ ମାନେ ବେଶ ଉପକୃତ ହୋଇପାରିବା ସହିତ ଖୁବ ନିକଟରେ ସେବା ପାଇ ପାରିବେ .ଶେଷରେ କୁନିକୁନି ଶିକ୍ଷାର୍ଥୀଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା. ଏହି କୁନି କୁନି ପିଲାମାନଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବାକୁ ଅଭିଵାବକ ଙ୍କ ସହିତ ସ୍କୁଲର ସମସ୍ତ କର୍ମକର୍ତା ମାନଙ୍କ ମଧ୍ୟରେ ବେଶ ଉତ୍କଣ୍ଠା ଦେଖା ଦେଇଥିଲା ଏବଂ କାର୍ଯ୍ୟକ୍ରମ କୁ ବେଶ ମନ ଭରି ଉପଭୋଗ କରିଥିଲେ

SPREAD YOUR LOVE WITH YOUR FRIENDS AND FAMILY

Leave a Reply